ବନ୍ଧୁଗଣ ପ୍ରେମର କିଛି ଭାଷା ନାହି କି ପେରମ କରିବା ପାଇଁ ନିର୍ଦିଷ୍ଟ ଭାଷାର ଲୋଡା ଦରକାର ନାହି । ପ୍ରେମ ହେଉ ହେଉ ହୋଇଯାଏ ଆଉ ମନ ମିଶୁ ମିଶୁ ମିସିଯାଏ । ବିଦେଶିନୀ ଇସାବେଲଙ୍କ ଭାଷା ନୁହେଁ ବରଂ ଇସାରା ବୁଝି ପ୍ରେମ ପଡିଲେ ଅଶୋକ । ପ୍ରଥମ ଦେଖାରେ ଦିଲ୍ଲୀରେ ଦୁହେଁ ପରସ୍ପରକୁ ମନ ଦିଆନିଆ ହେଲେ । ଆଉ ପରେ ଦୁହେଁ ସାତ ଜନ୍ମ ପାଇଁ ସାଥି ହୋଇ ବିବାହ ବନ୍ଧନରେ ଆବଦ୍ଧ ହୋଇଗଲେ ।
ଦୀର୍ଘ ୭ ବର୍ଷ ପୂର୍ବରୁ ଦୁହିଙ୍କର ପ୍ରେମର ମୂଳଦୁଆ ଦିଲ୍ଲୀରୁ ଆରମ୍ଭ ହୋଇଥିଲା । ଆଉ ତା ପରେ ଓଡିଆ ପୁଅର ପ୍ରେମରେ ପଡିଲେ ବିଦେଶିନୀ । ଅଶୋକ ଦିଲ୍ଲୀରେ ରହି ହୋଟେଲରେ କାମ କରୁଥିଲେ । ତାଙ୍କର ପରିବାର କହିଲେ କେହି ନାହି । ଦିନେ ଇସ୍ରାବେଲ ସଡକ ଦୁର୍ଘଟଣାରେ ଆହତ ହୋଇଥିଲେ । ସେହି ସମୟରେ ତାଙ୍କର ସେବା ଯତ୍ନ କରିଥିଲେ ଅଶୋକ ।
ସେହି ଦିନ ଠାରୁ ଅଶୋକଙ୍କ ପ୍ରେମରେ ପଡିଥିଲେ ଇସାବେଲ । ଆଉ ବିଦେଶିନୀ ଇସାବେଲଙ୍କ ଠିକଣା ପାଲଟିଗଲା ଅଶୋକଙ୍କ ପ୍ରେମର ପକ୍କା ଘର । ଅଶୋକଙ୍କ ସହ ବିବାହ କରିବା ପରେ ଇସାବେଲ ଓଡିଆ ରୀତିନୀତି ଆପଣେଇ ସ୍ଵାମୀଙ୍କ ସହ ସଂସାର ଘଡିଥିଲେ । ଭାରତୀୟ ବୋହୁ ଭାବେ ବିଦେଶିନୀ ଜଣକ ସାଧା ସିଧା ପୋଷାକ ପିନ୍ଧିବାକୁ ପସନ୍ଦ କରୁଥିବା ବେଳେ ହାତରେ ଶଙ୍ଖା ଓ ମଥାରେ ସିନ୍ଦୁର ପାଦରେ ପାଉଁଜି ସହ ପିନ୍ଧୁଛନ୍ତି ଝୁଣ୍ଟିଆ ।
ପ୍ରଭୁ ଜଗନ୍ନାଥଙ୍କ ଭକ୍ତ ହେବା ସହ ତାଙ୍କର ଆରାଧନା କରୁଥିବା ବିଦେଶିନୀ ଇସାବେଲ ଶ୍ରୀକ୍ଷେତ୍ର କୁ ନିଜର ପ୍ରିୟା ସ୍ଥାନ ଭାବୁ ଥିବାରୁ ପୁରୀରେ ଘର କରି ରହିଛନ୍ତି । ଓଡିଆ ବୋହୁଙ୍କା ଭଳି ନୀତିଦିନ ବିଦେଶିନୀ ଜଣକ ବାଡିରୁ ଫୁଲ ଓ ତୁଳସୀ ପାତ୍ର ତୋଳି ଭଗବାନଙ୍କୁ ପୂଜା ଅର୍ଚ୍ଚାନ କରିଥାନ୍ତି । ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ସହ ଇସାବେଲ ଓଡିଆ ସଂସ୍କୃତି ଓ ପରମ୍ପରାକୁ ବୁଝିବାକୁ ଚେଷ୍ଟା କରୁଛନ୍ତି ।
ଦୁହିଙ୍କର କୌଣସି ସନ୍ତାନ ନ ଥିବାରୁ ଦୁହେଁ ପଶୁ ମାନଙ୍କୁ ସ୍ନେହ କରିଥାନ୍ତି । କୁକୁର ବିଲେଇଙ୍କୁ ପିଲା ଭଳି ପାଳନ କରିଥିବା ଏହି ବିଦେଶନୀ ସକାଳ ହେବା ମାତ୍ରେ ନିଜ ପାଇଁ କିଛି କରନ୍ତୁ ବା ନ କରନ୍ତୁ କୁକୁରଙ୍କ ପାଇଁ ଖାଦ୍ୟ ତିଆରି କରନ୍ତି । ଆଉ ସହରର ଗାଳି କାନ୍ଦି ବୁଲି ସେମାନଙ୍କୁ ଖାଇବାକୁ ଦିଅନ୍ତି ଇସାବେଲ । ଇସାବେଲ ପଶୁ ମାନଙ୍କର ସେବା କରି ଖୁସି ଅନୁଭବ କରିଥାନ୍ତି ।
କେବେ ବି ପଶୁ ମାନଙ୍କ ପ୍ରତି ହେଳା କରନ୍ତି ନାହି । ତେବେ ପୁରୀରେ ଦୀର୍ଘ ବର୍ଷ ହେବ ରହି ଆସୁଥିବା ବିଦେଶିନୀ ଇସାବେଲ ଚଳିତ ନିର୍ବାଚନରେ ପ୍ରଚାର କରି ଚର୍ଚ୍ଚା କୁ ଆସିଥିବା ବେଳେ ଏବେ ଭ୍ୟାଲେନ୍ଟାଇନ ଡେ ରେ ସାମନାକୁ ଆସିଛି ଅଶୋକ ଓ ତାଙ୍କର ପ୍ରେମ କାହାଣୀ । ତେବେ ଦୁଇ ଦମ୍ପତି ବେଶ ଖିସିରେ ନିଜର ସମୟ ଅତିବାହିତ କରୁଥିବା କଥା କହିଛନ୍ତି ଅଶୋକ ।
ବନ୍ଧୁଗଣ ଆପଣଙ୍କର ବିଦେଶିନୀ ଓ ଓଡିଆ ପୁଅର ପ୍ରେମ ସମୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।