ଦିନେ ଦର୍ଶକଙ୍କୁ ହସଉଥିବା କଳାକାର ଆଜି ଏମିତି କାଟୁଛନ୍ତି ଜୀବନ, ଦେଖି ଆପଣଙ୍କ ଆଖିରେ ଆସିଯିବ ଲୁହ, ଦେଖନ୍ତୁ video

ବନ୍ଧୁଗଣ ଆପଣ ମାନେ ଏହି ବ୍ୟକ୍ତି ଜଣଙ୍କୁ ଦେଖି ଚିହ୍ନନ୍ତୁ । ସେ ହେଉଛନ୍ତି ଯାତ୍ରା ମଞ୍ଚରେ ହସାଇ ହସାଇ ଲୋକ ମାନଙ୍କୁ ବେଦମ କରାନ୍ତି । ସେ ହେଉଛନ୍ତି ଯାତ୍ରା କମେଡିଆନ ବା ହାସ୍ୟ ଅଭିନେତା ରସରାଜ ମଣି ଭଦ୍ର । ଦର୍ଶକଙ୍କୁ ମନୋରଞ୍ଜନର ଖୋରାଗ ଯୋଗାଉଥିଲେ । ସେଇ ଆଜି ଦୁଖରେ ଦରିଆରେ ଭାସୁଛନ୍ତି । ତାଙ୍କ ପଦେ କଥାରେ ଦର୍ଶକ କର ତାଳି ମାରୁଥିଲେ ଆଉ ହୋ ହାଲାରେ ଯାତ୍ରା ହଲ କମ୍ପି ଉଠୁଥିଲା । କିନ୍ତୁ ଆଜି ସମୟ ବଦଳି ଯାଇଛି । ଜରାଶ୍ରମ ପାଲଟିଛି ତାଙ୍କ ଠିକଣା ।

ଆଜି କମେଡି ଡାଇଲଗ ନୁହେଁ ମୁହଁରେ କେବଳ କୋହ ଭରା କଥା । ଯେବେ ଅନ୍ଧକାର ରାତିରେ ସହର ସୋଇପଡେ ସେତେବେଳେ ମନର ଦୁଖକୁ କବର ଦେଇ ଦର୍ଶକଙ୍କୁ ହସାଇବା ପାଇଁ କାମେଡି କରନ୍ତି ମଣିଭଦ୍ର । କାହିଁକି ନାଁ ରାତି ଅନିଦ୍ରା ହୋଇ କଳା ପ୍ରଦର୍ଶନ କରିଲେ ଦୁଇ ପଇସା ପାଇବେ । ଆଉ ସେଥିରେ ଦୁଇ ପୁଅଙ୍କୁ ମଣିଷ କରିଲେ । ଦୁଇ ପୁଅଙ୍କୁ ମଣିଷ କରିଦେଲେ ସିନା କିନ୍ତୁ ପରିଣତ ବୟସରେ ଜରାଶ୍ରମରେ ଦିନ କାଟୁଛନ୍ତି ମଣିଭଦ୍ର । କିନ୍ତୁ ଆଜି ସାମାନ୍ଯ ଏଟିଏମ କାର୍ଡ ପାଇଁ ବାପା ପିଲାଙ୍କ ଠାରୁ ଦୂରେଇଗଲେ ।

ବଡ ପୁଅ ପାଖରୁ ଆସି କିଛି ବର୍ଷ ହେଲା ସାନ ପୁଅ ପାଖରେ ରହୁଥିଲେ । ଅଚାନକ ସେଠାରୁ ଆସି ପାରାଦ୍ଵିପ ସ୍ଥିତି ଏକ ଜରାଶ୍ରମରେ ଦିନ କାଟୁଛନ୍ତି । କଥାରେ ଅଛି ବାପା ସବୁବେଳେ ବାପା । ବାପାର ଶେଷ ସମୟରେ ମୁହଁ ରେ ଟିକେ ନିଆଁ ଦେବ ପାଇଁ ବାପା ଆଶା ରଖିଥାଏ ପୁଅ ମାନଙ୍କ ପାଖରୁ । ଜରାଶ୍ରମ ରେ ରହୁଛନ୍ତି ସତ କିନ୍ତୁ ପୁଅ ମାନଙ୍କର ଦୁର୍ବଳତା କହିବା ସମୟରେ କଥା କେମିତି ଏଡାଇ ଦେଉଛନ୍ତି ।

କିନ୍ତୁ କଥା କଥା ରେ ଏ କଥା ବି କହୁଛନ୍ତି ଯେଉଁ ମାନେ ବାପା ମା ଙ୍କୁ ହତାଦର କରିବେ ସମୟ ଆସିଲେ ଭଗବାନ ସେମାନଙ୍କୁ ନିଶ୍ଚୟ ଦଣ୍ଡ ଦେବେ । ଏ ନେଇ ମଣିଭଦ୍ର ଙ୍କ ଦୁଇ ପୁଅ ଙ୍କ ପ୍ରତିକ୍ରିୟା ମିଳିପାରି ନାହି । ମଣିଭଦ୍ର କହିଛନ୍ତି କି ଦୁଇ ପୁଅଙ୍କ ପାଖରେ ମୁଁ ବହୁତ ଭଲରେ ଥିଲି । କିନ୍ତୁ ମୁଁ ଯାହାକୁ ଦୁଇ ପଇସା ଜୀବନ କାଳ ମଧ୍ୟରେ ଦେଇ ନାହି ତା ପାଖରେ ରହିବି କାହିଁକି ଏଭଳି ଭାବନା ମୋ ମନରେ ଆସିଲା । ସେଥିପାଇଁ ମୁଁ ବାଧ୍ୟ ହେଲି ସାନ ପୁଅ ପାଖରୁ ଆସିବା ପାଇଁ ।

ମଣିଭଦ୍ର ନିଜ ବଡ ପୁଅଙ୍କୁ ବହୁତ କିଛି ଦେଇଛନ୍ତି କିନ୍ତୁ ସାନ ପୁଅକୁ ବେସୀ କିଛି ଦେଇ ନାହାନ୍ତି । ଏମିତିକି ତାଙ୍କ ପାଖରେ ସବୁବେଳେ ଏଟିଏମ କାର୍ଡ ରହିଥାଏ ଯାହା ବଡ ପୁଅ ହାସଲ କରିବାକୁ ଚେଷ୍ଟା କରୁଥିଲା କିନ୍ତୁ ମଣିଭଦ୍ର ତାହା ହେବାକୁ ଦେଲେ ନାହି । ତେଣୁ ନିଜର ସ୍ଵାଭିମାନ ପାଇଁ ସେ ଦୁଇ ପୁଅ ପାଖକୁ ଅଲଗା ହୋଇ ଜରାଶ୍ରମରେ ରହୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *