ସ୍ଵାମୀଙ୍କୁ କରୁଛନ୍ତି ବିରୋଧ କିନ୍ତୁ ଶଙ୍ଖକୁ ସମର୍ଥନ! BJD ପାର୍ଥୀଙ୍କ ପାଇଁ ପ୍ରଚାର କଲେ Varsha, ଦେଖନ୍ତୁ Video କଣ କହୁଛନ୍ତି

ନମସ୍କାର ବନ୍ଧୁଗଣ । ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ସ୍ଵାମୀ ଅନୁଭବ ଙ୍କୁ ଅଣଦେଖା କରୁଥିବା ବେଳେ ବିଜେଡି ଦଳକୁ ପୁରା ସମର୍ଥନ କରୁଛନ୍ତି । ବିଜେଡି ପାଇଁ ପ୍ରଚାର ମାଇଦାନ କୁ ଓଲହାଇଛନ୍ତି କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ । ପଞ୍ଚାୟତ ନିର୍ବାଚନ ରେ ଭଦ୍ରକ ଯାଇ ବିଜେଡି ପ୍ରାର୍ଥୀ ଙ୍କ ପାଇଁ ଭୋଟ ମାଗିଛନ୍ତି ବର୍ଷା । କାର ରେ ବୁଲି ବୁଲି ବିଜୁ ଜନତା ପାଇଁ ଭୋଟ ମାଗିଛନ୍ତି ବର୍ଷା ।

କେବଳ ଏମିତି ନୁହେଁ ବରଂ ବର୍ଷା ଲୋକଙ୍କ ସହ ହାତ ମଧ୍ୟ ମିଳାଇଛନ୍ତି । ପ୍ରଚାର ସମୟରେ ଏକ କୁନି ପିଲାକୁ ଗାଡି ଉପରକୁ ନେବ ସହ ପିଲାକୁ ଗେଲ କରିବାର ଭିଡିଓ କୁ ନେଇ ଏବ ଚର୍ଚ୍ଚା ଜୋର ଧରିଛି । ବର୍ଷା ଅନୁଭବଙ୍କ ନାଁ ରେ ମାମଲା ରୁଜୁ କରିବା ସହ ଗତ କିଛି ଦିନ ହେବ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା ଙ୍କ ନାଁ ରେ ମାମଲା ଦାୟର କରିଛନ୍ତି ବର୍ଷା ।

କିନ୍ତୁ ଏହାରି ମଧ୍ୟରେ ବିଜେଡି ପାଇଁ ସେ ଭୋଟ ମାଗୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ବର୍ଷାଙ୍କର ପ୍ରଚାର ଷ୍ଟାଇଲ କୁ ଦେଖିଲେ ଜଣା ପଡୁଛି ସେ ସ୍ଵାମୀଙ୍କୁ ବିରୋଧ କରୁଛନ୍ତି ସତ କିନ୍ତୁ ବିଜୁ ଜନତା ପାଇଁ ଭୋଟ ମାଗୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ଫେବୃଆରି ୧୬ ତାରିଖ ଦିନ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଜାରକ ବ୍ଲକ କୁ ନେଇ ଭୋଟ ଗ୍ରହଣ କରାଯିବ ।

ଶେଷ ପର୍ଯ୍ୟାୟ ପାଇଁ ଆଜି ବର୍ଷା ପ୍ରଚାର ପାଇଁ ମଇଦାନକୁ ଓଲହାଇଛନ୍ତି । ବ୍ରଂହପୁର ଗ୍ରାମ ପଞ୍ଚାଯତ ସମେତ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଶାସକ ବିଜୁ ଜଣାତ ଦଳ ର ପ୍ରାର୍ଥୀ ମାନଙ୍କ ସପକ୍ଷରେ ଓଡିଶା ସିନେ ଜଗତର ଅଭିନେତ୍ରୀ ବର୍ଷା ନିର୍ବାଚନ ପ୍ରଚାର କରିଥିଲେ ।

ବର୍ଷାଙ୍କ ସହ ବିଜେଡି ଦଳର ଅନ୍ଯତମ ନାରୀ ନେତ୍ରୀ ଦେବଦୂତ ମହାପାତ୍ର ଏକ ବିଶାଳ ମୋଟର କାର ରେ ଶୋଭାଯାତ୍ରା ରେ ଯାଇ ଦଳୀୟ ପ୍ରାର୍ଥୀ ଓ ସମର୍ଥିତ ପ୍ରାର୍ଥୀ ମାନଙ୍କୁ ବିଜୟ କରିବା ପାଇଁ ଭୋଟ ମାଗିଛନ୍ତି ।

 

ଅନେକ ଦିନ ହେବ ଅନୁଭବଙ୍କ ବାନ୍ଧବୀ ଜାଗୁରତି ବର୍ଷାଙ୍କୁ ଟାର୍ଗେଟ କରି ଅନେକ ପୋଷ୍ଟ କରିଛନ୍ତି ଯାହାକୁ ନେଇ ବର୍ଷା କଟକ ପୁରିଘାଟ ଥାନାରେ ଏତଲା ମଧ୍ୟ ଦେଇଛନ୍ତି । ତେବେ ପ୍ରଚାର ସମୟରେ ବର୍ଷା କହିଛନ୍ତି ଯେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆମ ରାଜ୍ୟର ସବୁଠାରୁ ଶ୍ରେଷ୍ଠ ମନ୍ତ୍ରୀ ଭାବେ ଯୋଗ୍ୟ ଅଟନ୍ତି । ତାଙ୍କୁ ହି ବିନା କୌଣସି ସନ୍ଦେହରେ ଆଗାମୀ ନିର୍ବାଚନ ପାଇଁ ଭୋଟ ଦେବା ଉଚିତ ବୋଲି ବର୍ଷା ମତ ରଖିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ବର୍ଷାଙ୍କର ପ୍ରଚାର ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *