“ବୋଉ ଲୋ ଦଶମ ପାସ୍ କରିବି ବୋଲି ଆଶା ନାହିଁ, ମୁଁ ଯାଉଛି ବଡ ଲୋକ…” ଯିବା ଆଗରୁ ମା’କୁ ଚିଠିରେ ଲେଖିଗଲା କିଛି ଏମିତି 10ମ ଶ୍ରେଣୀର ଛାତ୍ର

ଦର୍ଶକ ବନ୍ଧୁ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ବସ୍ତୁ ହୋଇ ପଡିଛି । ଛୋଟ ହେଉ ବି ବଡ ହେଉ ସବୁ ଘଟଣା କୁ ନେଇ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ଚର୍ଚ୍ଚା ଜୋର ଧରୁଛି । ତେବେ ଏଭଳି କିଛି ଘଟଣା ଏବେ ସାମନାକୁ ଆସିଛି ଯାହାକୁ ଜାଣିବା ପରେ ଆପଣ ବି କହିବେ ଏମିତି ବି ସ୍ଥିତି ହୋଇପାରେ । ପୁଅ ମାନସିକ ଚାପ କାରଣରୁ ବା ଅନ୍ୟ କୌଣସି କାରଣରୁ ଘରୁ ଚାଲି ଯିବାର ଘଟଣା ଏବେ ସାମନାକୁ ଆସିଛି ।

ବନ୍ଧୁଗଣ ଘର ଛାଡି ଚାଲି ଯାଇଛି ଗେଲହା ପୁଅ । ଆଉ ଘରର ସ୍ଥିତି ଏବେ ଏମିତି କିଛି ବୟାନ କରୁଛି । ଘର ଛାଡି ଯିବା ସହ ସେ ଏକ ଚିଠି ନିଜ ପରିବାର ପାଇଁ ଲେଖି ଯାଇଛି ପୁଅ । ସେହି ନୋଟରେ ସେ ଲେଖିଛି -‘ବୋଉଲୋ ମୋତେ କ୍ଷମା କରିଦେବୁ । ମୁଁ ମୋ ନିଜକୁ ରୋକି ପାରିଲି ନାହିଁ । ବୋଉ ମୁଁ ୧୦ମ ପାସ ହେବି ବୋଲି ମୋ ଉପରେ ମୋର ଆଶା ନାହିଁ । ଆଉ ମୁଁ ଟେଷ୍ଟ ପରୀକ୍ଷାରେ ଭଲ ମାର୍କ ରଖିଲେ ହିଁ ୧୦ମ ବୋର୍ଡ ପରୀକ୍ଷା ଦେଇପାରିବି । ନ ହଲେ ଫେଲ ହେଇଯିବି ।

ବୋଉ ମୁଁ ସେଥିପାଇଁ ତତେ ଆଉ ଏ ଘର ଛାଡି ବହୁତ ଦୂରକୁ ଚାଲି ଯାଉଛି । ମୁଁ ଆଉ ଏ ଘରକୁ ଆସିବି ନାହିଁ । ହେଲେ ବୋଉ ମୁଁ ତୋ ରାଣ ଖାଉଛି ତତେ କଥା ଦେଉଛି । ମୁଁ ତତେ ନିଶ୍ଚିତ ଗୋଟେ ଭଲ ମଣିଷ ଏବଂ ବଡ ଲୋକ ହେଇ ଦେଖେଇବି । ଇତି ତୋ ପ୍ରିୟ ପୁଅ ନାରାୟଣ’ । ମାଆ ପୁଅର ଫଟୋ ଦେଖି ଛାତି ଫଟାଇ କନ୍ଧୁଛି ଆଉ କହୁଛି ପୁଅ ତୁ କୁଆଡେ ଗଲୁରେ । ତୁ କେଉଁଠି ଅଛୁ ମୋ ପାଖକୁ ଚାଲିଆ । ତୋତେ କିଏ ଖାଇବାକୁ ଦେଉ ଥିବରେ ତୁ କେମିତି ଥିବୁ ରେ ମୋ ପୁଅ ।

ପୁରା ପରିବାର ଏବେ ପୁଅ କଥା ଭାବି ଦୁଖରେ ଭାଙ୍ଗି ପଡିଛି । ସେପଟେ ଭଉଣୀ ଆଖି ରୁ ବି ଧାର ଧାର ଲୁହ ବୋହି ଯାଉଛି ନିଜ ଭାଇକୁ ଖୋଜି ହେଉଛି । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ହିଞ୍ଜିରି କାଠ ପୌରାଞ୍ଚଳ ୧୮ ନମ୍ବର ୱାର୍ଡ କାଳୁଆ ସାହି ଅଞ୍ଚଳରେ । ଖବର ମୁତାବକ ଉକ୍ତ ଗାଁର ରେଣୁକା ପାଣିଗ୍ରାହୀଙ୍କ ପୁଅ ନାରାୟଣ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୦ ଶ୍ରେଣୀରେ ପଢୁଥିଲେ । ଗତ ବୁଧବାର ଦିନ ସ୍କୁଲ ଯିବାକୁ କହି ନାରାୟଣ କୁଆଡେ ଚାଲି ଯାଇଥିଲେ ।

ସେ ୧୦ମ ପରୀକ୍ଷାରେ ଫେଲ ହେଇଯିବେ ଭାବି ଘର ଛାଡି ଚାଲି ଯାଇଛନ୍ତି ବୋଲି ସେ ତାଙ୍କ ଚିଠିରେ ଲେଖିଛନ୍ତି । ଏବେ ନାରାୟଣଙ୍କ ପରିବାର ଲୋକେ ଏ ନେଇ ପୋଲିସରେ ଅଭିଯୋଗ କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *