ଦର୍ପଣ ଘରେ କେଉଁଠି ଲଗାଇଲେ ଧନ ସମସ୍ୟା ଦୂର ହୁଏ ? ଏହା ସହ ଆହୁରି କିଛି Ajira Anuchinta

ବନ୍ଧୁଗଣ ପ୍ରତେକ ମଣିଷକୁ ବାସ୍ତୁ ଶାସ୍ତ୍ର ସହ ଜଡିତ କିଛି ନୀତିନିୟମ ବିଷୟରେ ଜାଣିବା ନିହାତି ଜରୁରୀ ଅଟେ । ୧- ଘର ଆଗରେ ଲକ୍ଷ୍ମୀଙ୍କ ପାଦ ଚିହ୍ନ କରିବା ଉଚିତ । ଏହା ଅତ୍ୟନ୍ତ ଶୁଭପ୍ରଦ ହେବା ସହ ଖରାପ ଶକ୍ତିର ପ୍ରଭାବ ପଡେ ନାହିଁ ।

୨- ଘରର ମୁଖ୍ୟଦ୍ଵାରରେ କଳା ଘୋଡା ନାଲ ଲଗାଇବା ଉଚିତ । ଏହା ଦ୍ଵାରା ଅଶୁଭ ଦ୍ରୁଷ୍ଟି ଦୂର ହୁଏ ଓ ପରିବାରର ମାନସିକ ଅବସ୍ଥା ଭଲ ରହିଥାଏ ।

୩- ଶନିବାର ଦିନ ଘର, ଅଫିସ, ଦୋକାନ ଆଗରେ ୭ଟି ଲଙ୍କା ସହ ଲେମ୍ବୁ ତନଗିଲେ ଶୁଭପ୍ରଦ ହୋଇଥାଏ । ଓ ନେଗେଟିଭ ଶକ୍ତି ଦୂର ହୁଏ ।

୪- ଘର ଉପରେ ଓସ୍ତ ଗଛ ଉଠୁଥିଲେ ରବିବାର ଦିନ ପୂଜା କରି କୌଣସି ଉଦ୍ୟାନରେ ଲଗାଇବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ଛାତ ଉପରେ ଓସ୍ତ ଗଛ ଉଠିଥିଲେ ଉନ୍ନତିରେ ବାଧା ପ୍ରାପ୍ତି ହୁଏ । ଏହାକୁ ତୁରନ୍ତ ହଟାଇ ଦେବା ଉଚିତ ।

୫- ବାମ ପଟେ ମାଡି ଶୋଇଥିବା ଲୋକେ ଆତ୍ମବିଶ୍ଵାସୀ ହୋଇଥାନ୍ତି ଓ ନିଜ କାର୍ଯ୍ୟକୁ ଲୁଚାଇ କରି କରିବା ସହ ଉପରକୁ ଉଠିଥାନ୍ତି ।

୬- ଘୋଡାଇ ହୋଇ ଶୋଇବାକୁ ପସନ୍ଦ କରୁଥିବା ଲୋକେ ଲାଜକୁରା ସ୍ଵଭାବର ହୋଇଥାନ୍ତି । ଦୁଇ ଗୋଡକୁ ପ୍ରସାରିତ କରି ଶୋଇଥିବା ଲୋକେ କାର୍ଯ୍ୟକୁ ସ୍ଵତନ୍ତ୍ରିତ କରିବା ପାଇଁ ପସନ୍ଦ କରନ୍ତି ।

୭- ବୁଧବାର ଦିନ ଗଣେଶଙ୍କୁ ଗୁଡ ଓ ଘିଅ ଜାତୀୟ ଜିନିଷ ଭୋଗ ଲଗାଇଲେ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୁଏ । ଓ ଅଟକିଥିବା କାମ ପୂରଣ ହୁଏ । ବୁଧବାର ଦିନ ଗାଈକୁ ଘାସ ଖୁଆଇବା ଦ୍ଵାରା ଜୀବନର ଅନେକ ସମସ୍ଯା ଦୂର ହୁଏ ।

୮- ଭଙ୍ଗା ଖଟରେ ଶୋଇବା ଅଶୁଭ ହୋଇଥାଏ ଓ ଅଇଁଠା ମୁହଁରେ କେବେବି ଶୋଇବା ଅନୁଚିତ । ସେହିପରି ନଗ୍ନ ଅବସ୍ଥାରେ ସୋଇଲେ ଅମଙ୍ଗଳକାରୀ ହୋଇଥାଏ ।

୯- ମଥାରେ ତିଳକ ଶୋଇବା ଉଚିତ ନୁହେଁ । ଘରର ବୀମ ତଳେ, ଛାତି ଉପରେ ହାତ ରଖିକି, ଗୋଡ ଉପରେ ଗୋଡ ରଖିକି  କେବେବି ଶୋଇବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ।

୧୦- ଦକ୍ଷିଣ ଦିଗକୁ ପାଦ ରଖିକି ଶୋଇବା ଦ୍ଵାରା ମସ୍ତିସ୍କକୁ ରକ୍ତ ସଂଚାଳନ କମ ହୋଇଥାଏ । ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଖରାପ ହେଉଥାଏ ତେବେ ସ୍ବାମୀଙ୍କ ତକିଆ ତଳେ କର୍ପୁର ରଖି ସକାଳେ ଜଳାଇବା ଦ୍ଵାରା ସମ୍ପର୍କରେ ସୁଧାର ଆସିଥାଏ ।

୧୧- ଅଧିକ ରାଗୁଥିବା ବା ଚିଡୁଥିବା ଲୋକଙ୍କ ଘରେ ଭୋଜନ କରିବା ଅନୁଚିତ । ସୁଧ କାରୋବାର ଓ ନିଶା ଦ୍ରବ୍ଯ ଅରୁଥିବା ଲୋକଙ୍କ ଘରେ ଖାଦ୍ୟ ଖାଇବା ଅନୁଚିତ ।

୧୨- ଶୋଇବା ଘରର କବାଟ ଆଗରେ ଆଇନା ଲଗାଇବା ଶୁଭପ୍ରଦ ହେବା ସହ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ସକାଳ ସମୟରେ ଗୁରୁ ଗୁରୁଜନଙ୍କୁ ପ୍ରଣାମ କରିଲେ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

୧୩- ଘରର ପୂର୍ବ ବା ଦକ୍ଷିଣ କାନ୍ଥରେ ଆଇନା ଲଗାଇବା ଦ୍ଵାରା ଅର୍ଥ ସମସ୍ଯା ଦୂର କରିଥାଏ ଓ ଧନ ବୃଦ୍ଧି କରିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *