ସେମିତି ରେ କୁହା ଯାଇଛି ଯେ ଦୁଷ୍ଟ ଲୋକ ସହ ମଧ୍ୟ ଭଲ ବ୍ୟବହାର କଲେ ଲୋକ ପ୍ରକୃତି ଧୀରେ ଧୀରେ ବଦଳି ଥାଏ, କିନ୍ତୁ କିଛି ସ୍ଥିତି ରେ ଏହି କଥା ଭୁଲ ମଧ୍ୟ ହୋଇଥାଏ । ଦୁଷ୍ଟ ଲୋକ ସହ ଆପଣ ଯେତେ ଭଲ ବ୍ୟବହାର ବା ସାହାଯ୍ୟ କଲେ ମଧ୍ୟ ତାଙ୍କ ପ୍ରକୃତି ବଦଳେ ନାହିଁ ।ଏମିତି ଲୋକ ସେଇ ପର୍ଯ୍ୟନ୍ତ ଭଲ ରୁହନ୍ତି ଯେ ପର୍ଯ୍ୟନ୍ତ ସେ ଭଲ ଲୋକ ସହ ରୁହନ୍ତି ଖରାପ ଲୋକଙ୍କ ସଂଗତି ରେ ଆସି ସେ ପୁଣି ପୁରୁଣା ବ୍ୟବହାର ଶିଖି ଯାଆନ୍ତି ।
ଏହି ସନ୍ଦର୍ଭ ପାଇଁ ମହାଭାରତ କାହାଣୀ ସଠିକ ଅଟେ । ତେବେ ଆସନ୍ତୁ ଜାଣିବା ଏହି କାହାଣୀ କଣ ।
ଜୁଆ ଖେଳରେ ହାରିଲା ପରେ ପାଣ୍ଡବ ବନବାସ ପାଇଁ କାମ୍ୟକ ଜଙ୍ଗଲ ରେ ରହୁ ଥିଲେ, ଯେତେବେଳେ ଦୁର୍ଯୋଧନ ଏହି କଥା ଜାଣିଲେ ସେ ପାଣ୍ଡବଙ୍କୁ ଈର୍ଷା କରେଇବା ପାଇଁ ଶିକାର ହେତୁ ସେଇ ବନରେ ନିଜ ପାଇଁ ଶିବିର ଲଗାଇଲେ ଓ ନିଜ ରାଜକୀୟ ଜିନିଷ ପାଣ୍ଡବଙ୍କୁ ଦେଖାଇ ଜଳାଇବା ପାଇଁ ଚେଷ୍ଟା କଲା ।
କୌଣସି କଥା ପାଇଁ ସ୍ଥାନୀୟ ଗନ୍ଧର୍ବଙ୍କ ସହ ଦୁର୍ଯୋଧନ ବିବାଦ କଲା ଏବଂ ଏହା ପରେ ଗନ୍ଧର୍ବ ଦୁର୍ଯୋଧନକୁ ବନ୍ଦୀ କରି ନେଇ ଗଲେ ଏହି କଥା ଯେତେବେଳେ ଯୁଧିଷ୍ଠିର ଜାଣିଲେ ସେ ନିଜ ଭାଇ ଅର୍ଜୁନ ଏବଂ ଭୀମକୁ ଦୁର୍ଯୋଧନ ରକ୍ଷା ପାଇଁ ପଠାଇଲେ । ୫ଟି ଭାଇ ଦୁର୍ଯୋଧନ ପାଇଁ ରାଜ ଯୋଗ ଛାଡିକି ଆସିଥିଲେ, କିନ୍ତୁ ଭାଇକୁ ବନ୍ଦୀ ଦେଖି ତାକୁ ଛଡେଇବା ପାଇଁ ପାଣ୍ଡବ ଆଗକୁ ଆସିଲେ । ପାଣ୍ଡବ ଦୁର୍ଯୋଧନକୁ ଗନ୍ଧର୍ବ ବନ୍ଦୀ ଗ୍ରହରୁ ମୁକୁଳେଇ ନେଲେ ।
ଏହି ଘଟଣା ପରେ ଦୁର୍ଯୋଧନ ନିଜକୁ ବହୁତ ଅପମାନିତ ମନେ କଲା, ଏହି ଘଟଣା ପରେ ଦୁର୍ଯୋଧନ ମନରେ ଆତ୍ମହତ୍ୟା ବିଚାର ମନକୁ ଆସିଲା ଓ ସେ ଅନ୍ନ ଜଳ ତ୍ୟାଗ କରି ଓପାସ ରଖିବା ଆରମ୍ଭ କଲା । ଏହି କଥା ଯେତେବେଳେ ପାତାଳ ବାସୀ ଦୈତ୍ୟମାନଙ୍କୁ ଜଣା ପଡିଲା ତେବେ ସେ ଦୁର୍ଯୋଧନକୁ କହିଲେ ଯେ ତମ ସାହାଯ୍ୟ ପାଇଁ ଅନେକ ଦାନବ ପୃଥିବୀ ଉପରେ ଆସି ଯାଇଛନ୍ତି । ଦାନବଙ୍କ କଥା ମାନି ଦୁର୍ଯୋଧନ ଆତ୍ମହତ୍ୟା କଥା ଛାଡି ଦେଲା ଏବଂ ଏହା ପ୍ରତିଜ୍ଞା କଲା ଯେ ପାଣ୍ଡବଙ୍କ ଅଜ୍ଞାତ ବାସ ଶେଷ ହେଲା ପରେ ସେ ତାଙ୍କ ବିନାଶ କରିବ ।