ନମସ୍କାର ବନ୍ଧୁଗଣ, ଆପଣ ମାନେ ନିହାତି ଜାଣିଥିବେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାରରେ ଦୁର୍ଘଟଣା ହୋଇ ମୃତ୍ୟୁ ହୋଇଥିବା ସୁକାନ୍ତଙ୍କ ସମ୍ପର୍କରେ । କିନ୍ତୁ ଏବେ ଆଉ ଏକ ବଡ ଦୁଃଖର ପାହାଡ ଛିଡି ପଡିଛି ରାଣୀ ପଣ୍ଡାଙ୍କ ମୁଣ୍ଡରେ । ମାସେ ପୂର୍ବରୁ ମୃତ୍ୟୁ ବରଣ କରିଥିବା ସୁକାନ୍ତଙ୍କ 3 ବର୍ଷର ପୁଅର ଏବେ ମୃତ୍ୟୁ ହୋଇସାରିଛି । ଏହି ଘଟଣା ଘଟିବା ପରେ ରାଣୀ ସୁକାନ୍ତଙ୍କ ପରିବାରକୁ କଣ ପ୍ରତିସୂତି ଦେଇଛନ୍ତି ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।
ରାଣୀ ପଣ୍ଡାଙ୍କ କାରରେ ଦୁର୍ଘଟଣା ଘଟି ଏଭଳି ଏକ ଘଟଣା ଘଟିବା ପରେ ରାଣୀ ପଣ୍ଡା ସୁକାନ୍ତଙ୍କ ପିଲାଙ୍କ ପଠା ପଢା ଖର୍ଚ ବହନ କରିବା ସହ ତାଙ୍କ ଝିଅ ନାଁରେ କିଛି ଟଙ୍କା ଫିକ୍ସ ଡିପୋଜିଟ କରିବା ପାଇଁ କହିଥିଲେ । ସୁକାନ୍ତଙ୍କ ମୃତ୍ୟୁ ପାଇଁ ସେ ବହୁତ ମର୍ମାହତ ହୋଇଥିବା ମଧ୍ୟ କହିଛନ୍ତି । ଏହି ଘଟଣାକୁ ମାସେ ବିତିଛି କି ନାହି ନିଷ୍ପାପ ଶିଶୁଟି ଦୁନିଆ ଦେଖିନଥିବା ମୃତ ସୁକାନ୍ତଙ୍କ ପୁଅ ତତଲା ପେଜରେ ପଡି ମୃତୁବରଣ କରିଛି ।
ଏହି ଖବର ରାଣୀ ପଣ୍ଡା ପାଇବା ପରେ ବହୁତ ଦୁଃଖ ଅନୁଭବ କରିଛନ୍ତି । କେଉଁଠି ନା କେଉଁଠି ସେ ଏଥିପାଇଁ ନିଜକୁ ଦୋଷୀ ମନେ କରି କ୍ଷମା ନିଜକୁ କରିପାରୁନାହାନ୍ତି । ତାଙ୍କ ପରିବାରର ଏହି ଦୁଃଖ ସମୟରେ ରାଣୀ ତାଙ୍କ ସାଙ୍ଗରେ ଠିଆ ହୋଇଛନ୍ତି । ଦେଇଥିବା ପ୍ରତିସୂତିକୁ ପୂରଣ କରିବା ପାଇଁ ଆଗେଇ ଆସିଛନ୍ତି । ରାଣୀ କହିଛନ୍ତି କି ତାଙ୍କ ପୁଅ ଜୀବିତ ଥିଲେ ସେ ତାଙ୍କୁ ପାଞ୍ଚ ଲକ୍ଷ ଟଙ୍କା ପାଠ ପଢା ପାଇଁ ଦେଇଥାନ୍ତେ ।
ବାକି ଝିଅ ପାଇଁ କିଛି ଟଙ୍କା ଫିକ୍ସ ଡିପୋଜିଟ କରିଥାନ୍ତେ । ରାଣୀ କହିଛନ୍ତି ଯେହେତୁ ପୁଅଟି ଚାଲିଗଲା ପୁଅ ପାଇଁ ତ ଆଉ କିଛି କରିପାରିବି ନାହି । ଏହା ତ ଭଗବାନଙ୍କ ହାତର କଥା ମୁଁ ତ ଆଉ ତାଙ୍କ ପୁଅକୁ ମାରି ଦେଇନି ଏହି କଥା ରାଣୀ ପଣ୍ଡା କହି ବହୁତ ଦୁଃଖ ପ୍ରକାଶ କରିଛନ୍ତି । ତେଣୁ ଝିଅ ପାଇଁ ଯାହା ସେ ପ୍ରତିସୂତି ଦେଇଥିଲେ ତାହା ସେ କରିବେ ବୋଲି କହିଛନ୍ତି ।
ଏହି କଥା ସମ୍ପର୍କରେ ସେ ସୁକାନ୍ତଙ୍କ ଗ୍ରାମର ସରପଞ୍ଚଙ୍କୁ ମଧ୍ୟ ଜଣାଇଛନ୍ତି । ରାଣୀ କହିଛନ୍ତି କି ନିଜେ କଷ୍ଟ କରି ରୋଜଗାର କରୁଥିବା ଟଙ୍କାର 50 ପ୍ରତିଶତ ସେ ଗାରିବ ଲୋକମାଙ୍କର ସହାୟତା ପାଇଁ ପ୍ରଦାନ କରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।