ନମସ୍କାର ବନ୍ଧୁଗଣ, କଥାରେ ଅଛି ଆଜିର ଜୀବନ କାଲିକୁ ନାହିଁ । ଦୁନିଆକୁ ତ ଆସିଛେ ଦିନେ ନା ଦିନେ ଯିବାକୁ ହେବ । କିନ୍ତୁ ଭଗବାନ ଏଭଳି ଏଭଳି ଖୁସିର ସମୟରେ ପ୍ରାଣ ଛଡାଇ ନେଇଛନ୍ତି ଯାହା ସମସ୍ତଙ୍କ ପାଇଁ ଏକ ବଡ ବିଷାଦ ପାଲଟି ଯାଉଛି । ଖବର ଅନୁଯାୟୀ ବିବାହରେ ଯୋଗ ଦେବା ପାଇଁ ଆସିଥିଲେ ଆଉ ଚାଲିଗଲା ଜୀବନ । ତେବେ ଏଭଳି ଏକ ଘଟଣା କେଉଁଠି ଘଟିଛି ଏବଂ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ନଜର ପକାଇବା ।
ବିବାହ ପାଇଁ ଜଣେ ଯୁବକଙ୍କର ହଳଦୀ ସେରିମନି ଚାଲିଥିଲା । ସେହିଠାରେ ସମସ୍ତ ସମ୍ପର୍କୀୟ ଏବଂ ପରିବାରବର୍ଗ ହସ ଖୁସିରେ ଆନନ୍ଦ ନେଉଥିଲେ । ଠିକ ସେହି ସମୟରେ ଯୁବକଙ୍କର ଜଣେ ସମ୍ପର୍କୀୟ ଯାହାଙ୍କ ବୟସ ପାଖାପାଖି ୪୦ ବର୍ଷ ହେବ । ସେ ତାଙ୍କ ସ୍ଥାନରୁ ଉଠି ଆସିଥିଲେ ଖୁସି ହୋଇ ଯୁବକ ଜଣଙ୍କୁ ହଳଦୀ ଲଗାଇ ଦେବା ପାଇଁ ।
ଆଉ ଯେତେବେଳେ ହଳଦୀ ଲଗାଇବା ପାଇଁ ସେ ଯୁବକଙ୍କ ସାମ୍ନାରେ ବସିଲେ ବସ କିଛି ସେକେଣ୍ଡରେ ଟଳି ପଡିଲେ । କଣ ହେଲା କେହି କିଛି ବି ବୁଝିପାରିଲେନି । ହେଲେ ସେତେବେଳକୁ ଜମା ତାଙ୍କୁ ତାଙ୍କ ପାଖକୁ ନେଇ ସାରିଥିଲା । ବିବାହ ଭଳି ଏକ ପବିତ୍ର ହସ ଖୁସି ଦିନରେ ଖେଳିଗଲା ଶୋକର ଛାୟା । ସୂଚନା ଅନୁସାରେ ହାଇଦ୍ରାବାଦର କାଲାପଟରରେ ଏହି ଦୁଃଖଦ ଘଟଣାଟି ଘଟିଛି ।
ମୃ-ତକ ଜଣଙ୍କ ହେଉଛନ୍ତି ମହମ୍ମଦ ଡବାନୀ । ହଳଦୀ ସେରିମନି ଦିନ ବ୍ୟକ୍ତି ଜଣଙ୍କ ହସ ମୁହଁରେ ଉଠି ଆସିଥିଲେ ବର ଦେହରେ ହଳଦୀ ଲଗାଇବା ପାଇଁ । ହଳଦୀ ଥାଳରୁ ହଳଦୀ ଆଣିବାକୁ ହାତ ବଢାଉ ଥିବା ବେଳେ କିଛି ନ ଘଟିବା ଭଳି କିଛି ନ ହୋଇ ଟଳି ପଡିଲେ । ଏହାପରେ ତାଙ୍କୁ କିଛି ସମୟ ଭିତରେ ନିକଟତସ୍ଥ ମେଡିକାଲ ନିଆଗଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ତାଙ୍କୁ ମୃ-ତ ବୋଲି ଘୋଷଣା କରିଥିଲେ । ତେବେ ହୃଦଘାତ ପାଇଁ ତାଙ୍କର ମୃ-ତ୍ୟୁ ହୋଇଥିବାର ଜଣା ପଡିଛି ।
ହସ ଖୁସିର ସମୟରେ ଭଗବାନ ଏଭଳି କାହିଁକି ନିଷ୍ଠୁର କାମ କରନ୍ତି । ଯାହା ସମସ୍ତଙ୍କ ହସକୁ କିଛି କ୍ଷଣ ମଧ୍ୟରେ ଲୁହରେ ପରିଣତ କରିଦେଉଛି । ତେବେ ବିବାହ ସମୟରେ ଏଭଳି ଏକ ଦୁଃଖଦ ଘଟଣା ବେଳର ଭିଡିଓ ସବୁଆଡେ ଭାଇରାଲ ହେବାରେ ଲାଗିଛି । ଆଶା କରୁଛୁ ଏଭଳି ଦୁଃଖ କେଉଁଠାରେ ମଧ୍ୟ ଦେଖିବା ପାଇଁ ନ ମିଳୁ ।