ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ସାରା ଦେଶରେ କୋରୋନା ର ନୂଆ ଭ୍ୟାରିଆନ୍ଟ ଓମିକ୍ରନ ତୀବ୍ର ଗତିରେ ବ୍ୟାପିବାରେ ଲାଗିଛି । ଏହା ସହ କୋରୋନା ଭାଇରସ ମଧ୍ୟ ତିବ୍ର ଗତିରେ ବ୍ୟାପିବାରେ ଲାଗିଛି । ସାରା ଦେଶରେ ଦୈନିକ ଅନେକ ଅନେକ ଲୋକ ମାନେ କୋରୋନା ଓ ଓମିକ୍ରନ ରେ ସଂକ୍ରମଣ ହେବାରେ ଲାଗିଛନ୍ତି । ତେବେ ଏ ନେଇ ସାରା ରାଜ୍ୟରେ ପୂର୍ବ ବର୍ଷ ଭଳି ନାଇଟ କର୍ଫ୍ଯୁ ଜାରି ହୋଇଛି ।
ଏହା ସହ ବିବାହ ସମାରୋହ, ଧାର୍ମିକ କାର୍ଯ୍ୟ ଅନୁଷ୍ଠାନ, ପିକନିକ, ମେଳା ଆସି ବନ୍ଦ କରା ଯାଇଛି । ତେବେ ଜାନୁଆରୀ ଆମସ ଆରମ୍ଭରୁ ଏହି ସବୁ କୋରୋନା କଟକଣା ଲାଗୁ ହୋଇଥିଲା । ତେବେ ବର୍ତ୍ତମାନ ଫେବୃଆରି ମାସ ଆରମ୍ଭ ହେବାକୁ ଆଉ କିଛି ଦିନ ରହିଛି । ତେବେ ସୂଚନା ଯୋଗ୍ୟ କି ଫେବୃଆରି ୨୮ ତାରିଖ ଯାଏଁ ପୂର୍ବ ଭଳି କଟକଣା ବୃଦ୍ଧି ଅବଧି ବୃଦ୍ଧି କରା ଯାଇଛି ।
ଦେଶରେ କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ସଂକ୍ରମଣ ସ୍ଥିତିକୁ ଦେଖି କେନ୍ଦ୍ର ସରକାରଙ୍କ ପକ୍ଷ ରୁ ଏହି ନିସ୍ପତି ନିଆ ଯାଇଛି । ଏଣିକି ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି କରି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା । ଦେଶରେ ୩୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ୪୦୭ ଜିଲ୍ଲାରେ ପେଜିଟିଭ ରେଞ୍ଜ ୧୦ ପ୍ରତିଶତ ଉପରେ ରହିଛି ।
ଏହାକୁ ଦ୍ରୁଷ୍ଟି ଆଗରେ ରଖି କଟକଣା ବଢା ଯାଇଥିବା ବେଳେ ରାଜ୍ୟ ରେ କୋରୋନା କଟକଣାକୁ କଡାକଡି କରିବା ପାଇଁ ନିର୍ଦେଶ ଦିଆ ଯାଇଛି । ସେହିଭଳି ପରିସ୍ଥିତି ଦେଖି କଣ୍ଟେନମେଣ୍ଟ ଜୋନ ଘୋଷଣା ଓ ପ୍ରତ୍ୟାହତ ସ୍ଥିତି ରହିଛି । ଅନ୍ୟ କ୍ଷେତ୍ର ରେ ଟେଷ୍ଟ, ଟ୍ରାକ, ଟୀକା ଓ କୋଭିଡ଼ ନିୟମକୁ ପଲାଣ କରିବା ପାଇଁ ଗୁରୁତ୍ଵ ଦେବାକୁ ସବୁ ରାଜ୍ୟ ଗୁଡିକୁ ପରାମର୍ଶ ଦିଆ ଯାଇଛି ।
ତେବେ ପୁରା ରାଜ୍ୟ ରେ ପୂର୍ବ ଭଳି ନାଇଟ କର୍ଫ୍ଯୁ ବଳ ବତ୍ତର ରହିବା ସହ ବୁଲିବା ସ୍ଥାନ ବା ପିକନିକ ସ୍ପଟ, ଧାର୍ମିକ କାର୍ଯ୍ୟ ଅନୁଷ୍ଠାନ, ଯାତ୍ରା ବା ମେଳା ଆସି ସମାରୋହ ବନ୍ଦ ରହିବ । ତେବେ ଲୋକ ମାନେ ଅଧିକେ ସଚେତନ ରହିବା ସହ ପୂର୍ବ ଭଳି ମାସ୍କ, ସାମାଜ୍ୟକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦିଆ ଯାଇଛି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।