ଏହି ଝିଅଟି Delivery ବୟ ସହ କଲା କିଛି ଏମିତି ବ୍ୟବହାର କି ଦେଖି ଆପଣଙ୍କ ରକ୍ତ ବି ହୋଇଯିବ ଗରମ, ଦେଖନ୍ତୁ Video

ଆଜିକାଲି ପ୍ରାୟତଃ ସମସ୍ତେ ଅନ୍ଲାଇନରୁ ଜିନିଷ ଓ ଖାଇବା ଇତ୍ୟାଦି ଜିନିଷ କିଣୁଛନ୍ତି । ଏମିତିରେ ସେହି କମ୍ପାନୀର ଡେଲିଭରି ବୟ ସେହି ଜିନିଷକୁ ନେଇ ଗ୍ରାହକମାନଙ୍କ ପାଖକୁ ଯାଇଥାଏ । କିନ୍ତୁ ବର୍ତ୍ତମାନ ଏହି ସମ୍ବନ୍ଧିତ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଯୁବତୀ ଗୋଟିଏ ଡେଲିଭରି ବୟ ସହ ଖରାପ ବ୍ୟବହାର କରୁଛନ୍ତି । କହିବାକୁ ଗଲେ ଭିଡିଓରେ ନଜର ଆସୁଥିବା ଡେଲିଭରି ବୟ ଏହି ମହିଳା ଜଣଙ୍କର ପାର୍ସଲ ନେଇ ଆସିଥିଲେ ଓ ସେ ମହିଳା ଜଣଙ୍କୁ ଫୋନ ବି କରିଥିଲେ ।

କିନ୍ତୁ ୫ ଥର ଫୋନ କରିବା ସତ୍ବେ ବି ମହିଳା ଜଣକ ଫୋନ ଉଠାଇଲେ ନାହିଁ । ସେଥିପାଇଁ ଡେଲିଭରି ବୟ ଜଣକ ପାର୍ସଲକୁ ନେଇ ଅଫିସରେ ସବମିଟ କରିଦେଲେ । ତାହା ପର ଦିନ ଡେଲିଭରି ବୟ ପୁଣି ଥରେ ନିଜର ନୂଆ ଡେଲିଭରି ଜିନଷକୁ ଧରି ସେହି ଅଞ୍ଚଳ ଦେଇ ଯାଉଥିଲେ ।

ଅଚାନକ ଏହି ମହିଳା ଜଣକ ଡେଲିଭରି ବୟକୁ ରାସ୍ତାରେ ଅଟକାଇ ତାଙ୍କୁ ନିଜର ପାର୍ସଲ ମାଗିଲେ ଓ ତାହା ବି ପୁଣି ଜବରଦସ୍ତ । ଡେଲିଭରି ବୟ ନିଜକୁ ସଠିକ ପ୍ରମାଣିତ କରିବା ପାଇଁ ନିଜ ସାଥିକୁ ମୋବାଇଲରେ ଭିଡିଓ ଶୁଟିଙ୍ଗ କରିବା ପାଇଁ କହିଲେ । ଯାହାକୁ ଦେଖି ମହିଳା ଜଣକ ଆହୁରି ରାଗି ଗଲେ । ଡେଲିଭରି ବୟ ମହିଳା ଜଣକକୁ ବାରମ୍ବାର ବୁଝାଇବା ସତ୍ବେ ବି ମହିଳା ଜଣକ ବୁଝିବା ପାଇଁ ନାରାଜ ।

ମହିଳା ଜଣକ ଡେଲିଭରି ବୟକୁ ବାରମ୍ବାର କହୁଥିଲେ କି ମୋ ପାର୍ସଲ ମୋତେ ଦିଅ । ଡେଲିଭରି ବୟ କହିଲେ କି ଆପଣଙ୍କ ପାର୍ସଲ ଅଫିସରେ ଅଛି ଆପଣ ସେଠୁ ନେଇ ଯାଇ ପାରିବେ । କିନ୍ତୁ ମହିଳା ଜଣକ ରାଗି ଯାଇ କହିଲେ କି ନା ମୁଁ କିଛି ଜାଣି ନାହିଁ ତୁ ମୋର ପାର୍ସଲ ଆଣି ଦବୁ ।

ଏହିଭଳି ଭାବରେ ପାଖାପାଖି ୫ ମିନିଟରୁ ବି ଅଧିକ ସମୟ ହେବ ମହିଳା ଓ ଡେଲିଭରି ବୟ ମଧ୍ୟରେ ବିବାଦ ଲାଗି ରହିଥିଲା । ଏତିକି ନୁହେଁ ଡେଲିଭରି ବୟର କୌଣସି ଭୁଲ ନ ଥାଇ ବି ମହିଳା ଜଣକ ବାରମ୍ବାର ତାକୁ ଗାଳି କରୁଥିଲେ ଓ କହିଥିଲେ କି ମୁଁ ତମର କମ୍ପ୍ଲେନ କରିବି । ତମକୁ ଜେ-ଲ ପଠେଇ ଦେବି ।

Leave a Reply

Your email address will not be published. Required fields are marked *