ମଣିଷ ଜୀବନରେ ଏମିତି କିଛି କାମ ରହିଥାଏ ଯାହାକୁ ସାମାନ୍ଯ ମାନେ କରାଯାଏ । କିନ୍ତୁ ଏହାର କିଛି ବିଶେଷ ମହତ୍ଵ ଶାସ୍ତ୍ରରେ କୁହା ଯାଇଛି । ଆମର ପୂର୍ବପୁରୁଷ ମାନେ ଯେଉଁ ସଂସ୍କାର ଓ ପରମ୍ପରା ଦେଇ ଯାଇଛନ୍ତି ତାହାର ବିଶେଷ ମହତ୍ଵ ରହିଛି । ଯେପରି ସ୍ନାନ କରିବା ଏକ ଜରିରୁ କାମ ହୋଇଥାଏ । କିନ୍ତୁ ସ୍ନାନ କରିବାର ସଠିକ ସମୟ ଓ ଉପାୟ ରହିଥାଏ ଯାହା ଖୁବ କମ ଲୋକ ଜାଣିଥାନ୍ତି । କିଛି ଲୋକ ମାନେ ନିଜର ସମୟ ମୁତାବକ ସ୍ନାନ କରିଥାନ୍ତି ଯାହାର କିଛି ଭଲ ଓ ଖରାପ ପ୍ରଭାବ ବ୍ୟକ୍ତି ଜୀବନରେ ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ସ୍ନାନ କରିବାର ନିୟମ, ସମୟ ବିଷୟରେ କହିବାକୁ ଯାଉଛୁ ।
ଶାସ୍ତ୍ର ଅନୁସାରେ ୩ ପ୍ରକାର ସ୍ନାନ ରହିଛି । ଯେମିତିକୀ ବ୍ରହ୍ମ ସ୍ନାନ, ଦେବ ସ୍ନାନ, ରିଷି ସ୍ନାନ,ମାନବ ସ୍ନାନ ଓ ଦାନବ ସ୍ନାନ । ୧- ବ୍ରହ୍ମ ସ୍ନାନ : ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସକାଳ ୪ଟାରେ ସ୍ନାନ କରିବାକୁ ବ୍ରହ୍ମ ସ୍ନାନ କୁହାଯାଏ । ଏହି ସମୟରେ ପରିବେଶ ଊର୍ଜାତ୍ମକ ରହିଥାଏ । ଏହି ସମୟରେ ସ୍ନାନ କରିବା ପରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ ।
୨- ଦେବ ସ୍ନାନ : ସକାଳ ୫ଟା ରୁ ୬ଟା ମଧ୍ୟରେ ସ୍ନାନ କରିବାକୁ ଦେବ ସ୍ନାନ କୁହାଯାଏ । ଏହି ସମୟରେ ସ୍ନାନ କରିଲେ ଶରୀରରେ ସାକାରାତ୍ମକ ଊର୍ଜାର ପ୍ରଭାବ ରହିବା ସହ ଖରାପ ଶକ୍ତିର ପ୍ରଭାବ କମ ରହିଥାଏ ।
୩- ରିଷି ସ୍ନାନ : ସକାଳେ ଆକାଶରେ ତାରା ପଡିଥିବା ସମୟରେ ସ୍ନାନ କରିଲେ ରିଷି ସ୍ନାନ ମାନାଯାଏ ଯାହା ଶ୍ରେଷ୍ଠ ହୋଇଥାଏ । ଏହି ସମୟରେ ସ୍ନାନ କରିଲେ ବ୍ୟକ୍ତିକୁ ମାନସିକ ଶାନ୍ତି ମିଳିଥାଏ ।
୪- ମାନବ ସ୍ନାନ : ସକାଳେ ୬ଟା ରୁ ୮ଟା ମଧ୍ୟରେ ସ୍ନାନ କରିବାକୁ ମାନବ ସ୍ନାନ କୁହାଯାଏ । ଏହି ସ୍ନାନ୍ନ ସୂର୍ଯ୍ୟ ଦେବତାଙ୍କ ଅସ୍ତ ବା ଉଦୟ ପରେ କରିଲେ ଶୁଭ ହୋଇଥାଏ । ଏହି ସମୟରେ ସ୍ନାନ କରିଲେ ଦିନ ତମାମ ଶରୀରରେ ସାକାରାତ୍ମକ ଊର୍ଜାର ପ୍ରଭାବ ପଡିଥାଏ ।
୫- ସକାଳ ୮ଟା ପରେ ସ୍ନାନ କରିବା ଶାସ୍ତ୍ର ରେ ଅଶୁଭ ବୋଲି ମାନା ଯାଇଛି । କାରଣ ଏହି ସମୟରେ ସ୍ନାନ କରିଲେ ବ୍ୟକ୍ତି ଜୀବନରେ ଖରାପ ପ୍ରଭାବ ପଡିଥାଏ । ଦିନ ତମା ବ୍ୟକ୍ତି ଅଳସ ଅନୁଭବ କରିଆବା ସହ କାର୍ଯ୍ୟରେ ମନ ଲାଗେ ନାହି । ଯେଉଁ ମହିଳା ସକାଳ ୮ଟା ପରେ ସ୍ନାନ କରିଥାଏ ସେହି ଘରେ ଅଭାବ ଲାଗି ରହିଥାଏ ।
୬- ଦାନବ ସ୍ନାନ : ଦିନ ୧୨ଟା ପରେ ସ୍ନାନ କରିବାକୁ ଦାନବ ସ୍ନାନ କୁହାଯାଏ । ଏହି ସମୟରେ ସ୍ନାନ କରିଲେ ବ୍ୟକ୍ତି ମନରେ ରାଗ, ଈର୍ଷା, କମଜୋରି ଆଦି ଦେଖା ଯାଇଥାଏ । ଯାହା ଦ୍ଵାରା କାମରେ ଖରାପ ପ୍ରଭାବ ପଡିଥାଏ । ଏହି ସବୁ ସମୟରେ ସ୍ନାନ କରିଲେ ଶୁଭ ଓ ଅଶୁଭ ଫଳ ପ୍ରାପ୍ତ ହୋଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।