Health tips; – ଏହି ସବୁ ଜିନିଷ ଖାଇବା ଉଚିତ ନୁହେଁ ! ଏଥିରେ ରହିଥାଏ ବିଷ !

ବନ୍ଧୁଗଣ ଆମ ସ୍ଵାସ୍ଥ ପାଇଁ ସ୍ଵାସ୍ଥକର ଖାଦ୍ୟ ଖାଇବା ହିଁ ସବୁଠାରୁ ଭଲ ହୋଇଥାଏ । ଆମେ ନୀତିଦିନ ଅନେକ ପ୍ରକାର ଖାଦ୍ୟ ସବୁ ଖାଇଥାଉ । ସେଥିମଧ୍ୟରୁ ବହୁତ କିଛି ଖାଦ୍ୟ ଆମ ସ୍ଵାସ୍ଥ ପାଇଁ ଭଲ ହୋଇଥିବା ବେଳେ କିଛି ଖାଦ୍ୟ ଆମ ସ୍ଵାସ୍ଥ ପାଇଁ ହାନୀକାରକ ହୋଇଥାଏ । ତେବେ ଏଭଳି 5 ଟି ଖାଦ୍ୟ ଜିନିଷ ରହିଛି । ଯାହାକୁ ଖାଇବା ଆମ ସ୍ଵାସ୍ଥ ପକ୍ଷେ ହାନୀକାରକ ହୋଇଥାଏ ଏହି ବିଷୟରେ ଚାଲନ୍ତୁ ଏଠାରେ ଜାଣିବା ।

1- ଅନେକ ସମୟରେ ଆମେ ଆଣିଥିବା ଆଳୁର କିଛି ଅଂଶ ସବୁଜ ରହିଥିବାର ଦେଖିବାକୁ ପାଇଥାଉ । ଆଳୁର ସେହି ସବୁଜ ଭାଗରେ କ୍ଳୋରୋଫିଲ ଓ ସୋଲେନେସ ଏହି 2 ଟି ଜିନିଷ ରହିଥାଏ । ତେବେ ସୋଲେନେସ ଯେଉଁ ରହିଥାଏ । ଯଦି ଆମେ ଆଳୁର ସେହି ସବୁଜ ଭାଗକୁ ଅଧିକ ମାତ୍ରାରେ ଖାଇଦେଇଥାଉ । ସେହି ସୋଲେନେସ ଆମ ଶରୀରରେ ବିଷାକ୍ତ ପଦାର୍ଥ ଭଳି କାର୍ଯ୍ୟ କରିଥାଏ । ଯାହା ସ୍ଵାସ୍ଥ ପାଇଁ ଭଲ ହୋଇନଥାଏ । ତେଣୁ ଆଳୁର ସବୁଜ ଥିବା ଭାଗଟି ନିଜେ ନଖାଇବା ସହ କୌଣସି ପଶୁପକ୍ଷୀଙ୍କୁ ମଧ୍ୟ ଖାଇବାକୁ ଦିଅନ୍ତୁ ନାହିଁ ।

2- ଜାଇଫଳକୁ ଆମେ ସାଧାରଣତଃ ମସଲା ରୂପରେ ଖାଦ୍ୟ ପଦାର୍ଥରେ ବ୍ୟବହାର କରିଥାଉ । ହେଲେ ଯଦି ଜାଇଫଳକୁ କୌଣସି ମେଡ଼ିସିନ ରୂପେ ବା କିଛି ସପ୍ଲିମେଣ୍ଟାରି ରୂପେ ଅଧିକ ସେବନ କରିଦିଅନ୍ତି । ତେବେ ଏହା ଶରୀରକୁ କ୍ଷତି ପହଞ୍ଚାଇ ଥାଏ । ତେଣୁ ଦରକାର ଠାରୁ ଆଦିକ ଜାଇଫଳର ସେବନ ବିଲକୁଲ ମଧ୍ୟ କରନ୍ତୁ ନାହିଁ ।

3- ବାଦାମ ସାଧାରଣତଃ 2 ପ୍ରକାରର ରହିଥାଏ । ଗୋଟିଏ ସ୍ଵୀଟ ବାଦାମ ଓ ଅନ୍ୟଟି ବିଟର ବାଦାମ । ତେବେ ସ୍ଵୀଟ ବାଦାମ ସ୍ଵାସ୍ଥ ପାଇଁ କୌଣସି କ୍ଷତି କାରକ ହୋଇନଥାଏ । ହେଲେ ଅନେକ ସମୟରେ ସ୍ଵୀଟ ଆଲମଣ୍ଡରେ ବିଟର ଆଲମଣ୍ଡ ମଧ୍ୟ ମିକ୍ସ କରିଦିଆଯାଇଥାଏ । ତେଣୁ ଯଦି କୌଣସି ଆଲମଣ୍ଡ ଖାଇବା ସମୟରେ ପିତା ଲାଗେ । ତେବେ ସେହି ବାଦାମକୁ ଖାଇବା ଅନୁଚିତ । କାରଣ ସେଥିରେ ଜହର ଭାଗ ରହିଥାଏ ।

4- ରାଜମାରେ ଲେକ୍ଟିନ ନାମକ ଏକ ପଦାର୍ଥ ରହିଥାଏ । ଯେଉଁଥିରେ କିଛି ପଏଜନ ଅଂଶ ରହିଥାଏ । ଯେତେବେଳେ ରାଜମାକୁ ରୋଷେଇ କରାଯାଇଥାଏ । ସେତେବେଳେ ସେଥିରେ ଥିବା ପଏଜନ ଅଂଶଟି ନଷ୍ଟ ହୋଇଯାଇଥାଏ । ହେଲେ କଞ୍ଚା କି ରୋଷେଇ ହୋଇନଥିବା ରାଜମା ଖାଇବା ସ୍ଵାସ୍ଥ ପାଇଁ ଭଲ ହୋଇନଥାଏ । ତେଣୁ ରାଜମାକୁ ଭଲ ଭାବେ ସିଝାଇ ରୋଷେଇ କରି ସେବନ କରନ୍ତୁ ।

5- ଚାଉଳରେ ରହିଥିବା ବ୍ରାଉନ ରଙ୍ଗର ଚାଉଳକୁ ଅଧିକ ମାତ୍ରାରେ ଖାଇବା ଉଚିତ ନୁହେଁ । ତେଣୁ ଧଳା ଚାଉଳରୁ ବ୍ରାଉନ ରଙ୍ଗର ଚାଉଳକୁ ବାଛି ଅଲଗା କରିଦିଅନ୍ତୁ । ଏହାଛଡା ଭାତ ରୋଷେଇ କରିବା ପୂର୍ବରୁ ଚାଉଳକୁ 5 ରୁ 6 ଥର ଭଲ ଭାବେ ଧୋଇ ସଫା କରି ଚାଉଳକୁ କିଛି ସମୟ ପାଣିରେ ବତୁରାଇ ତାପରେ ଭାତ ପ୍ରସ୍ତୁତ କରନ୍ତୁ ।

ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ମଧ୍ୟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *