ଦିନର ଏହି ସମୟରେ ଜିଭରେ ବସିଥାନ୍ତି ମାତା ସରସ୍ଵତୀ ! ଯାହା କହିବେ ତାହା ସତ ହୋଇଯିବେ ! Maa Saraswati

ବନ୍ଧୁଗଣ ସମଗ୍ର ବିଶ୍ଵରେ ମଣିଷ ନିଜର ବୃଦ୍ଧି ବଳରେ ପୃଥିବୀରେ ଥିବା ଜୀବଜନ୍ତୁ ତଥା ସମସ୍ତ ପ୍ରାଣୀଙ୍କୁ ନିଜର ନିୟନ୍ତ୍ରଣରେ ରଖିଥାଏ । ଏହାର କାରଣ ହେଉଛି ମନୁଷ୍ୟ ପାଖରେ ରହିଥିବା ଜ୍ଞାନ । ପଶୁପକ୍ଷୀଙ୍କ ମଧ୍ୟରେ ଇଶ୍ଵର ଜ୍ଞାନ ହେଇନଥାନ୍ତି । ଭଗବାନ ମନୁଷ୍ୟକୁ ଜ୍ଞାନ, ବୁଦ୍ଧି ଏବଂ ବିବେକ ଦେଇଥିବାରୁ ସେଥିପାଇଁ ମଣିଷ ହେଉଛି ସଂସାରର ସର୍ବ ଶ୍ରେଷ୍ଟ ପ୍ରାଣୀ । ଆମେ ସମସ୍ତେ  ଜାଣିଛୁ ଯେ ଜ୍ଞାନର ଦେବୀ ହେଉଛନ୍ତି ମା’ ସରସ୍ଵତୀ । ମା’ ସରସ୍ଵତୀଙ୍କୁ ପୂଜା କରିବା ଦ୍ଵାରା  ଆମେ ଜ୍ଞାନ ପାଇଥାଉ ।

ଆମ ଶାସ୍ତ୍ର ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ମା ‘ ସରସ୍ଵତୀ ବିଦ୍ୟାରେ ବିଦ୍ୟମାନ ଏବଂ ସେ ଆମମାନଙ୍କ ଜିଭରେ ମଧ୍ୟ ବିରାଜମାନ ଅଟନ୍ତି । ତେଣୁ ମଣିଷକୁ କଥାବାର୍ତ୍ତା କରିବା ସମୟରେ ଭାବିଚିନ୍ତି କହିବା ଉଚିତ୍ । କାରଣ ଅନେକ ସମୟରେ ଆମ ମୁଖରୁ ବାହାରିଥିବା କଥା ସତ ହୋଇଯାଇଥାଏ । ମଣିଷ ଜିଭରେ ଏତେ ଶକ୍ତି ଥାଏ ଯେ ସେ ଯାହା ବି କହେ ତାହା ଅନେକ ସମୟରେ ତାହା ସତ ହୋଇଯାଇଥାଏ ।

ଏହା ପଛର କାରଣ କ’ଣ ହୋଇଥାଏ ଯେ ସେ ବ୍ୟକ୍ତି ଯାହା ବି କହିଥାଏ  ଠିକ ସେହି ପରି ହିଁ ଘଟିଥାଏ । କାରଣ ଏହି କଥା ସତ୍ୟ ଅଟେ ଯେ ମା ‘ ସରସ୍ଵତୀ ମଣିଷର ଜିଭ ରେ ବିରାଜିତ ହୋଇଥାନ୍ତି । ଯଦି ବ୍ୟକ୍ତି ନିଜର ମୁଖରୁ ଭଲ କଥା କହେ ତାହା ତା ଜୀବନରେ ଭଲ ହୁଏ । ଯଦି ଅନାବଶ୍ୟକ ଖରାପ ଶବ୍ଦର ଉଚ୍ଚାରଣ କରେ ତେବେ ବ୍ୟକ୍ତିର ଜୀବନରେ ଖରାପ କିଛି ହୋଇଥାଏ । ତେଣୁ ବ୍ୟକ୍ତିଙ୍କୁ କଥା କହିବା ପୂର୍ବରୁ ବହୁ ଥର ଭାବିବା ଉଚିତ୍ ।

ଏବେ ଆମେ ଜାଣିବା କେଉଁ ସମୟରେ ମା’ ସରସ୍ଵତୀ ଆପଣଙ୍କ ଜିଭରେ ରହିଥାନ୍ତି । ଶାସ୍ତ୍ର ଓ ଅନୁଭବ ଅନୁଯାୟୀ ଭୋର ସକାଳ ବ୍ରାଂହ ମୁହୁତ୍ତ 3: 10 ରୁ 3: 15 ମଧ୍ୟରେ ମା ସରସ୍ଵତୀ ଆପଣଙ୍କ ଜିଭରେ ରହିଥାନ୍ତି । ତେଣୁ ଏହି ସମୟରେ ଆପଣ ପ୍ରଥମେ ଧନ୍ୟବାଦ ଦେଇ ଆପଣଙ୍କ ଜୀବନରେ ଥିବା ମନସ୍କାମନା ବିଶ୍ଵାସର ସହିତ କହିବା ଦ୍ଵାରା ତାହା ସଫଳ ହୋଇଥାଏ ।

ଦ୍ଵିତୀୟ ସମୟ ହେଇଉଛି 3:20 ରୁ 3: 40 ମଧ୍ୟରେ ଆପଣ ନିଜର ସମସ୍ୟା ଦୁଃଖ ଦୂର ହେବା ପାଇଁ ବିନତି କରିପାରିବେ । ତେବେ ବନ୍ଧୁଗଣ ଦିନର ଏହି 2 ଟି ସମୟରେ ପ୍ରତ୍ଯେକଟି ମନୁଷ୍ୟର ଜିଭରେ ମାତା ସରସ୍ଵତୀ ବସିଥାନ୍ତି । ତେଣୁ ଏହି ସମୟରେ ବ୍ୟକ୍ତି ତାହା ମୁଖରୁ ଯାହା ବି କହିଥାଏ । ତାହା ସତ ହୋଇଯାଇଥାଏ ବୋଲି ମାନାଯାଇଥାଏ ।

ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *