ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି ଏକ ଫୁଲ ବିଷୟରେ କହିବାକୁ ଯାଉଛୁ। ଯାହାକୁ ଆପଣ ନିହାତି ଭାବେ କେଉଁଠି ନା କେଉଁଠି ତ ଦେଖିଥିବେ । ହେଲେ ଏହି ଫୁଲର ଫାଇଦା ସମ୍ପର୍କରେ କିନ୍ତୁ ବହୁତ କମ୍ ଲୋକ ହୁଏତ ଜାଣିଥିବେ । ଏହି ଫୁଲର ଲାଭକାରୀତା ଏତେ ଅଧିକ ଯେ ଏହା ଆପଣଙ୍କ ଠାରେ କେବେବି ବାର୍ଦ୍ଧକ୍ୟତା ଆସିବାକୁ ଦେଇନଥାଏ ।
ତେବେ ବହୁତ ଲୋକ କେବଳ ପୂଜାରେ ଏହାର ଫୁଲକୁ ବ୍ୟବହାର କରନ୍ତି ଓ ଏହାର ଫାଇଦା ସମ୍ପର୍କରେ ଅଧିକ କେହି ଜାଣିନଥାନ୍ତି । ତେବେ ଆମେ ଆପଣଙ୍କୁ କହୁଥିବା ସେହି ବିଶେଷ ଚମତ୍କାରୀ ଫୁଲଟି ହେଉଛି ସଦାବିହାରୀ ଫୁଲ । ଏହି ଫୁଲ ବାର ମାସ ଫୁଟୁଥିବାରୁ ଏହାକୁ ବାରମାସୀ ମଧ୍ୟ କୁହାଯାଇଥାଏ । ଏହି ସବୁ ପାଇଁ ଆପଣ କିପରି ଏହି ଫୁଲର ବ୍ୟବହାର କରିବେ ତାହା ଆଜି ଆମେ ଆପଣଙ୍କୁ ଜଣେଇବୁ ।
1- ବାଳକୁ କଳା କରିବା ପାଇଁ ଆପଣ କିଛି ସଦାବିହାରୀ ପତ୍ର ନେଇ ତାକୁ ଭଲ ଭାବେ ପେଶୀ କରି ସେଥିରୁ ଦୁଇ ଚାମୁଚ ରସ ବାହାର କରି ଦିଅନ୍ତୁ । ଏହି ରସକୁ ଆପଣ ନିଜ କେଶରେ ଭଲ ଲାଗେ ଲଗାଇ ଦିଅନ୍ତୁ ଓ ଏହାକୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ସେହିପରି ଛାଡି ଦିଅନ୍ତୁ । ଏହାପରେ ଆପଣ କେଶକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ଆପଣଙ୍କ କେଶକୁ କଳା କରିବା ସହ ଶକ୍ତ ଏବଂ ଚମକଦାର ମଧ୍ୟ କରିବ । ଆପଣଙ୍କ ବାଳକୁ ସୁସ୍ଥ ରଖିବା ପାଇଁ ଏହା ଦିବ୍ୟ ପ୍ରୟୋଗ ଅଟେ ।
2- ଯଦି ଆପଣ ନିଜ ଚେହେରାକୁ ସୁନ୍ଦର ଏବଂ ଚମକଦାର ରଖିବାକୁ ଚାହାନ୍ତି, ତେବେ କେବଳ ସଦାବିହାରୀ ଫୁଲକୁ ନେଇ ତାକୁ ପେଶୀ ସେଥିରୁ ଗୋଟିଏ ପେଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ । ସେଥିରୁ ଏକ ରୁ ଦୁଇ ଚାମୁଚ ପେଷ୍ଟ ନେଇ ନିଜ ଚେହେରାରେ ଲଗାଇ ଦିଅନ୍ତୁ । ଏହା ଏକ ଘଣ୍ଟା ପର୍ଯ୍ୟନ୍ତ ନିଜ ଚେହେରାରେ ଲଗାଇ ରଖନ୍ତୁ, ତାପରେ ମୁହଁ କୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହପରି କରିବା ଦ୍ଵାରା ଆପଣଙ୍କ ଚେହେରା ଚମକି ଉଠିବ ଓ ତ୍ଵଚା ମଧ୍ୟ କୋମଳ ଓ ସୁନ୍ଦର ଦେଖାଯିବ ।
3-ସେହିପରି ଆପଣ ନିଜ ତ୍ଵଚାକୁ ସୁସ୍ଥ ଏବଂ ସୁନ୍ଦର ରଖିବାକୁ ଚାହୁଁଥିଲେ ଓ ଶୀଘ୍ର ବୁଢା ଦେଖାଯିବାକୁ ନ ଚାହୁଁଥିଲେ ଏହି ଉପାୟଟି ନିଶ୍ଚୟ କରନ୍ତୁ । ଦୁଇରୁ ତିନୋଟି ସଦାବିହାରୀ ଫୁଲ ଏବଂ ଦୁଇରୁ ତିନୋଟି ପତ୍ର ସମାନ ମାତ୍ରାରେ ନେଇ ଏହାକୁ ଭଲ ଭାବେ ପେଶୀ ଦିଅନ୍ତୁ । ସେଥିରୁ ଅଧ ଚାମୁଚ ରସ ବାହାର କରି ଦିନରେ ଠାରେ ଏକ ଗ୍ଳାସ ପାଣିରେ ମିଶାଇ ସେବନ କରନ୍ତୁ । ଦେଖିବେ ଆପଣ ସବୁଦିନ ପାଇଁ ଯବାନ ଦେଖାଯିବେ ।
ଆଶା କରୁଛୁ ପୋଷ୍ଟଟି ଆପଣଙ୍କୁ ପସନ୍ଦ ଆସିଥିବ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ