ଡିଜିଟାଲ ଭିକାରୀ! ହାତରେ ନାହିଁ ତାଟିଆ, ବେକରେ ଝୁଲୁଛି ବାରକୋଡ୍… ସୋସିଆଲ ମିଡିଆରେ ହେଉଛନ୍ତି ଭାଇରାଲ

ନମସ୍କାର ବନ୍ଧୁଗଣ । ଆମ ଦେଶରେ ଆର୍ଥିକ ବ୍ୟବସ୍ଥା ରେ ଦିନକୁ ଦିନ ପରିବର୍ତ୍ତନ ହେବାରେ ଲାଗିଛି । ଯାହା ପାଇଁ ମଧ୍ୟମ ବିତ୍ତର ଲୋକ ମାନେ ଅଭାବ ଅନଟନ ରେ ସମୟ କାଟୁଛନ୍ତି । ଯାହା ପାଇଁ କିଛି ଲୋକଙ୍କ ଭିକ ମାଗିବାର ଦେଖା ଯାଉଛି । ତେବେ ନିଜ ପରିବାର ଜୀବିକା ନିର୍ବାହ କରିବା ପାଇଁ ଲୋକ ମାନେ ରାସ୍ତା କଡରେ ବସି ଭିକ ମାଗୁଛନ୍ତି । ସାଧାରଣ ମନ୍ଦିର ବା ରେଳ ଷ୍ଟେସନ ବା ବସ ଷ୍ଟାଣ୍ଡ ରେ ଭିକାରି ମାନେ ଭିକ ମାଗିବାର ଆପଣ ମାନେ ଦେଖିଥିବେ ।

ଆପଣ ମାନେ ଜାଣିଥିବେ ଅଭାବ ଅନଟନ ହେଲେ ସମସ୍ତେ ଭିକ ମାଗିଥାନ୍ତି ନିଜର ଜୀବିକା ନିର୍ବାହ କରିବା ପାଇଁ । ରାସ୍ତା ରେ ତାଟିଆ ଖଣ୍ଡ ଧରି ଘୁରି ବୁଲନ୍ତି । କିନ୍ତୁ ବର୍ତ୍ତମାନର ଇଣ୍ଟରନେଟ ଦୁନିଆ ସବୁ କିଛି ବଦଳାଇ ଦେଉଛି । ପୂର୍ବ ରୁ ଯେଉଁ କାମ କରିବା ପାଇଁ ଆମକୁ ଯେତେ ସମୟ ଲାଗୁଥିଲା ବର୍ତ୍ତମାନ ଆଜି ହାତରେ ଥିବା ଫୋନ ଦ୍ଵାରା କିଛି ସମୟ ମଧ୍ୟରେ ହୋଇ ପାରୁଛି ।

ତେବେ ଆଜିର ଡିଜିଟାଲ ଦୁନିଆରେ ଡିଜିଟାଲ ଭିକାରି ଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଛିନ୍ଦୁବଡା ସହରର ରାସ୍ତା ରେ ହେମନ୍ତ ସୂର୍ଯ୍ୟବଂଶୀ ନାମକ ବ୍ୟକ୍ତି ତାଙ୍କ ହାତରେ ଡିଜିଟାଲ ଲେନେଦେନ ର ବାର୍କ କୋଡ ନେଇ ଭିକ୍ଷା ମାଗୁ ଥିବାର ନଜର ଆସୁଛନ୍ତି ।

ଭିକ୍ଷା ନେବା ସମୟରେ କୌଣସି ବ୍ୟକ୍ତି ଙ୍କ ପାଖରେ ଖୁଚୁରା ପଇସା ନ ଥିଲେ ସେ ତାଙ୍କ ଆହାତରେ ଧରିଥିବା ବାର୍କ କୋଡ ସାହାଜ୍ଯରେ ଯାହା ଦେବାକୁ ଇଚ୍ଛା ଅଛି ବୋଲି କହିଥାନ୍ତି । ତେବେ ହେମନ୍ତ ଚାକିରି ହରାଇବା ପରେ ଅର୍ଥଅଭାବରୁ ଏହି ଡିଜିଟାଲ ଟେକ୍ନୋଲୋଜି ଜରିଆରେ ଭିକ ମାଗୁଥିବା କୁହା ଯାଉଛି ।

ରାସ୍ତା ପାର୍ଶ୍ଵ ରେ ହେଉ ବା ବସ ଷ୍ଟାଣ୍ଡ ବା ରେଳ ଷ୍ଟେସନ ରେ ଭିକାରି ଙ୍କୁ ଭିକ ମାଗୁ ଥିବାର ଦେଖିବାକୁ ମିଳିଥାଏ । ତେବେ ଅନେକ ଲୋକ ଖୁଚୁର ପଇସା ନ ଥିବା କହି ଭିକାରି ଙ୍କୁ ଭିକ ନ ଦେଇ ଚାଲି ଯାଇଥାନ୍ତି । କିନ୍ତୁ ଏବେ ଡିଜିଟାଲ ଭିକାରୀଙ୍କ କ୍ଷେତ୍ର ରେ ଆଉ ଏବେ ବାହାନା ଚାଲିବ ନାହି । କାରଣ ଯେଉଁଠି ହେମନ୍ତ ଙ୍କ ଭଳି ଡିଜିଟାଲ ଭିକାରି ଅଛନ୍ତି ସେଠାରେ ଲୋକେ ମାନେ ଭିକ ନ ଦେଇ କୁଆଡେ ଚାଲିଯାଇ ପାରିବେ ନାହି ।

ବନ୍ଧୁଗଣ ଆପଣ ମାନଙ୍କର ହେମନ୍ତଙ୍କର ଡିଜିଟାଲ ଉପାରେ ଭିକ୍ଷା ମାଗିବା ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *