ରାଷ୍ଟ୍ରପତିଙ୍କ ଗାଡିରେ କାହିଁକି ନଥାଏ Number Plate? କଣ ଆପଣ ଜାଣିଛନ୍ତି ଏହା ପଛର କାରଣ ?

ସାଧାରଣ ଲୋକ ହୁଅନ୍ତୁ କି ମନ୍ତ୍ରୀ ହୁଅନ୍ତୁ ସମସ୍ତଙ୍କ ଗାଡିରେ ତାହାର ନମ୍ବର ପ୍ଳେଟ । ହେଲେ ରାଷ୍ଟ୍ରପତିଙ୍କ ଗାଡିରେ ନମ୍ବର ପ୍ଳେଟ ନ ଥାଏ । ଏବେ ଓଡିଶାରେ ରାଷ୍ଟ୍ରପତି ରାମନାଥଙ୍କ ଗସ୍ତ ଥିବାରୁ ଏହି ପ୍ରଶ୍ନ ଉଠୁଛି । ଗତ କାଲି ଭୁବନେଶ୍ବର ବିମାନ ବନ୍ଦରରୁ ତାଳ ବଣିଆ ଯିବା ପରେ ସ୍ଵତନ୍ତ୍ର କାରକେଟରେ ପୁରୀ ରାଜଭବନକୁ ଯାଇଥିଲେ ରାଷ୍ଟ୍ରପତି । ଶ୍ରୀଜୀଉଙ୍କ ଦର୍ଶନ ସାରୟ ଫେରିଥିଲେ ରାଜଭବନକୁ ।

ହେଲେ ରାଷ୍ଟ୍ରପତି ଯାଉଥିବା ଟୟୋଟର ଫର୍ଚ୍ୟୁନ ଗାଡି ନମ୍ବର ଥିଲା OD05BD5610 । ଏହି କଥା ଦେଖି ତାଜୁବ ହୋଇଥିଲେ ପୁରିବାସୀ । ରାମନାଥ ଗୋବିନ୍ଦ ଚଢୁଥିବା ଗାଡିରେ ସ୍ଵତନ୍ତ୍ର ନ ଥାଏ କୌଣସି ନମ୍ବର ପ୍ଳେଟ । ସବୁ ରାଜ୍ୟରେ ଭିନ୍ନ ଷ୍ଟେଟ କୋଡ ଠିଆବ ଗାଡି ବୁଲୁଥିବା ବେଳେ ଦିଲ୍ଲୀରେ ରାଷ୍ଟ୍ରପତି ଯାଉଥିବା ଗାଡିର ନ ଥାଏ ନମ୍ବର ପ୍ଳେଟ । ରାସ୍ତାରେ ଗାଡି ଚଳାଚଳ ଉପରେ କେନ୍ଦ୍ର ସରକାର ବିଭିନ୍ନ ସମୟରେ ଅନେକ ପରିବର୍ତ୍ତନ କରୁଛନ୍ତି ।

ଯଦି ସାଧାରଣ ଜନତାଙ୍କ ଗାଡିରେ ନମ୍ବର ପ୍ଳେଟ ନ ଥାଏ ତେବେ ଟ୍ରାଫିକ ପୋଲିସ ପାଖରୁ ବର୍ତ୍ତୀ ପାରିବେ ନାହି । ଜୋରିମାନା ସହ ଗାଡି ଜବତ ହେବାର ନିୟମ ରହିଛି । ରାଷ୍ଟ୍ରପତିଙ୍କ ଗାଡିରେ ନମ୍ବର ନ ଥିବା ହୁଏ ତ ଆଶ୍ଚର୍ଯ୍ୟ କଥା ହୋଇପାରେ । କାରଣ ଦେଶର ନାଗରିକ ହୋଇ ନିଜେ କିଭଳି ନିୟମ ଉଲଂଘନ କରୁଛନ୍ତି ତାହା ଆପଣଙ୍କ ମନରେ ପ୍ରଶ୍ନ ଉଠିଥିବ । କିନ୍ତୁ ସତ କଥା ହେଉଛି ଆମ ଦେଶରେ ରାଷ୍ଟ୍ରପତିଙ୍କ ଗାଡିରେ ନମ୍ବର ପ୍ଳେଟ ନ ରହିବାର ନିୟମ ରହି ଆସିଛି ।

କାରଣ ବ୍ରିଟିଶ ଅମଳରୁ ଦ କିଙ୍ଗ କ୍ୟାନ ନୁ ଡୋରରୁ ପ୍ରଚଳିତ ପ୍ରଥା ଭାରତରେ ଚାଲି ଆସିଛି । ଏହାର ଅର୍ଥ ହେଉଛି ଯିଏ ଦେଶର ସର୍ବୋଚ୍ଚ ନାଗିକ ବା ରାଜା ସେ କେବେ କୌଣସି ଭୁଲ କରି ପାରିବେ ନାହି । ଏହି କାରଣରୁ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଓ ଅନ୍ୟ ମାନ୍ୟବରଙ୍କ ଗାଡିରେ ରେଜିଷ୍ଟ୍ରେଶନ ନମ୍ବର ନ ଥାଏ । ବ୍ରିଟିଶ ଶାସନର ଏହି ପ୍ରଥାକୁ ମାନି ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ସହ VVI ଙ୍କ ଗାଡିରେ ନମ୍ବର ପ୍ଳେଟ ରହି ନ ଥାଏ ।

ନମ୍ବର ପ୍ଳେଟ ବଦଳରେ ଏହି ସ୍ବାଉ ଗାଡିରେ କେବଳ ଅଶୋକ ସ୍ତମ୍ବ ଲଗାଯାଏ । ଭାରତର ବଇଦଇଶିକ ମନ୍ତ୍ରାଳୟ ନିକଟରେ ଏମିତି ପ୍ରାୟ ୧୪ଟି କାର ରହିଛି ଯାହାର ପଞ୍ଜିକରଣ ମଧ୍ୟ ହୋଇ ନାହି । ଆମ ଦେଶରେ ବିନା ନମ୍ବର ପ୍ଳେଟ ରେ ସେହି ସବୁ ଗାଡି ଚାଲୁଅଛି । ବିଶେଷ କରି ବିଦେଶୀ ଅତିଥି ଅମାନଙ୍କ ପାଇଁ ଏହା ବ୍ୟବହାର ହୋଇଥାଏ ।

କେନ୍ଦ୍ର ରେ ବିଜେପି ସରକାର ଆସିବା ପରେ ଦେଶରେ ଅନେକ ପରିବର୍ତ୍ତନ ଓ ବଡ ପଦକ୍ଷେପ ନିଆ ଯାଇଛି । ଯେମିତିକି ପୂର୍ବ ରୁ ନେତା ମନ୍ତ୍ରୀ ଙ୍କ ଗାଡିରେ ଲାଗୁଥିବା ନାଲି ବତୀକୁ ହଟାଇ ଦିଆ ଯାଇଛି । ଆଗରୁ ଯେମିତି ରାଷ୍ଟ୍ରପତି ବା ଉପ-ରାଷ୍ଟ୍ରପତିଙ୍କ ଗାଡିଆରେ ନମ୍ବର ପ୍ଳେଟ ନ ଥିଲା ଏବେ ବି ନାହି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ମାମଲାରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *