Omicron ସଂକ୍ରମଣକୁ ନେଇ WHO DG ଦେଲେ ଏମିତି ଚେତାବନୀ, ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ସାରା ଦେଶରେ କୋରୋନା ଭାଇରସ ଦୀର୍ଘ ୨ ବର୍ଷ ଆତଙ୍କ ସୃଷ୍ଟି କରି ରଖିଛି । ବର୍ତ୍ତମାନ କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ମଧ୍ୟ ତୀବ୍ର ଗତିରେ ବ୍ୟାପିଅବରେ ଲାଗିଛି ଯାହାକୁ ନେଇ ଚିନ୍ତା ଜନକ ସ୍ଥିତି ସୃଷ୍ଟି ହୋଇଛି । ତେବେ ଦୀର୍ଘ ୧୦ ସପ୍ତାହ ହେବ କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଚିହ୍ନଟ ହୋଇଥିଲା । ଏହା ପର ଠାରୁ ୯ କୋଟି କୋରୋନା ଭାଇରସ ଚିହ୍ନଟ ହୋଇଛନ୍ତି ।

ମହାମାରି ର ପ୍ରଥମ ବର୍ଷ ୨୦୨୦ ମସିହାରେ ତୁଆଳନରେ ଏହା ଧିକ ବୋଲି କହିଛନ୍ତି WHO DG । ଓମିକ୍ରନ କୁ ଅଣଦେଖା ବା ବେଖାତିର କରିବା ଉଚିତ ନୁହେଁ । ଯଦିଓ ଏହା ପୂର୍ବ ତୁଳନାରେ କମ ଗୁରୁତର ହେଉଛି ହେଲେ ମୃତ୍ୟୁ ଉଦବେଗଜନିତ ଭାବେ ବୃଦ୍ଧି ପାଇବାରେ ଲାଗିଛି । କୌଣସି ଦେଶ ଆତ୍ମ ସମର୍ପଣ କରିବା ବା ବିଜୟ ଘୋଷଣା କରିବା ମୁର୍ଖାମି ହେବ ବୋଲି କହିଛନ୍ତି WHO ଡିଜି ।

ତେବେ କୌଣସି ଦେଶ କୋରୋନା ଗାଇଡ ଲାଇନ କୁ ଅଣଦେଖା ନ କରିବା ପାଇଁ ଚେତାବନୀ ଦେଇଛନ୍ତି ଡିଜି । ଏହା ସହ ପୂର୍ବ ଭଳି କୋରୋନା ସଂକ୍ରମଣ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ବିଶ୍ଵ ସ୍ୱାସ୍ଥ୍ୟ ସଂଘଠନ ପକ୍ଷ ରୁ ସତର୍କ ସୂଚନା ଦିଆ ଯାଇଛି । ତେବେ ଲୋକ ମାନେ ପୂର୍ବ ଭଳି ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଚେତାବନୀ ଦେଇଛନ୍ତି ଡିଜି ।

ଏହା ବ୍ଯତୀତ କିପରି ଭାବେ ଓମିକ୍ରନ ଓ କୋରୋନା ସଂକ୍ରମଣ ରୋକା ଯାଇ ପାରିବ ତାହା ନେଇ ମଧ୍ୟ WHO ଡିଜି ସତରକ ସୂଚନା ଜାରି କରିଛନ୍ତି । ତେବେ କୌଣସି ଦେଶ ଯେପରି ଓମିକ୍ରନ ଶେଷ ହୋଇଛି ବୋଲି ଭାବିବା ଭୁଲ ବୋଲି ସେ କହିଛନ୍ତି ।

ତେବେ ସାରା ଦେଶରେ ଓମିକ୍ରନ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହା ସହ ଲୋକ ମାନଙ୍କର ମୃତ୍ୟୁ ହାର ମଧ୍ୟ ବୃଦ୍ଧି ପାଉଛି । ତେବେ ପ୍ରତେକ ଦେଶ ଓ ଦେଶର ଲୋକ ମାନେ ସାବଧାନତା ଅବଲମ୍ବନ କରିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କର ଏହି WHO ଡିଜିଙ୍କ କହିଥିବା ଚେତାବନୀ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *