Digital ପେମେଣ୍ଟ କରିବା ସମୟରେ ଏହି 5ଟି ଭୁଲ କରନ୍ତୁ ନାହିଁ, ନଚେତ….

ଆଜିକା ସମୟରେ ସମସ୍ତେ କରିଉଛନ୍ତି ଡିଜିଟାଲ କାରୋବାର । ଯଦି ଆପଣ ଡିଜିଟାଲ ଲେନଦେନ କରୁଛନ୍ତି ତେବେ ସତର୍କ ରୁହନ୍ତୁ । ଆପଣ ନିଜର ଭୁଲ ପାଇଁ ଟଙ୍କା ହରାଇ କାଙ୍ଗାଳ ହୋଇ ପାରନ୍ତି । ଏହି କଥା ଏତେ ବି ଡରିଲା ଭଳି ନୁହେଁ । କେବଳ ଡିଜିଟାଲ ପେମେଣ୍ଟ କରିବା ସମୟରେ କିଛି ସତର୍କତା ଅବଲମ୍ବନ କରିବାକୁ ପଡିବ । ତେବେ ଆସନ୍ତୁ ଜାଣିବା ସେଗୁଡିକ କଣ ରହିଛି ।

ଦେଶରେ ଅନ ଲାଇନ କାରୋବାର ବଢିବା ସହ ସାଇବର ଅପରାଧ ବଢିବାରେ ଲାଗିଛି । ଆଜିକାଲି ଛୋଟ ଦୋକାନ ଠାରୁ ଆରମ୍ଭ କରି ମହଲା ଯାଏଁ ସବୁଠାରେ ଅନ ଲାଇନର ସୁବିଧା ହୋଇ ଗଲାଣି । ଆଜିକାଲି କେବଳ କୋଡ ସ୍କାନ କରି ଦେୟ କରବାକୁ ପଡୁଛି । ଆପଣ ଯଦି ଡିଜିଟାଲ ପେମେଣ୍ଟ ଆପ ଗୁଗୁଲ ପେ, ଫୋନ ପେ ବା ପେଟିଏମ ବ୍ୟବହାର କରୁଛନ୍ତି ତେବେ ଏହି ସବୁ ଦିଗ ପ୍ରତି ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ ।

ଏଥିପାଇଁ ଆପଣଙ୍କ ବ୍ଯାଙ୍କ ଆକାଉଣ୍ଟ ଓ ଠିକଣା ସୁରକ୍ଷିତ ରଖିବା ନିହାତି ଜରୁରୀ । ପ୍ରଥମେ ଆପଣ ନିଜର UPI ଆଡ୍ରେସ ସେୟାର କରନ୍ତୁ ନାହି । ଆପଣଙ୍କ ୟୁପିଆଇ ଆଡ୍ରେସ ଆପଣଙ୍କ ଫୋନ ନମ୍ବର ହୋଇପାରେ ବା କୋଡ ବା ଭର୍ଚୁୟୁଲ ପେମେଣ୍ଟ ମଧ୍ୟରୁ କିଛି ହୋଇପାରେ । ଆପଣ କୌଣସି ପଇଠ ବା ବ୍ଯାଙ୍କ ଆପ୍ଲିକେସନ ମାଧ୍ୟମରେ କାହାକୁ ନିଜର ୟୁପିଆଇ ପର୍ଯ୍ୟନ୍ତ ପହଞ୍ଚିବାକୁ ଅନୁମତି ଦିଅନ୍ତୁ ନାହି ।

ଦିତୀୟ କଥା ହେଲା ସବୁ ଦେ ପଇଠ ଓ ଲେନଦେନ ଆପ ଲାଗି ମଜବୁତ ସ୍କ୍ରିନ ଲକ ସେଟ କରନ୍ତୁ । ଏଥିପାଇଁ ମଜବୁତ ପିନ ଲକ ସେଟ କରିବା ନିହାତି ଜରୁରୀ । ଏହି ପିନକୁ ଆପଣ କାହା ସହ ସେୟାର କରନ୍ତୁ ନାହି । ଯଦି ଆପଣଙ୍କ ପିନ ଲିକ ହେବାର ସନ୍ଦେହ କରନ୍ତି ତେବେ ତୁରନ୍ତ ତାହାକୁ ବଦଳାଇ ଦିଅନ୍ତୁ । ତୃତୀୟ କଥା ହେଲା ଭେରୀଫାଏ ନ ହୋଇଥିବା ଲିଙ୍କ ଉପରେ କ୍ଲିକ କରନ୍ତୁ ନାହି ବା ଫେକ କଲ ଗ୍ରହଣ କରନ୍ତୁ ନାହି ।

ୟୁପିଆଇ ଆପ ଦ୍ଵାରା ସାଇବର ଠକ ମାନେ ୟୁଜର୍ସଙ୍କୁ ଫସେଇବା ପାଇଁ ନାନା ଉପାୟ ଅବଲମ୍ବନ କରିଥାନ୍ତି । ଏଥିପାଇଁ ସାଇବର ଠକ ମାନେ ଏକ ଆପ ଡାଉନଲୋଡ କରିବା ପାଇଁ ୟୁଜର୍ସଙ୍କୁ କହିବା ସହ ଫେକ କଲ କରିଥାନ୍ତି । ଏଥିପାଇଁ ଲିଙ୍କ ଉପରେ କ୍ଲିକ କରନ୍ତୁ ନାହି ଓ ନିଜର ପିନ ସେୟାର କରନ୍ତୁ ନାହି । କେବେବି ଏକାଧିକ ଆପର ଉପଯୋଗ କରନ୍ତୁ ନାହି । ଆଜିକାଲି କ୍ୟାସବ୍ୟାକର ଅଧିକ ବ୍ୟବହାର କରା ଯାଉଛି ।

ତେଣୁ ସ୍ଵତନ୍ତ୍ର ଆପର ବ୍ୟବହାର କରନ୍ତୁ । ନିୟମିତ ବ୍ଯବଧାନରେ ଆପକୁ ଅପଗ୍ରେଡ କରନ୍ତୁ । ଆପରେ ନୂଆ ଭର୍ସନ ଅପଗ୍ରେଡ ରହିବା ହେତୁ ଆପଣଙ୍କ ଆକାଉଣ୍ଟ ସୁରକ୍ଷିତ ରହିଥାଏ । ଡିଜିଟାଲ ପେମେଣ୍ଟ ସହ ଅନ୍ୟ ପ୍ରଗ୍ରତିଶାଳୀ ଦେଶ ମାନଙ୍କ ମଧ୍ୟରେ ଭାରତ ସାମିଲ ହୋଇ ଗଲାଣି । ଡିଜିଟାଲ ପେମେଣ୍ଟ ଯେତେ ସୁବିଧା ଜନକ ମାନେ ହେଉଛି ସେତିକି ବିପଦ ଜନକ ମଧ୍ୟ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *