Odia Cinemaକୁ ନେଇ କିଛି ଏମିତି କହିଲେ Sritam… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଓଲିଉଡ ହିରୋ ଶ୍ରୀତମ ଓଡିଆ ଇଣ୍ଡଷ୍ଟ୍ରି ଦିନକୁ ଦିନ କଣ ପାଇଁ ତଳକୁ ଚାଲିଯାଉଛି ସେ ବିଷୟରେ ଏକ ସାକ୍ଷାତକାରରେ ଦର୍ଶାଇଛନ୍ତି । ଅଭିନେତା ଶ୍ରୀତମ କହିଛନ୍ତି ଯଦି ମଣିଷ ଭଲ କାମ କରିଥିବ ତେବେ ଆଇନା ଆଗରେ ଠିଆ ହେଲେ ସୁନ୍ଦର ଦିଶିବ କିନ୍ତୁ ଖରାପ କମ କରିଥିଲେ ଆଇନ ଆଗରେ ଠିଆ ହେଲେ ନିଜକୁ ଖରାପ ଲାଗିବ । ତେବେ ତାଙ୍କର ଏକ ଫିଲ୍ମ ଆସିବାକୁ ଯାଉଛି ଯାହାକୁ ସେ ଲାଭିଏସ କରିବାକୁ ଚେଷ୍ଟା କରୁଛନ୍ତି ।

ଯେମିତି ମହାବାହୁ ଫିଲ୍ମରେ ପ୍ରଭୁଙ୍କୁ ଅଣାଗଲା ଗୋଟେ ରିୟଲ ଚରିତ୍ର ଥିଲା ଠିକ ସେମିତି ତାଙ୍କର ଆଗାମୀ ଫିଲ୍ମରେ ଆସିବାକୁ ଯାଉଛି । ଏହି ଫିଲ୍ମରେ ଦୁଇ ଭାଇଙ୍କ ସମ୍ପର୍କ, ରୋମାନ୍ସ ଓ ସଂପୂର୍ଣ୍ଣ ପାରିବାରିକ କାହାଣୀ ରହିଛି । ଦର୍ଶକଙ୍କୁ ବହୁତ ଭଲ ଲାଗିବ କାରଣ ଏହା ନିଛକ ଓଡିଆର କାହାଣୀ ଭରପୁର ହୋଇ ରହିଛି । କାହାଣୀ ଯେମିତି ରହିଛି ସେହି ଅନୁଯାୟୀ ବଜେଟ ରଖିଛନ୍ତି ଏହି ସିନେମାରେ । ଶୁଟିଙ୍ଗ ବହୁତ ବିରାଟ ଜାଗାରେ ହୋଇଛି ସବୁଗୁଡା ବି ବଡ ହୋଇଛି ବୋଲି ଶ୍ରୀତମ କହିଛନ୍ତି ।

ଆଗକୁ ସେ କହିଛନ୍ତି ନିଜକୁ ଭଲ ପାଆନ୍ତୁ ଅନ୍ୟକୁ ଭଲ ପାଇବା ଦିଅନ୍ତୁ ଦେଖିବେ ନିଶ୍ଚୟ ଭଲରେ ରହିବେ । ପୂର୍ବରୁ ଓଡିଆ ନିର୍ଦ୍ଦେଶକ ଓ ପ୍ରଯୋଜକ ମାନେ ନିଜେ ଫିଲ୍ମ ତିଆରି କରୁଥିଲେ କିନ୍ତୁ ମଝିରେ ବାହାରୁ ସବୁ ଆସିଲେ DVD ନେଇ । କୌଣସି ବାହାର ଲୋକେ ଓଡିଆ ସଂସ୍କୃତି ଜାଣିବା କଷ୍ଟକର ହୋଇଥାଏ ବୋଲି ଶ୍ରୀତମ କହିଛନ୍ତି । ଆମ ଓଡିଆ ପରମ୍ପରା ରହିଛି ଯାହାକୁ ପୂର୍ବରୁ ଡାଇରେକ୍ଟର ମାନେ କାହାଣୀ କରୁଥିଲେ । କିନ୍ତୁ ପରେ DVD ଦେଖି ଫିଲ୍ମ ଚାପିବାକୁ ଲାଗିଲେ ଆଉ ଦର୍ଶକମାନେ ଜାଣିପାରିଲେ କପି ହେଉଛି ।

କାରଣ ସୋସିଆଲ ମିଡିଆରେ ଧୀରେ ଧୀରେ ବଢିବାରେ ଲାଗିଛି । ସେଥିପାଇଁ ଧୀରେ ଧୀରେ ଓଡିଆ ଇଣ୍ଡଷ୍ଟ୍ରି ତଳକୁ ଖସିଯାଇଛି । ଏମିତିକି କୋରୋନା ପରେ ଏବେ ହଲ ବି ମିଳୁ ନାହି । ଆମ ପାଖରେ ଅଛି ତାହାକୁ ନେଇ ଗର୍ବ କରିବା ଏଭଳି ଭାବନା ଆସିଲେ ଏ କଳିଙ୍ଗ ଜାତି ଆଗକୁ ବଢିବ । ତାଙ୍କର ଆଗାମୀ ଫିଲ୍ମରେ ହିରୋ ଅଛନ୍ତି ଦୀପକ ଓ ସେ ନିଜେ । ଦୁଇ ଭାଇଙ୍କ ଭିତରେ ଯେଉଁ ବଣ୍ଡିଙ୍ଗ ଅଛି ସମ୍ପର୍କ ଆଉ ଭଲ ପାଇବା ଦେଖାଯାଇଛି ଏହି ଫିଲ୍ମରେ । ଏହି ଭଲ ପାଇବାରେ କୌଣସି ଛଳନା ନାହି ।

ଦର୍ଶକ ଏହି ଫିଲ୍ମ ଦେଖିଲେ ପରିବାର ପ୍ରତି ଭଲ ପାଇବା ବଢିବ । ଏହି ଫିଲ୍ମରେ ଓଡିଶାର ରେପୁଟେଡ ଶିଂଗରମାନେ ଗୀତ ଗାଇଛନ୍ତି ଯାହା ଦର୍ଶକଙ୍କୁ ବହୁତ ଭଲ ଲାଗିବ । ଓଡିଆ ଇଣ୍ଡଷ୍ଟ୍ରିରେ ବହୁତ ଭଲ ହିରୋଇଂମାନେ ଅଛନ୍ତି । ଯେଉଁ ମାନେ ଗୋଟେ ଚରିତ୍ର ବୁଝାଇଲେ ବି ସାଙ୍ଗେ ସାଙ୍ଗେ ବୁଝିଯିବେ । ଗୋଟେ ସମୟରେ ବାହାରୁ ହିରୋଇନମାନେ ଆସୁଥିଲେ କିନ୍ତୁ ସେତେବେଳେ ଫାଙ୍କ ଥିଲା । ବର୍ତ୍ତମାନ ସୁନ୍ଦର ଆଉ ଟ୍ୟାଲେନ୍ଟେଡ ହିରୋଇନ ଅଛନ୍ତି ଆଉ ବାହାରୁ ଆଣିବା ଦରାକର ନାହି । ବନ୍ଧୁଗଣ ଆପଣଙ୍କର ଶ୍ରୀତମ ଙ୍କ ମନ୍ତବ୍ୟ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *