ଗାଡି ଚାଳକଙ୍କ ପାଇଁ ଖୁସି ଖବର! ଏବେ ପେଟ୍ରୋଲ ଡିଜେଲ ମହଙ୍ଗା ଦରରୁ ମିଳିବ ମୁକ୍ତି… ଜାଣନ୍ତୁ କେମିତି

ନମସ୍କାର ବନ୍ଧୁଗଣ । ଗାଡି ଚାଳକଙ୍କ ଆସିଛି ବଡ ଖୁସି ଖବର । ବର୍ତ୍ତମାନ ଆମ ଦେଶରେ ଯେପରି ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି ତାହା ଆକାଶ ଛୁଆଁ ହୋଇଛି । କିଛି ରାଜ୍ୟରେ ପେଟ୍ରୋଲ ଦର ୧୧୬ ଟଙ୍କା ଦରରେ ପହଞ୍ଚିଲାଣି । ଏ ନେଇ ଗାଡି ଚାଳକ ମାନେ ଚି-ନ୍ତାରେ ଥିବା ବେଳେ ଆସିଛି ଆଶ୍ବସ୍ତିକର ଖବର । ଦେଶରେ ପେଟ୍ରୋଲ ଓ ଡିଜେଲ ଦରକୁ ନିୟନ୍ତ୍ରଣ ଅକରିବା ପାଇଁ ନୂଆ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ବହୁତ ଜଲ୍ଦି ବଜାରକୁ ଆସିପାରେ ଫ୍ଲେକ୍ଶଫ୍ୟୁଲ । ତେବେ ଏହି ଫ୍ଲେକ୍ଶଫ୍ୟୁଲ କଣ ଓ ଏହା ଦ୍ଵାରା ଗାଡି ଚାଳକ ମାନେ କିପରି ଲାଭବାନ ହେବେ ଆସନ୍ତୁ ଜାଣିବା ।

ଆପଣ ମାନେ ନିଜ କାରକୁ ଫ୍ଲେକ୍ଶଫ୍ଲ୍ଯୁ ଜରିଆରେ ଇଥାନରେ ଥିବା ମିଶ୍ରିତ ଇନ୍ଧନରେ ଚଳାଇ ପାରିବେ । ଏହା ଗ୍ୟାସୋନୀଲ ଓ ମିଥାନୋଲ ଓ ଇଥାନଲର ମିଶ୍ରଣ ରୁ ପ୍ରସ୍ତୁତ ଏକ ବିକଳ୍ପ ଇନ୍ଧନ । ଫ୍ଲେକ୍ଶ ଇଞ୍ଜିନ ମୂଳ ରୂପରେ ରହିଛି ଏକ ମାନକ ପେଟ୍ରୋଲ ଇଞ୍ଜିନ । ଯେଉଁଠାରେ କିଛି ଅତିରିକ୍ତ ଉପାଦାନ ଅଛି ଯାହା ଗୋଟିଏରୁ ଅଧିକ ଇନ୍ଧନ କିମ୍ବା ମିଶ୍ରଣ ରେ ଚାଲିଥାଏ । ତେଣୁ ଇଫି ଇଞ୍ଜିନ ତୁଳନାରେ ଫ୍ଲେକ୍ଶ ଇଞ୍ଜିନ କମ ମୂଲ୍ୟରେ ଉତପାଦିତ ହୋଇଥାଏ । ଏହା ଉପରେ ସରକାର କାର୍ଯ୍ୟ କରୁଛନ୍ତି ।

ଜାତୀୟ ଗଣ ମାଧ୍ୟମରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଆଗାମୀ ୬ ମାସ ମଧ୍ୟରେ ଫ୍ଲେକ୍ଶଫ୍ୟୁଲ ଇଞ୍ଜିନକୁ ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି ସରକାର । କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ କରକରିଙ୍କ କହିବା ଅନୁଯାୟୀ ସବୁ ପ୍ରକାରର ଗାଡି ପାଇଁ ଏହି ଇଜିନ ପ୍ରସ୍ତୁତ କରାଯିବ । ଏହା ସହ ସବୁ ଗାଡିରେ ଏହି ଇଞ୍ଜିନ ଲଗାଇବାକୁ ସମସ୍ତ ଅଟୋ କମ୍ପାନୀ ଗୁଡିକୁ ନିର୍ଦେଶ ଦିଆଯାଇବ । ଯଦି ଏହି ଯୋଜନା କାର୍ୟ୍ଯକାରୀ ହୁଏ ତେବେ ଗାଡି ଚାଳକ ମାନେ ଶସ୍ତା ରେ ଗାଡି ଚଳାଇ ପାରିବେ ।

ପେଟ୍ରୋଲ ଡିଜେଲ ପରି ଇଥାନ ଅଏଲରେ ମଧ୍ୟ ଗାଡି ଚଲାଇ ହେବ । ଏହା ସହ ଇଥାନ ଅଏଲର ଦର ଲିଟର ପ୍ରତି ୬୫ରୁ ୭୦ ଟଙ୍କା ଅଟେ । ବର୍ତ୍ତମାନ ଗାଡିରେ ଯେଉଁ ଇଞ୍ଜିନ ଲାଗୁଛି ତାହା ତହରୁ ଫ୍ଲେକ୍ଶଫ୍ୟୁଲ ଇଞ୍ଜିନ ସଂପୂର୍ଣ୍ଣ ଭାବେ ଅଲଗା । ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ପାଇଁ ଅଲଗା ଲଗା ଟାଙ୍କି ରହିଛି । କିନ୍ତୁ ଫ୍ଲେକ୍ଶଫ୍ୟୁଲ ଇଞ୍ଜିନରେ ଆପଣ ମାନେ ଅନେକ ପ୍ରକାର ର ଫ୍ୟୁଲ ପକାଇ ପାରିବେ । ଏଭଳି ଇଞ୍ଜିନ କି ସ୍ଵତନ୍ତ୍ର ଭାବେ ଡିଜାଇନ କରାଯାଏ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *