ଏକା ଥରକେ 4ଟି ସନ୍ତାନଙ୍କୁ ଜନ୍ମ ଦେଲେ ମହିଳା, ଦେଖନ୍ତୁ Video କଣ କହିଲେ Doctor

ନମସ୍କାର ବନ୍ଧୁଗଣ । ବୁର୍ଲା ଭୀମସାର ରୁ ଆସିଲା ଖୁସି ଖବର । ଜେଣ ମହିଳା ଏକ ଥରକେ ଜନ୍ମ କରିଛନ୍ତି ୪ଟି ସନ୍ତାନ । ଗତ କାଲି ସୋନପୁର ର ଜଣେ ମହିଳା ବୁର୍ଲା ସ୍ଥିତି ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ ବା ଭୀମାସର ରେ ୪ଟି ଛୁଆ ଜନ୍ମ କରିଛନ୍ତି । ନବ ଜାତ ଙ୍କ ମଧ୍ୟରୁ ୩ ଜଣ କନ୍ୟା ଶିଶୁ ଥିବା ବେଳେ ଆଉ ଜଣେ ପୁତ୍ର ସନ୍ତାନ ରହିଛି । ସବୁ ସନ୍ତାନ ମାନେ ଓ ମା ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା କଥା ସୂଚନା ମିଳିଛି ।

ସୋନପୁର ବାଞ୍ଜିପାଲ ଗାଁ ର କୁନି ସୁନାନାମୀ ଜଣେ ଗର୍ଭବତୀ ମହିଳା ଗତ ସୋମବାର ଦିନ ହସପିଟାଲ ରେ ଭର୍ତ୍ତି ହୋଇଥିଲେ । ଗତ କାଲି ଅପରାହ୍ନ ୨ ଟା ରେ ସେ ଗୋଟିଏ ପରେ ଗୋଟିଏ ୪ଟି ସନ୍ତାନ ଜନ୍ମ ଦେଇଥିଲେ । ତେବେ ପିଲା ମାନଙ୍କର ଓଜନ ସାଧାରଣ ପିଲାଙ୍କ ଠାରୁ କମ ଥିବା ସୂଚନା ରହିଛି ।

ସାଧାରଣତ ପ୍ରତି ୫ କୋଟି ପ୍ରସାବ ରେ ଗୋଟିଏ କ୍ଷେତ୍ରରେ ଏକା ଥରକେ ୪ ଟି ସନ୍ତାନ ପ୍ରସାବ ଘଟଣା ଘଟିଥାଏ । ସୂଚନା ଅନୁଯାୟୀ ଏକ ଥରକେ ଜନ୍ମ ନେଇଥିବା ୪ଟି ସନ୍ତାନ ଙ୍କୁ ଦେଖିବା ପାଇଁ ମେଡିକାଲରେ ଲୋକ ମାନଙ୍କର ଗହଳି ଜମିଛି ।

କାରଣ ଏହା ଏକ ବିରଳ ଘଟଣା ଅଟେ । ପ୍ରଥମେ ୩ ଶିଶୁ କନ୍ୟା ଜନ୍ମ ହେବା ପରେ ପୁତ୍ର ସନ୍ତାନ ଶେଷରେ ଜନ୍ମ ହୋଇଥିଲେ । ଗର୍ଭବତୀ ମହିଳା ଙ୍କୁ ସୋନପୁର ରୁ ଭୀମସା ମେଡିକାଲ ରୁ ସ୍ଥାନାନ୍ତର କରା ଯାଇଥିଲା । ଡାକ୍ତର ଙ୍କ କହିବା ଅନୁଯାୟୀ ସାଧାରଣତ ଜଣେ ମହିଳା ୩ଟି ସନ୍ତାନ ଜନ୍ମ ଦେଇପାରେ ।

କିନ୍ତୁ ୪ଟି ସନ୍ତାନ ଗୋଟେ ପରେ ଗୋଟେ ହେବା ବହୁତ ବଡ ଚ୍ୟାଲେଞ୍ଜ ରହିଥିଲା ଡାକ୍ତର ମାନଙ୍କ ପାଇଁ । ଆଗକୁ ଡାକ୍ତର କହିଥିଲେ ଯଦି ଏଠାରେ ଅପରେସନ ସଫଳ ନ ହୁଏ ତେବେ ହୁଏ ତ କଟକ ର କୌଣସି ମେଡିକାଲ କୁ ନିଆ ଯାଇପାରେ । ଏହି ଅପରେସନ ୪ ଜଣ ନାର୍ସ ଓ ୩ ଜଣ ଡାକ୍ତର ସାମିଲ ହୋଇଥିଲେ ଆଉ ଏହା ତାଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ରହିଥିଲା ।

ବହୁତ କମ ସମୟ ଅର୍ଥାତ ମାତ୍ର ୩ ଘଣ୍ଟା ମଧ୍ୟରେ ମହିଳା ଜଣଙ୍କର ପ୍ରସାବ ହୋଇଥିଲା । ଏହା ହେଉଛି ସବୁଠାରୁ ବହୁତ ବଡ ଖୁସି ଖବର । ଡାକ୍ତରୀ ଟିମ ବହୁତ ବଡ ସଫଳ ହାସଲ କରି ପାରିଛନ୍ତି ଯାହା ପାଇଁ ସେମାନେ ଖୁସି ବ୍ୟକ୍ତ କରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *