ବିଳମ୍ବରେ ଆସୁଛନ୍ତି ସ୍କୁଲ ଦିଦି, ହାବୁଡି ଗଲା କ୍ୟାମେରା… ଆଉ ତା ପରେ ଦିଦି ଯାହା କହିଲେ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ  ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସ୍କୁଲ ପିଲା ମାନେ ଗଛ ତଳେ ବସି ରହିଛନ୍ତି ସାରା ଆଉ ଦିଦିଙ୍କୁ ଅପେକ୍ଷା କରି । ଏ ହେଉଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କୌଣା ପଞ୍ଚାୟତ ପଦାସହି ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ । ଦେଖୁଛନ୍ତି ତ କେମିତି ପିଲା ମାନେ ପାଠ ପଢିବା ପରିବର୍ତ୍ତେ ଗଛ ମୂଳେ ବସି ସମୟ ବିତାଉଛନ୍ତି । ସେମାନେ କରିବେ ବା ଆଉ କଣ କାରଣ ସମୟ ୧୦ଟା ୧୦ ପାଠ ପଢିବା ପାଇଁ ଅପେକ୍ଷା କରିଲେଣି ପିଲା ହେଲେ ମାଷ୍ଟରଙ୍କ ଦେଖା ନାହିଁ ।

କେତେବେଳେ ସାର ଆସିବେ ଅପେକ୍ଷା କରି ରହିଛନ୍ତି ପିଲା । ପିଲା ଅପେକ୍ଷା କରିଛନ୍ତି ସାର ଙ୍କୁ ସତ କିନ୍ତୁ ସାରଙ୍କର ଦେଖା ନାହି । ତେଣୁ ପାଠ ନ ପଢି ଏମିତି ଅନେଇ ବସିଛନ୍ତି ପିଲା । ସ୍ଥିତି ଏମିତି ହେଉଛି ଯେ ଅନେକ ସମୟରେ ପିଲା ମାନେ ପାଠ ନ ପଢି ଘରକୁ ସେମିତି ଫେରି ଯାଉଛନ୍ତି । ତେବେ ନିୟମ ଅନୁସାରେ ଅଙ୍ଗନ ବାଡି ସକାଳ ୯ଟା ରେ ଖୋଲିବା କଥା ହେଲେ ତାହା ବି ହେଉନି । ମୋଟ ଉପରେ ଏଠି ସାରଙ୍କୁ ସମସ୍ତଙ୍କର ଅପେକ୍ଷା ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏ ଦୃଶ୍ୟ କେବଳ ଆଜିର କି କାଲିର ନୁହେଁ ବରଂ ପ୍ରତି ଦିନ ଏହି ସ୍କୁଲକୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଡେରିରେ ଆସନ୍ତି ଆଉ ପିଲା ମାନଙ୍କ ପାଠ ପଢାରେ ଅନେକ କ୍ଷତି ହେଉଛି । ଏହି ବିଦ୍ୟାଳୟରେ ପାଞ୍ଚଟି ଶ୍ରେଣୀ ପାଇଁ ଜଣେ ପ୍ରଧାନ ଶିକ୍ଷୟତ୍ରୀ ଓ ଜଣେ ସହକାରୀ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ହେଲେ ଜଣେ ବି ସଠିକ ସମୟରେ ସ୍କୁଲ ଆସନ୍ତି ନାହିଁ । ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଲା ଗଣମାଧ୍ୟମ ସ୍କୁଲରେ ଆଲୋଚନା କରିବା ବେଳେ ୧୦ଟା ୨୦ ମିନିଟରେ ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ଆଉ ସହକାରୀ ଶିକ୍ଷକ ଅଶୋକ ସାମଲ ତରତର ହୋଇ ସ୍କୁଲ ଆସି ଗେଟି ଖୋଲିଥିଲେ ।

ଦୁହେଁ କିନ୍ତୁ କ୍ୟାମେରା ଦେଖି ପ୍ରଥମ ହଡବଡ ହେଇଗଲେ । ରାସ୍ତାରେ ଆସିବା ବେଳେ କାଦୁଅରେ ପଡି ଯିବାରୁ ଟିକେ ଡେରି ହେଲା ବୋଲି କହି ସେ ସଫେଇ ଦେଇଥିଲେ । ଦୂର ବାତରୁ ଆସୁଛି ସେଥିପାଇଁ ପହଞ୍ଚିବାରେ ଡେରି ହେଲା ବୋଲି ସହକାରୀ ଶିକ୍ଷକ ସଫେଇ ଦେଇଥିଲେ । ତେବେ ଏହି ଘଟଣା ଆଜି କି କାଲିର ନୁହେଁ ବରଂ ପ୍ରତେକ ଦିନ ହେଉଛି ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ ।

ସେପଟେ ଏହି ଘଟଣାକୁ ନେଇ ବ୍ଲକ ଶିକ୍ଷା ଅଧିକାରୀ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନ ବେଳେ ଅଙ୍ଗନବାଡି କେନ୍ଦ୍ର ବନ୍ଦ ଥିବା ଘଟଣାର ତଦନ୍ତ କରି କାର୍ଯ୍ୟ ଅନୁଷ୍ଠାନ ନିଆଯିବ ବୋଲି ଅସ୍ତରଙ୍ଗ CDPO କହିଛନ୍ତି । ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *