IAF ହେଲିକପ୍ଟର ଦୁର୍ଘଟଣା: ଏବେ କେମିତି ଅଛି କ୍ୟାପଟେନ Varun Singh ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ?

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ ବୁଧବାର ଦିନ ତାମିଲନାଡୁ କୁନୁରରେ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ହେଲିକପ୍ଟର ରେ ୧୪ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କର ମୃ-ତ୍ୟୁ ଘଟିଛି । ଏହି ଘଟଣା ଘଟିବାର ଦୀର୍ଘ ୫ ଦିନରୁ ଅଧିକ ବିତି ଗଲାଣି । ଏହି ଘଟଣା କୁ ଏବେ ବି ବିଶ୍ଵାସ କରିବା ଯେମିତି ସହଜ ହେଉ ନାହି ।

ଏହି ଘଟଣା ରେ ଦେଶର ପ୍ରଥମ ସିଡିଏସ ବିପିନ ରାୱତ ଙ୍କ ସମେତ ୧୩ ଜଣଙ୍କର ଅକାଳ ବିୟୋଗ ଘଟିଛି । ଏହି ଭୟାବହ ଘଟଣା ରେ କେବଳ ଜଣଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରା ଯାଇଛି । ସେ ହେଉଛନ୍ତି ଗ୍ରୁପ କ୍ଯାପଟେନ ବରୁଣ ସିଂ । ବର୍ତ୍ତମାନ ସାରା ଦେଶ ବରୁଣ ସିଂଙ୍କ ଆରୋଗ୍ଯ କାମନା କରୁଛି । ଏହା ସହ ସମତାଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି କେମିତି ଅଛନ୍ତି କ୍ଯାପଟେନ ବରୁଣ ସିଂ ।

ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କେତେ ସୁଧାର ଆସିଲାଣି ତାହା ଏବ ପ୍ରଶ୍ନ ଉଠିଛି । ବର୍ତ୍ତମାନ ସୂଚନା ମୁତାବକ କ୍ଯାପଟେନ ବରୁଣ ସିଂଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁ-ରୁ-ତ-ର ଭାବେ ରହିଛି । ସେ ଏବେ ବ୍ଯାଂଲୋର ର କମାଣ୍ଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଯେଉଁଠାରେ ଏକ ବିଶେଷଜ୍ଞ ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଛନ୍ତି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଡାକ୍ତରୀ ଟିମ ପ୍ରତି ମିନିଟ ଉପରେ ନଜର ରଖିଛନ୍ତି ।

ଜାତୀୟ ଗଣ ମାଧ୍ୟମର ରିପୋର୍ଟ ଅନୁଯାୟୀ କ୍ଯାପଟେନ ବରୁଣ ସିଂଙ୍କ ସ୍ୱାସ୍ଥ୍ୟ ରେ କୌଣସି ସୁଧାର ଆସୁ ନାହି । ଏହା ସହ ଏକ ଆଶ୍ଵସ୍ତି କର ଖବର ହେଉଛି ସ୍ୱାସ୍ଥ୍ୟ ଅବସ୍ଥା ତାଙ୍କର ପୂର୍ବ ଠାରୁ ଅଧିକ ବିଗିଡି ନାହି । ଅନ୍ୟ କ୍ଷେତ୍ର ରେ ପ୍ରତିରକ୍ଷା ମନ୍ତ୍ରୀ ରାଜରାଜ ସିଂ ବରୁଣ ସିଂଙ୍କ ପରିବାର ବର୍ଗଙ୍କ ସହ ଫୋନ ଜରିଆରେ ତାଙ୍କର ସ୍ୱାସ୍ଥ୍ୟ ବିଷୟରେ ସୂଚନା ନେଉଛନ୍ତି ।

ଏହା ସହ ଏଭଳି ସଙ୍କଟ ସମୟରେ ପୁରା ଦେଶ ତାଙ୍କ ପରିବାର ସହ ରହିଛି ବୋଲି ମନ୍ତ୍ରୀ ରାଜରାଜ ସିଂ ସୂଚନା ଦେଇଛନ୍ତି । ବରୁଣ ସିଂଙ୍କ ସ୍ୱାସ୍ଥ୍ୟ ଉପରେ ଡାକ୍ତରୀ ଟିମ କଡା ନଜର ରଖିବା ସହ ଆଶୁ ଆରୋଗ୍ଯ କାମନା କରୁଛି ସାରା ଦେଶ । ଏହି ଦୁର୍ଘଟଣା ରେ ବିପିନ ରାୱତଙ୍କ ସମେତ ତାଙ୍କର ସ୍ତ୍ରୀ ଓ ଓଡିଆ ଯବାନ ରାଣାପ୍ରତାପ ସିଂଙ୍କର ମଧ୍ୟ ଅ-କା-ଳ ବି-ୟୋ-ଗ ଘଟିଛି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *