ଜାଣନ୍ତୁ କେମିତି Aadhar Card ବ୍ୟବହାର କରି ଆପଣ ବ୍ୟାଙ୍କ ଆକାଉଣ୍ଟ ବାଲାନ୍ସ ଯାଞ୍ଚ କରିପାରିବେ

ନମସ୍କାର ବନ୍ଧୁଗଣ, ବ୍ୟାଙ୍କ ଖାତାଧାରୀଙ୍କ ପାଇଁ ଆସିଲା ବଡ ଖବର । ଘରେ ବସି ଆଧାର ନମ୍ବରରେ ପାଆନ୍ତୁ ବ୍ଯାଙ୍କ ତଥ୍ୟ । ବର୍ତମାନ ସମୟରେ ଆଧାର କାର୍ଡ ଆମ ପରିଚୟକୁ ସ୍ପଷ୍ଟ କରିବାର ଗୋଟିଏ ଜରୁରୀ ଦସ୍ତାବିଜ । ଆଧାର କାର୍ଡକୁ କେନ୍ଦ୍ର ସରକାରଙ୍କ ସଂସ୍ଥା UADAI ଜାରି କରିଥାଏ । ତିରେ ପ୍ରତେକ ନାଗରିକଙ୍କ ନାମ, ଜନ୍ମ ତାରିଖ, ଲିଙ୍ଗା, ଠିକଣା ରହିଥାଏ । ଏହା ଏକ ୧୨ ଅଙ୍କ ବିଶିଷ୍ଟ ସ୍ଵତନ୍ତ୍ର ନମ୍ବର । ତେବେ ଆପଣ ଜାଣିଛନ୍ତି କି ଆଧାର ନମ୍ବର ଜରିଆରେ ଘରେ ବସି ଜମା ରାଶି ଅନୁଧ୍ୟାନ କରିପାରିବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ପୂର୍ବରୁ ଆଧାରର ବ୍ୟବହାର ବ୍ୟାଙ୍କରେ ଖାତା ଖୋଲିବା, ବ୍ୟାଙ୍କରେ ପଇଠ କରିବା, ପ୍ୟାନ କାର୍ଡ ତିଆରି କରିବା, ଡ୍ରାଇଭିଙ୍ଗ ଲାଇସେନ୍ସ ଭଳି ଗୁରୁତ୍ଵପୂର୍ଣ୍ଣ କାମରେ ବ୍ୟବହାର କରୁଥିଲେ । ସମସ୍ତ ବ୍ଯାଙ୍କ ମଧ୍ୟ ନିଜ ଗ୍ରାହକଙ୍କା ପାଇଁ KYC ପରିବାର ବାଧ୍ୟତାମୂଳକ କରିଛି । ତେବେ ବ୍ୟାଙ୍କର ଜମା ରାଶି ମଧ୍ୟ ଆପଣ ଆଧାର ଜରିଆରେ ଜାଣି ପାରିବେ । ଆଧାର କାର୍ଡ ଜରିଆରେ ବ୍ୟାଙ୍କର ଜମା ରାଶି ଜାଣିବା ଆପଣ ଆକାଉଣ୍ଟ କୁ ଆଧାର କାର୍ଡ ସହ ଲିଙ୍କ କରିବାକୁ ହେବ ।

ଆପଣ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବରକୁ ଲେଖିବା ପରେ ଆକାଉଣ୍ଟ ରେ ଜମା ଥିବା ସବୁ ତଥ୍ୟ ପାଇ ପାରିବେ । ଆଧାର ଜରିଆରେ ବ୍ୟାଙ୍କର ତଥ୍ୟ ଆଣିବା ସେହି ଲୋକଙ୍କ ପାଇଁ ଗୁରୁତ୍ଵ ପୂର୍ଣ୍ଣ ଯେଉଁ ମାନେ ଇଣ୍ଟରନେଟ କିମ୍ବା ସ୍ମାର୍ଟ ଫୋନ ବାବଦରେ ଆଗତ ନ ଥାନ୍ତି । ଏଭଳି କ୍ଷେତ୍ରରେ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହି ସେବା ବେଶ ସହାୟକ ହେବ । ବ୍ୟାଙ୍କର ଜମା ରାଶିକୁ ଜାଣିବା ପାଇଁ ପ୍ରଥମେ ଆପଣଙ୍କ ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବର ରୁ *୯୯*୯୯*୧# କୁ କଲ କରିବେ ।

ଏହା ପରେ ଆପଣଙ୍କୁ ୧୨ ଅଙ୍କ ବିଶିଷ୍ଟ ଆଧାର ନାମ୍ବରକୁ ଦେବାକୁ ପଡିବ । ଏହା ପରେ ଏହି ନାମ୍ବରକୁ ଆପଣଙ୍କୁ ଭେରୀଫାଏ କରିବାକୁ ପାଇଁ ପୁଣି ଥରେ ଆଧାର ଅମ୍ବର ଦେବାକୁ ପଡିବ । ପରେ ୟୁଆଇଡିଏଆର ରୁ ଆପଣଙ୍କୁ ଗୋଟେ ମ୍ଯାସେଜ ଆସିବ । ଏହା କରିବା ପରେ ଆପଣ ଅତି ସହଜରେ ବ୍ୟାଙ୍କର ଜମା ରାଶି ବିଷୟରେ ସମସ୍ତ ସୂଚନା ପାଇ ପାରିବେ । ହି ରଖିବାକୁ ଚାହୁଛୁ ଯେ ଆଧାର କାର୍ଡ ର ବ୍ୟବହାର କରି ଟଙ୍କା ପଠାଇ ପାରିବେ । ପ୍ୟାନ କାର୍ଡ ତିଆରି ଭଳି ଅନେକ ଗୁରୁତ୍ଵ ପୂର୍ଣ୍ଣ କାମ ମଧ୍ୟ କରି ପାରିବେ ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *