Februaryରୁ ନୂଆ ନିୟମ, ଖୋଲିବ ଶ୍ରୀ ମନ୍ଦିର ! ଖୋଲିବ School… ଦେଖନ୍ତୁ କଟକଣା ଠାରୁ ନେଇ ବଜେଟ ପର୍ଯ୍ୟନ୍ତ କଣ ରହିଛି ସମ୍ପୁର୍ଣ୍ଣ ଖବର

ବନ୍ଧୁଗଣ ଆଜି ରାତି ପାହିଲେ ହେବାକୁ ଯାଉଛି ଫେବୃଆରି ମାସ । ବଦଳିବାକୁ ଯାଉଛି ଅନେକ ନିୟମ ଓ କୋହଳ ହେବ କଟକଣା । ଏହି ସବୁ ସରକାରୀ କଟକଣାର ପ୍ରଭାବ ଲୋକ ମାନଙ୍କ ଉପରେ ପଡିପାରେ । ତେବେ ଏ ସବୁ ନିୟମ ବିଷୟରେ ଆପଣ ମାନେ ଜାଣିବା ନିହାତି ଜରୁରି ଅଟେ । ଫେବୃଆରି ୧ରୁ ସର୍ବ ସାଧାରଣଙ୍କ ପାଇଁ ଖୋଲି ଶ୍ରୀମନ୍ଦିର । ସିଂହଦ୍ଵାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ ସାଧାରଣ ଲୋକ ମାନେ ।

କୋରୋନା କଟକଣା ପାଇଁ ଦୀର୍ଘ ଦିନ ହେବ ବନ୍ଦ ରହିଛି ପୁରୀ ଶ୍ରୀକ୍ଷେତ୍ର । ତେବେ ଆସନ୍ତା କାଲି ତହରୁ ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ ପାଇବାର ସୌଭାଗ୍ୟ ପାଇବେ । କେବଳ ପଶ୍ଚିମ ଦ୍ଵାରା ଦେଇ ପୁରୀ ସହରବାସୀ ପ୍ରବେଶ କରିବାକୁ ଅନୁମତି ଥିବାବେଳ ଅନ୍ୟ ଭକ୍ତ ପୂର୍ବ ଦ୍ଵାରା ଦେଇ ପ୍ରବେଶ କରିବାର ଅନୁମତି ମିଳିଛି । ସେହିପରି ତାମିଲନାଡୁ ସରାକର କୋରୋନା କଟକଣା କୋହଳ କରିବାକୁ ଯାଉଛନ୍ତି ।

ରାଜ୍ୟରେ କୋରୋନା ସଂକ୍ରମଣ କମୁଥିବାରୁ ସ୍କୁଲ ଓ କଲେଜ ଖୋଲିବା ପାଇଁ ନିପାସ୍ତି ନେଇଛନ୍ତି ତାମିଲନାଡୁ ସରକାର । ହରିୟାନା ସରକାର ଆସନ୍ତା କାଲି ଠାରୁ ଦଶମ ଶ୍ରେଣୀ ଓ ଏହାର ଉପର ଶ୍ରେଣୀ ଖୋଲିବାକୁ ଯାଉଛନ୍ତି । ଗୋଟିଏ ଡ଼ୋଜ ନେଉଥିବା ବିଦ୍ୟାର୍ଥୀଙ୍କୁ ସ୍କୁଲ କଲେଜରେ ପ୍ରବେଶ କରିବାକୁ ଅନୁମତି ମିଳିବ । ୫୦% ଲୋକଙ୍କୁ ନେଇ ସିନେମା ହଲ, ଥିଏଟର ଓ ମଲ୍ଟିକମ୍ପ୍ଲେକ୍ସ ଖୋଲିବାକୁ ନିସ୍ପତି ନିଆଯାଇଛି ।

ଏହି ସମୟରେ କୋରୋନା ସହ ସବୁ ଗାଇଡ ଲାଇନ ଓ ସାମାଜିକ ଦୂରତା ପାଳନ କରିବାକୁ ପଡିବ । ଫେବୃଆରି ୧ରୁ ଉଚ୍ଚ ନ୍ୟାୟାଳୟର ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଆସନ୍ତା କାଲି ଠାରୁ ଉଚ୍ଚ ନ୍ୟାୟଳୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପ୍ୟାନେଲ ଲୟର ସମେତ ସବୁ ଆଇନଜୀବି ଦାଖଲ କରୁଥିବା ପ୍ରତି ଓକିଲାତି ନାମାରେ ୫୦ଟଙ୍କାର ମୂଲ୍ୟରେ ଷ୍ଟାମ୍ପ ଲାଗିବ ।

ଏହା ସହ ବରିଷ୍ଠ ଆଇନଜୀବୀ ଆଡଭୋକେଟ ଜେନେରାଲ ଓ ଆସିଷ୍ଟାନ୍ଟ ଜେନେରାଲ ପକ୍ଷରୁ ଦାଖଲ ହେବାକୁ ଥିବା ଆପୀୟରାନ୍ସ ମେମୋରେ ୧୦୦ ଟଙ୍କାର ଷ୍ଟାମ୍ପ ଲାଗିବ । ପୂର୍ବ ନିଯମରେ ଏପରି ପରିବର୍ତ୍ତନ କରା ଯାଇଥିବା ନେଇ ଉଚ୍ଚ ନ୍ୟାୟଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଆସନ୍ତା କାଲି ଠାରୁ ବୟଙ୍କ ଅଫ ବରୋଦା ଚେକ ପେମେଣ୍ଟ ପାଇଁ କଂଫେରସନ ଅନିବାର୍ଯ୍ୟ ହେବ । ଏପରିକି କଂଫେରାନ୍ସ ନ ମିଳିଲେ ଚେକ ଫେରାଇ ଦିଆଯିବ ବୋଲି ବ୍ଯାଙ୍କ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ଫେବୃଆରି ୧ଋ SBI ବ୍ୟାକରେ IMPS ଟ୍ରାଞ୍ଜାକସନରେ ଏକ ସ୍ଲାପ ଯୋଡି ହେବାକୁ ଯାଉଛି ।

ଏଣିକି ୨ରୁ ୫ଲକ୍ଷ ଟଙ୍କା IMPS କରିଲେ ୨୦ ଟଙ୍କା ଶୁଳ୍କ ସହ GST ଦେବାକୁ ପଡିବ । ଫେବୃଆରି ୧ରୁ ପଞ୍ଜାବ ନ୍ୟାସନାଲ ବ୍ଯାଙ୍କ କିସ୍ତି ଓ ଡେବିଟ ଆକାଉଣ୍ଟରେ ଟଙ୍କା ନ ରହିଲେ ୨୫୦ଟଙ୍କା ଫାଇଁ ଦେବାକୁ ହେବ । ଆସନ୍ତା କାଲି ଠାରୁ ୨୦୨୨-୨୦୨୩ ପେପର ବଜେଟ ଲିଷ୍ଟ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଉପସ୍ଥାପନ କରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *