ବନ୍ଧୁଗଣ ନିଜ ଟ୍ବିଟକୁ ନେଇ ସର୍ବଦା ଚର୍ଚ୍ଚା ରେ ଥିବା ତେସଲା ସିଓ ଏଲନମସ୍କ ସୋମବାର ଦିନ ଏକ ଟ୍ଵିଟ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଟ୍ବିଟରକୁ କିଣିବା ପରେ ସାରା ବିଶ୍ଵରେ ଅଧିକ ଚର୍ଚ୍ଚା ରେ ଅଛନ୍ତି ଏହି ଧନୀ ଉଦ୍ଯୋଗପତି । ସେ କରିଥିବା ଏହି ଟ୍ବିଟକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଏଲନ ନିଜର ରହସ୍ୟମୟ ମୃତ୍ୟୁକୁ ନେଇ ଟ୍ବିଟ କରିବା ପରେ ୟୁଜର୍ସ ଙ୍କ ମଧ୍ୟରେ ଦେଖା ଦେଇଛି ଭିନ୍ନ ଭିନ୍ନ ପ୍ରତିକ୍ରିୟା । ତାଙ୍କର ଏହି ଟ୍ବିଟ ଟାଇମ ଲାଇନକୁ ଆସିବା ପରେ ଭାଇରାଲ ହେବାରେ ଲାଗିଛି ।
ଘଣ୍ଟାକରୁ କମ ସମୟ ମଧ୍ୟରେ ଏଲନଙ୍କର ଏହି ଟ୍ବିଟ କୁ ୩୩ ହଜାରରୁ ଅଧିକ ଲୋକେ ଦେଖି ସାରିଲେଣି । ତାଙ୍କର ଟ୍ଵିଟ ପରେ ୟୁଜର୍ସ ମାନେ ଲଗାତାର ଜବାବ ମଧ୍ୟ ଦେଉଛନ୍ତି । ବର୍ତ୍ତମାନ ସାରା ବିଶ୍ଵ ଏଲନମସ୍କ ଙ୍କୁ ଜରୁରୀ ବୋଲି ମାନେ କରୁଛି । ଏଣୁ ଏତେ ଜଲ୍ଦି ସେ ଛାଡି ଯାଇପାରିବେ ନାହି ବୋଲି ଜେନ ୟୁଜର୍ସ ଲେଖିଥିବା ବେଳେ ଏଲନଙ୍କୁ ଯେ କୌଣସି ମତେ ବଞ୍ଚେଇବାକୁ ହେବ ବୋଲି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି । ଏହା ସହ ଅନ୍ୟ କିଛି ୟୁଜର୍ସ ଏଲନଙ୍କର ଏହି ଟ୍ବିଟକୁ ଗମ୍ଭୀରତାର ସହ ନେଇଛନ୍ତି ।
ଜଣେ ୟୁଜର୍ସ ଇଛି ଭୁଲ ପଦକ୍ଷେପ ନ ନେବାକୁ ଏଲନମସ୍କ ଚିନ୍ତା କରିବାକୁ ମନା କରିଥିବା ବେଳେ ଅନ୍ୟ ଜଣେ ୟୁଜର୍ସ ତାଙ୍କୁ ଏବେ ବିଶ୍ଵର ଅନେକ ସମସ୍ଯା ସମାଧାନ କରିବାକୁ ବାକି ଅଛି ବୋଲି କହିଛନ୍ତି । ଏଲନଙ୍କର ରହସ୍ୟମୟ ମୃତ୍ୟୁ ଟ୍ଵିଟ ଋଷ ସରକାରକୁ ପରୋକ୍ଷ ଭାବେ ଟାର୍ଗେଟ କରିଛି ବୋଲି ଚର୍ଚ୍ଚା ହେଉଛି ।
ୟୁକ୍ରେନକୁ ସାହାଜ୍ଯ କରିବାକୁ ନିଜର ଆଡଭାନ୍ସ ଟେକ୍ନୋଲୋଜିରେ ଋଷ ର କିଛି ସିଷ୍ଟମକୁ ଜାମ କରିବାକୁ ସମର୍ଥ ହୋଇଥିଲେ ଏଲନ । ସ୍ପେସ ଏକ୍ସଟେସଲାର ସିଓ ଏଲନମସ୍କ ଗତ ମାସରେ ୪୪ ଆରବ ଡଲାର ଅର୍ଥାତ ୩ଲକ୍ଷ ୨୨ ହଜାର କୋଟି ଟଙ୍କା ଦେଇ ଟ୍ବିଟର କୁ କିଣିବାକୁ ଡିଲ କରିଛନ୍ତି । ଏହା ପରେ ଟ୍ବିଟର ରେ ଅନେକ ପରିବର୍ତ୍ତନ ମଧ୍ୟ ଆସିଛି ।
ଆଗକୁ ଫ୍ରୀ ରେ ତ୍ଵିଟର କୁ ବ୍ୟବହାର କରାଯାଇ ପାରିବ ନାହି ବୋଲି ଏଲନ ଘୋଷଣା କରିଛନ୍ତି । କିନ୍ତୁ କାଜ୍ଯୁଆଲ ୟୁଜର୍ସ ଙ୍କ ପାଇଁ ଏହା ଫ୍ରୀ ସେବା କରିବା ବୋଲି ଏଲନ କହିଛନ୍ତି । ଏବେ ଏଲନ ତ୍ଵିଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମକୁ କିଣିବା ପାଇଁ ଡିଲ କରିବା ପରେ ବଡ ବଡ ଉଦ୍ଯୋଗପତି ଆଶ୍ଚର୍ଯ୍ୟ ହୋଇଛନ୍ତି ।
କାରଣ ଗତ ୯ ବର୍ଷ ଧରି ଟ୍ବିଟର କ୍ଷତି ସହିବାରେ ଲାଗିଛି । ୨୦୨୧ରେ ଟ୍ବିଟରକୁ ୧୬୦୦ କୋଟିର କ୍ଷତି ସହିବାକୁ ପଡିଥିଲା । ବର୍ଷ ବର୍ଷ ଧରି କ୍ଷତି ସହୁଥିବା ଟ୍ବିଟରକୁ ଏଲନ ବ୍ୟବସାୟ କରିବାକୁ ଚାହୁଁ ନାହାନ୍ତି । ବିଶ୍ବରେ ସ୍ଵାଧୀନ ମତକୁ ପ୍ରୋଶ୍ଚାହନ କରିବାକୁ ଚାହୁଁଛନ୍ତି । ଏହା ସହ ସ୍ଵାଧୀନ ମତବ୍ୟକ୍ତ ନାଁରେ ଟ୍ବିଟରକୁ ନିଜ ଅକ୍ତିଆରରେ ରଖିବାକୁ ଆଲୋଚନା ହେଉଛି । ବନ୍ଧୁଗଣ ଆପଣ ମାନଙ୍କର ଏଲନମସ୍କ ଙ୍କ ବିଷୟରେ ମତାମତ ଆମକୁ କାମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।