ସିଲ ଫିଟ ଯାଉଛି ଦୁଆର ମୁହଁ ରେ କାନ୍ଦ ବୋବାଳି ପଡୁଛି । ଆଉ ଡବା କୁ ଘେରି ରହିଛନ୍ତି ପରିବାର ସହ ଆତ୍ମୀୟ ସ୍ଵଜନ ଓ ଗାଁ ଲୋକେ । କାନ୍ଦ ବୋବାଳିର ଶବ୍ଦ ଶୁଣିବା ପରେ ଦର୍ଶକ ବନ୍ଧୁ ଆପଣ ବି ଜାଣି ପାରୁଥିବେ କାହାରି ଜଣଙ୍କର ମୃତ୍ୟୁ ହୋଇଛି । ହଁ ଦର୍ଶକ ବନ୍ଧୁ ଭେଣ୍ଡିଆ ପୁଅ ଦୁବାଇ ଯାଇଥିଲେ କାମ ଧନ୍ଦା କରିବାକୁ । ଟଙ୍କା ରୋଜଗାର କରିବାକୁ । ହେଲେ ବିଦେଶରେ ଯେବେ ପ୍ରାଣ ଚାଲିଗଲା ଆଉ ଗାଁ କୁ ଯେବେ ଶବ ପହଞ୍ଚିଲା ଏ ତା ପର ର ଦ୍ରୁଶ୍ଯ । ରାମ ରାମ ସତ୍ୟ ହେବ ହଋ ନାମ ସତ୍ୟ ହେ ଶୁଭୁଛି ପୁଆ ଗାଁ ରେ ।
ଭେଣ୍ଡିଆ ପୁଅ ମସାଣି ଯାଉଛି । ଯେଉଁ ପୁଅ ଦିନେ ଘରକୁ ଫେରିବା ପରେ ପୁରା ପରିବାର ଖୁସି ରେ ଗଦ ଗଦ ହେଉଥିଲା ଆଜି ସେହି ପୁଅ ଫେରିଛି ସତ କିନ୍ତୁ ପୁଅକୁ ଦେଖିବା ପରେ ହସୁ ନାହି ପରିବାର ବରଂ ରାହା ଛାଡି କାନ୍ଦୁଛି ବାହୁନି ବାହୁନି କାନ୍ଦୁଛି ପୁରା ପରିବାର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ଥାନା ର ବରପଦା ଗାଁ ର ମାଧବ ବେହରା ଙ୍କ ପୁଅ ନାରାୟଣ ବେହେରା । ଦୀର୍ଘ ୧୫ ବର୍ଷ ହେବ ଦୁବାଇ ରେ ଏକ ଘରୋଇ କମ୍ପାନୀ ରେ ସେ କାମ କରୁଥିଲେ ।
ହେଲେ ଗତ ୩ ତାରିଖରେ କୌଣସି କାରଣ ବଶତ ନାରାୟଣ ଙ୍କର ଦେହାନ୍ତ ହୋଇଥିଲା । ନାରାୟଣ ଙ୍କ ପରଲୋକ ହେବା ପରେ ତାଙ୍କ ଭାଇ ଜଣାଇ ଥିଲେ । ଆଉ ପୁଅର ମୃତ୍ୟୁ ଖବର ପାଇବା ପରେ ପରିବାର ରେ ଖେଳି ଯାଇଥିଲା ଶୋକର ଛାୟା । ହେଲେ ପୁଅକୁ ଶେଷ ଥର ଦେଖିବା ଆଗି ବାପା ଚାହିଁ ଥିଲେ । ଏ ନେଇ ପୂର୍ବ ବିଧାୟକ ପ୍ରକାଶ ବେହେରା ଙ୍କ ଜରିଆରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଙ୍କ ହସ୍ତକ୍ଷେପ ଲୋଡି ଥିଲେ ।
ଆଉ ଶ୍ରୀ ପଣ୍ଡା ଙ୍କ ଉଦ୍ୟମ ରେ ଓଡିଆ ମୃତ ଯୁବକ ନାରାୟଣ ବେହେରା ଙ୍କ ମର ଶରୀର ଓଡିଶାରେ ଅହଞ୍ଚିଛି । ତେବେ ନାରାୟଣ ଙ୍କ ମର ଶରୀର ଘରେ ପହଞ୍ଚିବା ପରେ ଭେଣ୍ଡିଆ ପୁଅ କୁ ହରାଇ କାନ୍ଦି ଥିଲେ ପରିବାର ଓ ଆତ୍ମୀୟ ସ୍ଵଜନ । ତେବେ ନାରାୟଣ ଙ୍କର ଗାଁ ମାସନୀ ରେ ଶେଷକୃତ୍ୟ ହୋଇଛି । ହେଲେ ଯୁବା ପୁଅର ମୃତ୍ୟୁ କୁ ସହଜରେ ଗ୍ରହଣ କରିପାରୁ ନାହି ପୁରା ପରିବାର ।
ତେବେ ନାରାୟଣ ଙ୍କ ମୃତ୍ୟୁ କେଉଁ କାରଣ ପାଇଁ ହୋଇଛି ତାହା କିଛି ସ୍ପଷ୍ଟ ହୋଇ ନାହି । କିନ୍ତୁ ଭେଣ୍ଡି ପୁଅ କୁ ହାରି ଦୁଖରେ ଭାଙ୍ଗି ପଡିଛି ପୁରା ପରିବାର । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।