ବନ୍ଧୁଗଣ ଆପଣ ମାନେ ଜାଣିଥିବେ ୟୁକ୍ରେନ ଓ ଋଷିଆ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି ଯାହାକୁ ନେଇ ସାରା ବିଶ୍ଵ ରେ ଚର୍ଚ୍ଚା ହେବା ସହ ଚିନ୍ତା ଜନକ ସ୍ଥିତି ଦେଖା ଯାଉଛି । ତେବେ ଋଷିଆ ୟୁକ୍ରେନ ଉପରେ ବୋମା ପକାଇଲା । ଅନ୍ୟ ପକ୍ଷରେ ୟୁକ୍ରେନ ପାଣି ପକାଇ ବୋମା ଲିଭାଇ ଦେଲା । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉ ନାହି । ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରି ଚାଲିଛି ଋଷିଆ ।
ସକାଳୁ ରାତି ପର୍ଯ୍ୟନ୍ତ ୟୁକ୍ରେନ ଉପରେ ବୋମା ବିସ୍ଫୋରଣ ହେବାରେ ଲାଗିଛି । ବର୍ତ୍ତମାନ ସୁଧା ୟୁକ୍ରେନର ବେସାମରିକ ଘାଟି ସହ ବିଭିନ୍ନ ଅଞ୍ଚଳକୁ ଟାର୍ଗେଟ କରା ଯାଉଛି । ସାମନାକୁ ଆସିଛି ଏବେ ଏକ ଭିଡିଓ । ୟୁକ୍ରେନ ଓ ଋଷିଆ ମଧ୍ୟରେ ଦୀର୍ଘ ୧୭ ଦିନ ହେବ ଯୁଦ୍ଧ ଜାରି ରହିଛି । ଋଷିଆ ୟୁକ୍ରେନକୁ ଦାଖଲ କରିବା ପାଇଁ ଜିଦ ଧରି ବସିଥିବା ବେଳେ ୟୁକ୍ରେନ ମଧ୍ୟ ମୁଣ୍ଡ ନୂଆଁଇ ବାକୁ ରାଜି ନାହି । ରାଷ୍ଟ୍ରପତି ଜେଲେନସ୍କି କିଭ ଛାଡିବାକୁ ରାଜି ନୁହନ୍ତି ।
ଋଷିଆ ଆକାଶ ମାର୍ଗ ରୁ ୟୁକ୍ରେନ ଆଡକୁ ମିଶାଇଲ ମାଡ କରୁଛି । ଏଥି ସହ ବଡ ବଡ ବୋମା ମଧ୍ୟ ଋଷିଆ ୟୁକ୍ରେନ ଉପରେ ପକାଇବାରେ ଲାଗିଛି । ତେବେ ଏହାରି ମଧ୍ୟରେ ଋଷିଆ ରେ କିଛି ବୋମା କାମ ଦେଉ ନ ଥିବା ବେଳେ ଆଉ କିଛି ବୋମାକୁ ପାଣି ପକାଇ ଲିଭାଇ ଦେଉଛନ୍ତି ୟୁକ୍ରେନ ସେନା । ଯାହାର ଭିଡିଓ ଏବେ ସାମନାକୁ ଆସିଛି ।
ସୋସିସଲ ମିଡିଆରେ ଭାଇଡ଼ଲ ହେଉଥିବା ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ୟୁକ୍ରେନ ର ଜଣେ ବ୍ୟକ୍ତି ପାଣି ବୋତଲ ସାହାଜ୍ଯରେ ବେସ ସାବଧାନ ସହକାରେ ଋଷିଆ ପକାଇଥିବା ଏହି ବୋମାକୁ ନିଷ୍କ୍ରିୟ କରି ଦେଉଛନ୍ତି ।
୧୩ ସେକେଣ୍ଡର ଏହି ଭିଡିଓ ବର୍ତ୍ତମାନ ଯାଏଁ ୨୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ଏହି ଭିଡିଓ ନେକ୍ସଟା ନାମକ ସମ୍ବାଦ ଜରିଆରେ ପ୍ରକାଶ କରା ଯାଇଛି । ଭିଡିଓ ର କ୍ୟାପ୍ସନ ରେ ଲେଖା ଯାଇଛି କି ଏହା ବୋମା ଡିଫିୟୁଜ କରିବାର ପ୍ରକ୍ରିୟା ।
ଦ ଟେଲିଗ୍ରାଫ ରିପୋର୍ଟ ଅନୁଆଯାୟୀ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ୟୁଜର୍ସ ଅନେକ କମେଣ୍ଟ ମଧ୍ୟ କରୁଛନ୍ତି । ପୂର୍ବରୁ ଆଉ ଏକ ଏମିତି ଭିଡିଓ ସାମନାକୁ ଆସିଥିଲା । ସେଥିରେ ଋଷିଆ ପକାଇଥିବା ବୋମା ଗୁଡିକ କାମ ଦେଉ ନ ଥିବା ଦେଖିବାକୁ ମିଳିଥିଲା । ସେହି ବୋମାକୁ ଲୋକେ ବୋହି ନେଉ ଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ବନ୍ଧୁଗଣ ଆପଣ ମାନଙ୍କର ଏହି ମାମଲାରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।