ନମସ୍କାର ବନ୍ଧୁଗଣ । ଆପଣ ମାନେ ଏହି ଭିଡିଓ ରେ ଯେଉଁ କୁନି ପୁଅକୁ ଦେଖୁଛନ୍ତି ତାଙ୍କର ଭଲ ଭାବେ ପାଟି ଫିଟି ନାହି । କଅଁଳ ମନ ଭାରି ଅସ୍ଥିର । ହେଲେ ଅଜହା ପ୍ରଶ୍ନ ପଚାରିଲେ ପାଟିରୁ ବାହାରି ଯାଉଛି ଫଟାଫଟ ଉତ୍ତର । ଅତି କୁନି ବୟସରେ ଜାତୀୟ ସ୍ତରରେ ନାଁ ରଖିଛନ୍ତି ଏହି କୁନି ପୁଅ । ନିଜର ବିଚକ୍ଷଣ ଧୀ-ଶକ୍ତି ଯୋଗୁ ହୋଇଛନ୍ତି ଇଣ୍ଡିଆ ବୁକ ଅଫ ରେକର୍ଡ ର ଅଧିକାରୀ । ମାତ୍ର ୩ ବର୍ଷ ବୟସରେ ପ୍ରତିଭା ଦେଖାଇଛନ୍ତି ଭୁଆବନେଶ୍ବରର ସାଇ ସ୍ଵରାଜ ବେହରା ।
ଅତି କମ ବୟସରେ ସାଉଁନ୍ଟିଛନ୍ତି ଜାତୀୟ ସ୍ତରର ସଫଳତା । ମୁହଁରେ ତାଙ୍କର ଦେଶ ବିଦେଶର ସାଧାରଣ ଜ୍ଞାନ । ଖଣି ବାଜି ଯାଉଥିବା ପାଟିରେ କହି ପକାଉଛନ୍ତି ସବୁ ରାଜ୍ୟ ଓ ଦେଶର ରାଜଧାନୀ, ମନ୍ତ୍ରୀ, ବିଶେଷ ବ୍ୟକ୍ତିତ୍ବ ଓଇ ପଶୁପକ୍ଷୀଙ୍କ ଉପରେ ପଚରା ଯାଉଥିବା ସବୁ ପ୍ରକାର ପ୍ରଶ୍ନର ଉତ୍ତର । ଖୁବ କମ ବୟସରୁ ଯାହା କିଛି କହିଲେ ମାନେ ରଖୁଥିଲେ ସାଇ ସ୍ଵରାଜ । ପୁଅର ଏଭଳି ଧୀଶକ୍ତିକୁ ଲକ୍ଷ କରିଥିଲେ ବାପା ମା ।
ଏହାକୁ କିଛି ଗୁରୁତ୍ଵ ଦେଇ କିଛି ସାଧାରଣ ଜ୍ଞାନ ଶିଖାଇଥିଲେ ମା ସୀତାରାଣୀ ବେହେରା । ସେମାନଙ୍କର ଚେଷ୍ଟା ଓ ପୁଅର ଆଗ୍ରହ ଆଜି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛି । ସାଇଙ୍କ ମା ଏ ନେଇ କହିଛନ୍ତି ପିଲାଦିନୁ ସେ ବହୁତ କିଛି ଶିଖିବା ପାଇଁ ଆଗ୍ରହ ହେଉଥିଲେ । ଗୋଟିଏ କଥାକୁ ଥରକରେ ମାନେ ରଖୁଥିଲେ ସାଇ ସ୍ଵରାଜ । ଡିସେମ୍ବର ୨୪ ୨୦୨୦ ମସିହାରେ ସାଇଙ୍କର କନଫରମେଶନ ଲେଟର ଆସିଥିଲା ।
ସାଇଙ୍କ ମା ଯାହା ତାଙ୍କୁ କହିଥାନ୍ତି ସେ ବହୁତ ଜଲ୍ଦି ମନେ ରଖିଥାନ୍ତି । ତାଙ୍କର ସ୍ମରଣ ଶକ୍ତି ଏତେ ଗଭୀର ଥିଲା ଯେ ପ୍ରତେକ କଥାକୁ ଥରକରେ କ୍ୟାଚ କରୁଥିଲେ ସାଇ । ତାଙ୍କ ମାଙ୍କ ଠାରୁ ସାଇ ଅନେକ କଥା ଜାଣିବାକୁ ଚେଷ୍ଟା କରିଥାନ୍ତି । ଏହା ପରେ ସାଇଙ୍କ ମା ନିଜେ ପ୍ରସ୍ତୁତ ହୋଇ ତାଙ୍କୁ ପ୍ରସ୍ତୁତ କରିବା ପାଇଁ ପ୍ରୟାସ କରିଥିଲେ ।
ସାଇଙ୍କର ଏତେ କମ ବୟସରୁ ବଡ ଆଚିଭମେଣ୍ଟ ପାଇନ ତାଙ୍କ ବାପା ମା ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି । ଏ ନେଇ ସାଇଙ୍କ ବାପା କହିଛନ୍ତି ଯେ ସାଇଙ୍କର ଏପରି ସଫଳତା ଦିଗରେ ତାଙ୍କ ମାଙ୍କର ବଡ ସହଯୋଗ ରହିଛି । ଆଗକୁ ସେ ତାଙ୍କ ସ୍ତ୍ରୀ ଓ ପୁଅକୁ ଏପରି ସହଯୋଗ କରିବେ ବୋଲି କହିଛନ୍ତି । ଭଲ ମନ୍ଦ ବୁଝିପାରୁ ନ ଥିବା କୁନି ପୁଅ ସାଇର କଥା ସତରେ ବହୁତ ମନଲୋଭା ଲାଗୁଛି ।
ବଡ ହେଲେ ଡାକ୍ତର ହୋଇ ଲୋକଙ୍କ ସେବା କରିବା ସହ ଏପରି କିଛି କରିବେ ବୋଲି କହିଛନ୍ତି ସାଇ । ବଡ ହୋଇ ପୁଅ ଭଲ କାମ କରିବା ସହ ଦେଶର ନାଁ ରଖୁ ବୋଲି ଆଶା କରିଛନ୍ତି ସାଇଙ୍କ ବାପା ମା । ତେବେ ସାଇଙ୍କର ଏଭଳି ପ୍ରତିଭା ସତରେ ପ୍ରଶଂସାଯୋଗ୍ୟ ଅଟେ ।
ବନ୍ଧୁଗଣ ଆପଣଙ୍କର ସାଇ ସ୍ଵରାଜଙ୍କର ପ୍ରତିଭାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।