ଖଟରେ ସୋଇଲେ ଖଟ ଓଲଟି ପଡିବ । ଗରମ ଦେବୀ ଅସନ୍ତୁଷ୍ଟ ହେବେ । ଘରେ ଘରେ ପଶିଯିବ ବିଷାକ୍ତ ସାପ । ଦେଖୁ ଦେଖୁ ଗଣ କୁ ମାଡି ଆସିବ ବିପଦ । ଏ କଥା ଶୁଣିବା ପରେ ଦର୍ଶକ ବନ୍ଧୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ସତ କିନ୍ତୁ ଏମିତି ଏକ ଘଟଣା ଘଟିଛି ଆଉ ଏଭଳି କିଛି ବିଶ୍ଵାସ ରହିଛି ଦେବଗଡ ଜିଲ୍ଲା ଟିପିରିସିଙ୍ଗା ନାମକ ଏହି ଗାଁ ରେ । ପୂର୍ବ ପ୍ରଚଳିତ ପ୍ରଥା ବା ପରମ୍ପରା ମାନିବା କିଛି ନୂଆ କଟାହ ନୁହେଁ । ଲୋକକଥା ଅନୁଯାୟୀ ପିଢୀ ପରେ ପିଢୀ ଗାଁ ଲୋକେ ଏଠାରେ କେହି ଖଟରେ ଶୁଅନ୍ତି ନାହି ।
ଦେବଗଡ ଜିଲ୍ଲା ତିଳେଇବାଣୀ ବ୍ଲକ ଲଇମରା ପଞ୍ଚାୟତର ଆଦିବାସୀ ଅଧିଷ୍ଠିତ ଏହି ଟିପିରିସିଙ୍ଗା ଗାଁ । ଏଠାରେ ବିରଳ ତଥା ନିଆରା ଚଳଣିଣି ଯୁଗ ଯୁଗ ଧରି ଚାଲିଛି । ଗାଁରେ କାହାରି ଖଟ ନାହି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ଯାଏଁ ମସିଣା ପକାଇ ସୋଇଥାନ୍ତି । କାରଣ ଲୋକଙ୍କ ବିଶ୍ଵାସ ଖଟରେ ସୋଇଲେ ମା ବରିହାଣି କୋପ କରିବେ । ଗାଁ ନିକଟ ଜଙ୍ଗଲ ଭିତରେ ନାଳ କଡରେ ପୂଜା ପାଆନ୍ତି ମା ବରିହାଣି । ମାଙ୍କୁ ସମ୍ମାନ ଜଣାଇ ଗାଁରେ ସମସ୍ତେ ତଳେ ସୋଇଥାନ୍ତି ।
ଜଙ୍ଗଲରୁ ଖଜୁରୀ ପତ୍ର ସଂଗ୍ରହ କରିବା ସହ ଏହାକୁ ଶୁଖାଇ ପଟିଆ ତିଆରି କରି ଶୋଇଥାନ୍ତି । ନିଜ ଘରେ ବ୍ୟବହାର କରିବା ସହ କେହି କେହି ବଜାରରେ ବିକ୍ରି କରି ଦୁଇ ପଇସା ରୋଜଗାର କରନ୍ତି । ଏହି ଗାଁର ଲୋକମାନେ ଖଟ ବ୍ୟବହାର ନ କରିବା ପଛରେ ରହିଛି ଏକ ରୋଚକ କାହାଣୀ । ଏହି ଗାଁରେ ୧୫୦ କିଶାନ ପରିବାର ବାସ କରନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ନବ ବିବାହିତ ଜଣେ ଯୁବକ ଉପହାର ସ୍ୱରୂପ ଘରକୁ ଏକ ଖଟ ଆଣିଥିଲେ ।
ମାତ୍ର ଖଟ ରେ ଶୋଇବା ବେଳକୁ ଖଟ ଟି ହଠାତ ଓଲଟି ପଡିଥିଲା ଆଉ ନବ ବିବାହିତା ଦମ୍ପତି ଗାଁ ଲୋକଙ୍କ ଆଗରେ ଅପଦସ୍ତ ହୋଇଥିଲେ । ଏହା ସହ ଯୁବକଙ୍କ ଘରେ ଖଟ ଥିବା ନେଇ ମା ବରିହାଣି ପୂଜକଙ୍କୁ ସ୍ଵପ୍ନାଦେଶ କରିଥିଲେ । ଫଳରେ ବାଧ୍ୟ ହୋଇ ଖଟ କୁ ବ୍ୟବହାର ନ କରି ସେମାନେ କନ୍ୟା ପିତାଘରକୁ ଫେରାଇ ଦେଇଥିଲେ । ଏହି ଘଟଣା ପର ଠାରୁ ଆଉ କେହି ଖଟ ବ୍ୟବହାର କରି ନାହାନ୍ତି । ଘରକୁ କୁଣିଆ ଆସନ୍ତୁ କି ପ୍ରଶାସନ ଅଧିକାରୀ ସମସ୍ତେ ତଳେ ପଟିଆରେ ବସିଥାନ୍ତି ।
ଆଧିନିକ ଯୁଗରେ ବି ଲୋକ ମାନେ ଏଭଳି ଜୀବନ ବଞ୍ଚୁଛନ୍ତି । ଖଟ ଓଲଟିବା ଘଟଣା କେତେ ଦୂର ସତ ଆଉ କେତେ ମିଛ ତାହା ଗାଁ ଲୋକେ ଜାଣିଥିବେ । କିନ୍ତୁ ଏଭଳି ବିରଳ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।