ନମସ୍କାର ବନ୍ଧୁଗଣ, ସମୟ ଗଡିବା ସହ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି । ହେଲେ ସବୁଠାରୁ ବଡ କଥା ଯେ ଯେବେ ଦିଲ୍ଲୀର ଡାକ୍ତର ପିଣ୍ଟୁଙ୍କୁ ହାଇଦ୍ରାବାଦ ଚାଲି ଯିବାକୁ କହିଥିଲେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଡାକ୍ତର ଏଭଳି କାହିଁକି ହାତ ଟେକି ଦେଲେ ତାକୁ ନେଇ ସମସ୍ତଙ୍କର ଚିନ୍ତା ବଢି ଯାଇଥିଲା ।
ଆଉ ମେଡିକାଲରେ ଉପସ୍ଥିତ ରହିଥିବା ସମସ୍ତଙ୍କ ଆଖିରୁ ଲୁହ ଗଡି ଯାଇଥିଲା । ସାରା ରାଜ୍ୟ ପେକ୍ଷା କରି ରହିଥିଲା ଦିଲ୍ଲୀରୁ ପିଣ୍ଟୁ ନନ୍ଦ ନିଶ୍ଚୟ ସୁସ୍ଥ ହୋଇ ଫେରି ଆସିବେ । ଆଉ ସେଥିପାଇଁ ପିଣ୍ଟୁ ଙ୍କ ପାଇଁ ହାତ ଯୋଡି ଟଙ୍କା ଯୋଗାଡ କରୁଥିଲେ । ଆଉ ଦିଲ୍ଲୀର ଏକ ପ୍ରାଇଭେଟ ମେଡିକାଲରେ ଚିକିତ୍ସା ଚାଲିଥିଲା । ଏବେ ସମସ୍ତଙ୍କର ଆଶା ନିରାଶାରେ ପାଲଟି ଯାଇଛି ।
ଆଉ ଡାକ୍ତରଙ୍କ କଥା ଶୁଣିବା ପରେ ସମସ୍ତେ ଚିନ୍ତିତ ହୋଇ ପଡିଛନ୍ତି । କୁହା ଯାଉଛି ଡାକ୍ତର କହିଥିଲେ ପିଣ୍ଟୁ ଙ୍କ ଅବସ୍ଥା ଯେତିକି ଗୁରୁତର ହୋଇ ପଡିଛି ତାଙ୍କୁ ଅତ୍ୟାଧୁନିକ ଯନ୍ତ୍ରପାତି ସହ ଅପରେସନ କରିବାକୁ ହେବ । ଆଉ ସେପଟେ ଡାକ୍ତର ଏହା ବି କହିଛନ୍ତି ପିଣ୍ଟୁ ଙ୍କ ଲିଭର ପ୍ରାୟ 80% ଖରାପ ହୋଇ ସାରିଛି । କେବଳ 20% ରେ ପିଣ୍ଟୁ ଙ୍କ ସ୍ୱାସ୍ଥ୍ୟ ଚାଲିଛି ।
ତେବେ ଏବେ ପୁଣି ସମସ୍ୟାରେ ପରେ ସମସ୍ଯା ଦେଖିବାକୁ ମିଳିଛି । ଦିଲ୍ଲୀ ଡାକ୍ତର ହାଇଦ୍ରାବାଦ ନେବା ସହ ପରାମର୍ଶ ଦେବା ସହ କହିଛନ୍ତି ପିଣ୍ଟୁ ଙ୍କ ଲିଭର ଯେତେ ଜଲ୍ଦି ଟ୍ରାନ୍ସପ୍ଳାଣ୍ଟ ହୋଇଯିବ ଭଲ ନଚେତ ତାଙ୍କ ଜୀବନ ବିପଦ ପ୍ରତି ଅଛି । ଆଉ ଏ ସବୁ ଭିତରେ ଦିଲ୍ଲୀ ଡାକ୍ତର ଯେଉଁ ଭଳି ପ୍ରତିଶ୍ରୁତି ଦେଇଥିଲେ ଯେ ଲିଭର ମିଳିଲେ ଟ୍ରାନ୍ସ ପ୍ଳାଣ୍ଟ କରି ସୁସ୍ଥ କରି ଦେବେ ସେ ଏବେ ନିଜେ କ୍ଷମା ମାଗିଛନ୍ତି ।
ଆଉ କହିଛନ୍ତି ପିଣ୍ଟୁ ଙ୍କୁ ଯେତେ ଜଲ୍ଦି ସମ୍ଭବ ହାଇଦ୍ରାବାଦ ନେବା ପାଇଁ । ତେବେ ଯାହା ଜଣା ପଡିଛି ଏବେ ପିଣ୍ଟୁ ନନ୍ଦ ଦିଲ୍ଲୀ ରୁ ହାଇଦ୍ରାବାଦ ଚାଲି ଯାଇଛନ୍ତି । କିନ୍ତୁ ଏବେ ବି କୁହା ଯାଉଛି ଡୋନର ଏବେ ଯାଏଁ ଠିକ ହୋଇ ନାହି । ଆଉ ପିଣ୍ଟୁ ଙ୍କ ଚିକିତ୍ସାରେ ବହୁତ ଟଙ୍କା ଖର୍ଚ୍ଚ ହେଉଛି ଯାହା ତାଙ୍କ ଭାଇ କହିଛନ୍ତି । ଏବେ ସବୁଠାରୁ ବଡ ସମସ୍ଯା ଆହୁରି ଆବଶ୍ୟକ ରହିଛି ଅଧିକ ଟଙ୍କା ଯାହା କି ଏ ଯାଏଁ ଯୋଗାଡ ହୋଇ ନାହି ।
ତେବେ ଏବେ ପିଣ୍ଟୁ ନନ୍ଦ ହାଇଦ୍ରାବାଦ ରେ ପହଞ୍ଚି ସାରିଛନ୍ତି ଆଉ ତାଙ୍କର ବହୁତ ଜଲ୍ଦି ଲିଭର ଟ୍ରାନ୍ସ ପ୍ଳାଣ୍ଟ ହୋଇଯିବ ବୋଲି ଆଶା କରା ଯାଇଛି । ଆଉ ସେ ସୁସ୍ଥ ହୋଇ ଫେରି ଆସିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।