ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ସ୍କୁଲ…. ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ଦିଲ୍ଲୀ ସରକାର ଦିଲ୍ଲୀର ପ୍ରଦୂଷଣକୁ ଆଖି ଆଗରେ ରଖି ସବୁ ସ୍କୁଲ ଗୁଡିକୁ ବନ୍ଦ ରଖିବା ପାଇଁ ଘୋଷଣା କରିଛନ୍ତି । ଆସନ୍ତା ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଗୁଡିକ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି । କିନ୍ତୁ ଏହି ସମୟରେ ପିଲାମାନେ ଅନ୍ଲାଇନ କ୍ଳାସ ଜରିଆରେ ପଢି ପାରିବେ । ଦିଲ୍ଲୀରେ ପ୍ରଦୂଷଣ କିଛି ନୂଆ କଥା ନୁହେଁ । କିନ୍ତୁ ଗତ କିଛି ଦିନ ହେବ ଦିଲ୍ଲୀରେ ଭୟଙ୍କର ରୂପରେ ବାୟୁ ପ୍ରଦୂଷଣ ଦେଖା ଯାଉଛି ।

ଘରୁ ବାହାରିବା ବି ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ । ନିଶ୍ଵାସ ପ୍ରଶ୍ଵାସ ନେବା ପାଇଁ ବି ଅସୁବିଧା ହୋଇପାରେ । ଦିଲ୍ଲୀ ସରକାର ବାୟୁ ପ୍ରଦୂଷଣକୁ କମ କରିବା ପାଇଁ ବହୁତ ବଡ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ।

ଯେଉଁଥିରେ ସ୍କୁଲ ବନ୍ଦ ରହିବ ଓ ଅନ୍ଲାଇନ କ୍ଳାସ ହେବ । କହିଦେଛୁ କି ସୁପ୍ରିମ କୋର୍ଟରେ ଏହାକୁ ନେଇ କେସ ଚାଲିଛି । କୋର୍ଟରେ ୨୬ ତାରିଖ ଦିନ ପରବର୍ତ୍ତୀ ଶୁଣାଣୀ ଅଛି । ଏହି ମାମଲାରେ ସୁପ୍ରିମ କୋର୍ଟର ଜଜ କହିଥିଲେ କି ଦିଲ୍ଲୀ ସରକାର ପ୍ରଦୂଷଣକୁ ରୋକ ଲଗାଇବା ପାଇଁ କଣ କଣ ପଦକ୍ଷେପ ନେଉଛନ୍ତି ତାର ସୂଚନା ଦିଅନ୍ତୁ ଓ ଦିଲ୍ଲୀ ସରକାର ବି କୋର୍ଟକୁ ସମସ୍ତ ତଥ୍ୟ ଦେଇଥିଲେ ।

ସୁପ୍ରିମ କୋର୍ଟ କହିଥିଲେ କି ଛୋଟ ଛୋଟ ପିଲାମାନେ ସ୍କୁଲ ଯାଉଛନ୍ତି । ସେଥିପାଇଁ ସେ ସରକାରକୁ ସ୍କୁଲ ବନ୍ଦ କରିବା ପାଇଁ କହିଥିଲେ । ସରକାର ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସ୍କୁଲକୁ ବନ୍ଦ ରଖିଥିଲେ । କିନ୍ତୁ ବର୍ତ୍ତମାନ ସରକାର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍କୁଲକୁ ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହା ପୂର୍ବରୁ ଦିଲ୍ଲୀ ପ୍ରଦୂଷଣ ବୋର୍ଡ ସରକାରଙ୍କୁ କହିଥିଲେ କି ଦିଲ୍ଲୀ ପ୍ରଦୂଷଣକୁ କ୍ଷେତ୍ରରେ ବଡ ବଡ ପଦକ୍ଷେପ ନେବା ଉଚିତ ।

ଏହି କ୍ରମରେ ଦିଲ୍ଲୀ ସରକାର ୨୧ ତାରିଖ ପର୍ଯ୍ୟନ୍ତ ସହରରେ ଟ୍ରକ ପ୍ରବେଶ ଉପରେ ପ୍ରତିବନ୍ଧ ଲଗାଇ ଦିଆଯାଇଛି । ୧୦ ରୁ ୧୫ ବର୍ଷ ପୁରୁଣା ପେଟ୍ରୋଲ ଓ ଡିଜେଲ ଗାଡିର ଚଳାଚଳ ଉପରେ ରୋକ ଲଗାଯାଇଛି । ଦିଲ୍ଲୀରେ ଘର କାମ ଉପରେ ବି ରୋକ ଲଗାଯାଇଛି । ଦିଲ୍ଲୀ ସରକାର ସହରରେ ପ୍ରଦୂଷଣ କମ କରିବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି ।

Leave a Reply

Your email address will not be published. Required fields are marked *