ଆଜିକାଲି ଅନେକ ଲୋକଙ୍କର ଗୋଡ ବିନ୍ଧା ସମସ୍ଯା ଅଧିକାଂଶ ଦେଖା ଅଯାଉଛି । ଯଦି ଆପଣଙ୍କର ୪ରୁ ୫ ଦିନ ମଧ୍ୟରେ କୌଣସି କାରଣରୁ ଗୋଡ ବିନ୍ଧା ହେଉଛି ତେବେ ତାହା କୌଣସି ବଡ ସମସ୍ଯା ନୁହେଁ । କିନ୍ତୁ ଯଦି ଆପଣ କୌଣସି ଭାରି କାମ କରି ନାହାନ୍ତି ଓ ଆପଣଙ୍କ ଗୋଡ ବିନ୍ଧା ହେଉଛି ତେବେ ତାହାର ବିଭିନ୍ନ କାରଣ ହୋଇପାରେ । ପ୍ରଥମ କାରଣ ହେଉଛି ଆପଣଙ୍କ ଶରୀରରେ ଭିଟାମିନର ଅଭାବରୁ ଏହା ହୋଇପାରେ ।
ଏହା ସହ ଶରୀରରେ ପୋଷଣର ଅଭାବରୁ, ଯଦି ଆପଣ ମୋଟା ହୋଇଛନ୍ତି ବା ବୃଦ୍ଧ ଅବସ୍ଥାରେ ଅଛନ୍ତି ବା ଆପଣଙ୍କ ଶରୀରରେ ଆଲଫାଇଟିସ ହୋଇଛି ତେବେ ଗୋଡ ବିନ୍ଧା ସମସ୍ଯା ଦେଖାଯାଏ । ଏଥିପାଇଁ ଆପଣ ଘରେ କିଛି ଦିନ ରେଷ୍ଟ ନେଇ ପାରିବା ପରେ ଯଦି ଗୋଡ ବିନ୍ଧା କମୁ ନାହି ତେବେ ଆପଣ ଡାକ୍ତରଙ୍କ ପାଖକୁ ଯାଇ ପାରିବେ । କିନ୍ତୁ କିଛି ଘରୋଇ ଉପଚାର ରହିଛି ଯାହା କରିବା ଦ୍ଵାରା ଗୋଡ ବିନ୍ଧା ସମସ୍ଯା ଦୂର ହୋଇ ପାରିବ ।
ଯଦି ଆପଣଙ୍କର ସିରା ପ୍ରଶିରାରେ ରକ୍ତ ସଞ୍ଚାଳନ ଠିକ ଭାବେ ହେଉ ନାହି ତେବେ ଗୋଡ ବିନ୍ଧା ଅଧିକ ହୋଇଥାଏ । ଏହି ସମୟରେ ଆପଣ ଗରମ ପାଣି ସେକ ଦେଇ ପାରିବେ । ଏହା କରିବା ଦ୍ଵାରା ଆପଣଙ୍କର ରକ୍ତ ସଂଚାଳନ ଠିକ ଭାବେ ହେବେ । ଏହା ବ୍ଯତୀତ ବଜାରରେ ମିଳୁଥୁବା ଏକସନ ଲୁଣ ଆପଣ ସୋଢା ଓ ଗରମ ପାଣିରେ ମିଶାଇ ଗୋଡରେ ସେକ ଦେଇ ପାରିବେ । ଯଦି ଗରମ ପାଣିରେ ଗୋଡ ବିନ୍ଧା ରଖିବେ ତେବେ କିଛି ମାତ୍ରାରେ ଗୋଡ ବିନ୍ଧା ଭଲ ହୋଇଯିବ ।
ଯଦି ଆପଣଙ୍କ ଶରୀରରେ ଭିଟାମିନ କମି ରହୁଛି ତେବେ ସକାଳୁ ଉଠି ଖରାରେ ଠିଆ ହେଲେ ଏହା ଭିଟାମିନ-ଡି ସମସ୍ଯା ଦୂର କରିଥାଏ । ଏହା ସହ ମାଛର ସେବନ କରନ୍ତୁ । ଯଦି ଆପଣ ମୋଟାପା ର ଶିକାର ହୋଇଛନ୍ତି ତେବେ ନିଜକୁ ପତଳା କରିବାକୁ ଚେଷ୍ଟା କାରନ୍ତୁ । ଏହା ସହ ଆପଣ ନିଜର ଖାଦ୍ଯରେ ନିୟନ୍ତ୍ରଣ କରନ୍ତୁ । ଏହା ସହ ସକାଳୁ ଉଠିବା ପରେ ଦୌଡିବା ବା ଚାଲିବା ଆରମ୍ଭ କରନ୍ତୁ । ଏହା ସହ ପ୍ରତି ଦିନ ବ୍ୟାୟାମ ଆରମ୍ଭ କରନ୍ତୁ ।
ଏହା ଦ୍ଵାରା ଗୋଡ ବିନ୍ଧା ଦୂର ହେବ । ଯଦି ଆପଣଙ୍କର ୨୦ ଦିନରୁ ଅଧିକ ହେବ ଗୋଡ ବିନ୍ଧା ହେଉଛି ତେବେ କୌଣସି ପେନ କ୍ଲିୟର ନିଅନ୍ତୁ ନାହି । ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏହା ସହ ପ୍ରୋଟିନ ଯୁକ୍ତ ଖାଦ୍ଯର ପ୍ରତି ଦିନ ସେବନ କରନ୍ତୁ । ଏହା ଦ୍ଵାର ଶରୀର ରେ ଏନର୍ଜି ଆସିବ ଯାହା ଦ୍ଵାରା ଅନେକ ରୋଗର ନିବାରଣ ହୋଇ ପାରିବ ।
ଯେତିକି ପରିମାଣରେ ଆବଶ୍ୟକ ସେତିକି ପରିମାଣରେ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଆନ୍ତୁ । ତେବେ ଏହା ଥିଲା କିଛି ଘରୋଇ ଉପଚାର ଯାହା କରିବା ଦ୍ଵାରା ଗୋଡ ବିନ୍ଧା ଦୂର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।