Special Report: ଏମିତି ବୋଲର ଯିଏ କେବେବି ପକାଇ ନାହାନ୍ତି ‘ନୋ ବଲ୍’

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ କ୍ରିକେଟ ଲୋକପ୍ରିୟ ଖେଳ ଭାବେ ଘରେ ଘରେ ପରିଚିତ । କିଛି ଲୋକେ ଏହାକୁ ଖେଳିବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକେ ଦେଖିବାକୁ ପସନ୍ଦ କରୁଛନ୍ତି । ତେବେ କ୍ରିକେଟକୁ ଅନିଶ୍ଚିନ୍ତା ଖେଳ ବୋଲି କୁହାଯାଏ । କାରଣ କ୍ରିକେଟରେ ଗୋଟିଏ ଭୁଲ ପାଇଁ ବାଜି ପାଲଟିଯାଏ । ସେହି ଭୁଲ ନୋ ବଲ ବା ୱ୍ହାଇଟ ବl ହୋଇପାରେ ।

କାରଣ ନୋ ବଲ ପକାଇଲେ ବ୍ୟାଟ୍ସମ୍ୟାଙ୍କୁ କେବଳ ଅତିରିକ୍ତ ରଣ ନୁହେଁ ବରଂ ନଟ ଆଉଟ ହେବା ସହ ଅତିରିକ୍ତ ବଲ ମିଳିଥାଏ । ଏହି ନୋ ବଲ ନ ପକାଇବା ପାଇଁ ବୋଲର ମାନେ ସତର୍କ ରହିଥାନ୍ତି । କିନ୍ତୁ ଅନେକ ସମୟରେ ବୋଲର ମାନେ ନୋ ବଲ ପାଇଁ କ୍ଷତିରେ ରହିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ କ୍ୟାରିୟରରେ କେବେ ବି ନୋ ବଲ ପକାଇ ନ ଥିବା ଖେଳାଳୀଙ୍କ ବିଷୟରେ କହିବାକୁ ଯାଉଛୁ ।

୧- ଇୟାନ ବୋଥାମ : ବିଶ୍ଵର ଶ୍ରେଷ୍ଠ ଅଲ ରାଉଣ୍ଡର ଭାବେ ଇୟାନ ବୋଥାମ ପରିଚିତ । ସେ ଇଂଲଣ୍ଡ ପାଇଁ ୧୦୨ଟି ଟେଷ୍ଟ ମ୍ଯାଚ ଓ ୧୬ଟି ଦିନିକିଆ ମ୍ଯାଚ ଖେଳିଛନ୍ତି । ସେ ତାଙ୍କ କ୍ଯାରିୟରରେ କେବେ ବି ନୋ ବଲ ପକାଇ ନାହାନ୍ତି । ସେ ୨୭ ଥର ଗୋଟିଏ ଇନିନ୍ସରେ ୫ଟି ୱିକେଟ ୪ଥର ଗୋଟିଏ ମ୍ଯାଚରେ ୧୦ ୱିକେଟ ନେଇଥିଲେ ।

୨- ଲାନ୍ସ ଗିବ୍ସ : ୱେଟ ଇଣ୍ଡିଜ କ୍ରିକେଟର ଲାନ୍ସ ଗିବ୍ସଙ୍କ ନାଁ ବିଶ୍ଵର ସର୍ବଶ୍ରେଷ୍ଠ ସ୍ପିନରଙ୍କ ମଧ୍ୟରେ ଗଣାଯାଏ । ସେ ନିଜ କ୍ଯାରିୟରରେ ୭୯ଟି ଟେଷ୍ଟ ଓ ଦିନିକିଆ ମ୍ଯାଚ ଖେଳିଛନ୍ତି । ୮୦ ଦଶକୃ ଆରାମ୍ଭ କରି ୯୦ ଦଶକ ଯାଏଁ ୱେଷ୍ଟ ଇଣ୍ଡିଜ ଦଳ ତାଙ୍କ ପାଇଁ ଅନେକ ସଫଳତା ହାସଲ କରିଥିଲା । ସେ ତାଙ୍କ କ୍ଯାରିୟରରେ କେବେ ବି ନୋ ବଲ ପକାଇ ନାହାନ୍ତି ।

୩- ଡେନିସ ଲିଲି : ଡେନିସ ଲିଲି ଅଷ୍ଟ୍ରେଲିୟାର ଦମଦାର କ୍ରିକେଟର ଥିଲେ । ସେ ପଡିଆ ଭିତରେ ଆଗ୍ରେସିଭ ସ୍ଵଭାବ ରଖୁଥିଲେ । ସେ ସୁଇଙ୍ଗ ବଲ ପକାଇବାରେ ବେଶ ମାହିର ଥିଲେ । ସେ ତାଙ୍କ କ୍ଯାରିୟରରେ ୭୦ଟି ଟେଷ୍ଟ ମ୍ଯାଚ ଖେଳିଛନ୍ତି । କିନ୍ତୁ କେବେ ନୋ ବଲ ପକାଇ ନାହାନ୍ତି ।

୪- କପିଳଦେବ : ୧୯୮୩ ବିଶ୍ଵକପ ବିଜେତା ଭାରତୀୟ ଦଳର ଅଧିନାୟକ କପିଳଦେବ ଜଣେ ସଫଳ ଅଲ ରାଉଣ୍ଡର ଥିଲେ । ୧୯୭୮ରୁ ୧୯୯୪ ଯାଏଁ ଟିମ ଇଣ୍ଡିଆ ପାଇଁ ଖେଳିଥିଲେ । ସେ ୧୩୧ଟି ଟେଷ୍ଟ ମ୍ଯାଚ ଖେଳି ଓ ୨୨୫ ଦିନିକିଆ ମ୍ଯାଚ ଖେଳି ୧୯୫୩ ୱିକେଟ ନେଇଥିଲେ । ସେ କେବେ ବି ନୋ ବଲ ପକାଇ ନାହାନ୍ତି ।

୫- ଇମ୍ରାନ ଖାନ : ପାକିସ୍ତାନର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ତାଙ୍କ ସମୟରେ ଜଣେ ଦୁର୍ଦଶ ବୋଲର ଥିଲେ । ୧୯୯୨ରେ ପାକିସ୍ତାନ ଟିମକୁ ଜିତାଇବାରେ ଇମ୍ରାନଙ୍କର ଗୃତ୍ଵପୂର୍ଣ୍ଣ ଭୂମିକା ରହିଥିଲା । ସେ ତାଙ୍କ କ୍ଯାରିୟରରେ କେବେ ନୋ ବଲ ପକାଇ ନାହାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଭାରତୀୟ ଖେଳାଳି ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *