ଦୁନିଆକୁ ଦେଖାଇଲେ ମାନବିକତାର ଉଦାହରଣ, 800 କୁକୁରଙ୍କ ଭୋକ ବୁଝୁଛନ୍ତି ରଜନୀ

ସେମାନେ କୁକୁର ହେଲେ ମଧ୍ୟ ମୋ ପିଲାଙ୍କ ଭଳି । କାରଣ ତାଙ୍କର ପାଟି ଖୋଲୁ ନାହି ତାଙ୍କ ଆଉ କିଏ ଅଛି । ସେମାନଙ୍କ ଦାୟିତ୍ଵ ମୋ ପାଇଁ ବଡ ଚ୍ୟାଲେଞ୍ଜ । ସକାଳ ଆରମ୍ଭ ହୁଏ ତାଙ୍କ କାମରେ ରାତି ସରେ ମଧ୍ୟ ତାଙ୍କ କାମରେ । ଏହା ହେଉଛି ବ୍ଯାଂଲୋର ବାସିନ୍ଦା ରାଜନ ସେଠୀଙ୍କ ମନର କଥା । ଘର ଲୋକଙ୍କ ସେବା କରିବା ସହ ରଜନୀ ରାସ୍ତା କଡରେ ବୁଲୁଥିବା ସବୁ ପଶୁପକ୍ଷୀଙ୍କ ମନ କଥା ବୁଝନ୍ତି ।

ଯେଉଁଠି କୁକୁର ବିଲେଇ ହୁଅନ୍ତି କି ଅନ୍ୟ କୌଣସି ଜୀବ ହୁଅନ୍ତୁ ତାଙ୍କୁ ଅସହାୟ ଅବସ୍ଥାରେ ଦେଖିଲେ ସେଠାରୂ ଉଠାଇ ଆଣି ତାଙ୍କ ସେବାରେ ଲାଗି ପଡନ୍ତି ରଜନୀ । ଯଦି ସେ ନ ପାରନ୍ତି ତେବେ ପଶୁ ଡାକ୍ତରଙ୍କ ପାଖକୁ ନେଇ ଯାଆନ୍ତି । ନିଜ ମା ପରି ପଶୁ ମାନେ ଭଲ ହେବା ଯାଏଁ ତାଙ୍କ ସେବାରେ ଲାଗିଥାନ୍ତି । ବିପଦ ସ୍ଥାନରୁ ନିଜ ଜୀବନକୁ ବାଜି ଲଗାଇ ଜୀବ ମାନଙ୍କୁ ଉଧାର କରନ୍ତି ରଜନୀ ।

ଆଜି ରଜନୀ ସାରା ଦେଶର ମାନବିକତାର ଉଦାହରଣ ଭାବେ ପରିଚୟ ସୃଷ୍ଟି କରିଛନ୍ତି । ସେ ଦୁଇଟି କୁକୁର ରଖି ସେବା କରିବା ଆରମ୍ଭ କରି ଆଜି ୮୦୦ କୁକୁରଙ୍କ ଦାୟିତ୍ଵ ତୁଲାଉଛନ୍ତି ରଜନୀ । ଏମାନଙ୍କ ପାଇଁ ଦୈନିକ ନିଜ ହାତରେ ରୋଷେଇ କରି ସକାଳ ତହରୁ ଆରମ୍ଭ କରି ରତାଇ ୮ଟା ପରେ ଆରମ୍ଭ ହୋଇଯାଏ ବାହାରେ ବୁଲୁଥିବା କୁକୁର ମାଙ୍କର ସେବା ।

ସେମାନେ ଯେପରି ଖାଇବା ପାଇଁ ହଇରାଣ ନ ହୁଅନ୍ତି ସେଥିପାଇଁ ପେପର ପ୍ଳେଟରେ ରଜନୀ ତାଙ୍କୁ ଖାଇବାକୁ ଦିଅନ୍ତି । ତାଙ୍କର ଏହି କାମରେ ତାଙ୍କ ସ୍ଵାମୀଙ୍କ ସହ ପୁରା ପରିବାର ସମର୍ଥନ କରୁଛନ୍ତି । ଏହା ସହ ସାଧାରଣ ଜନତା ମାନେ ମଧ୍ୟ ରଜନୀଙ୍କୁ ତାଙ୍କର ଏହି ମହାନ କାମରେ ସମର୍ଥନ କରୁଛନ୍ତି ।

ସେ ରାତି ୮ଟା ପରେ କୁକୁରଙ୍କୁ ଖାଇବାକୁ ଦେଇଥାନ୍ତି ଯେପରି ଅନ୍ୟ ମାନଙ୍କୁ କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଧ୍ୟାନ ଦେଇଥାନ୍ତି ରଜନୀ । ମଣିଷ ଜୀବନ କେବଳ ନିଜ ସୁଖ ସ୍ଵାଛନ୍ଦ ପାଇଁ ନୁହେଁ ବରଂ ନିଜେ ବଞ୍ଚିବା ସହ ଅନ୍ୟକୁ ବଞ୍ଚିବାକୁ ଦେବା ହେଉଛି ଜୀବନର ମୂଳମନ୍ତ୍ର ।

ଏହି ମନ୍ତ୍ରକୁ ଜୀବନର ଆଧାର କରି ନେଇଛନ୍ତି ରଜନୀ ସେଠୀ । ଜୀବନ ଥିବା ଯାଏଁ ଏହି ନିରୀହ ପଶୁ ମାନଙ୍କର ସେବା କରିବା ପାଇଁ ପ୍ରାଣ କରିଛନ୍ତି ରଜନୀ । ତାଙ୍କର ଏହି ନିସ୍ଵାର୍ଥପର ସେବାକୁ ବାହା ବାହା କରୁଛନ୍ତି ଦେଶବାସୀ । ବାସ୍ତବରେ ରଜନୀ ଯେପରି ଭାବେ କୁକୁର ମାନଙ୍କର ସେବା କରୁଛନ୍ତି ତାଙ୍କର ଖାଇବା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଯାଏଁ ଯତ୍ନ ନେଉଛନ୍ତି ତାହା ପ୍ରଶଂସା ଯୋଗ୍ୟ ଅଟେ । ତାଙ୍କ ମନରେ ଏହି କୁକୁର ମାନଙ୍କ ପ୍ରତି ଟିକେ ହେଲେ ବି ଘୃଣା ଭାବ ନାହି ଯାହା ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କର ରଜନୀଙ୍କର ନିସ୍ଵାର୍ଥପର ଭାବରେ କୁକୁର ସେବାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *