ଗାଡି ଚାଳକଙ୍କ ପାଇଁ ବଡ ଖବର, ପମ୍ପଚର ମାରିଲେ ଏବେ ଦେବାକୁ ପଡିବ 150 ଟଙ୍କା! କାହିଁକି ଜାଣନ୍ତୁ

ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ସୂଚନା ଅନୁସାରେ ପୁଣି ଥରେ ଖାଉଟିଙ୍କ ଉପରେ ପଡିବାକୁ ଯାଉଛି ମହଙ୍ଗା ମାଡ । ଯଦି ଆପଣଙ୍କ ଗାଡି ପମ୍ପଚର ହୁଏ ତେବେ ଖର୍ଚ୍ଚ କରିବାକୁ ପଡିବ ୧୫୦ ଟଙ୍କା । ଏହି କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ । ପୂର୍ବରୁ ଆପଣ ମାନେ ଗାଡି ପମ୍ପଚର କରିବା ପାଇଁ ୬୦ରୁ ୮୦ଟଙ୍କା ଖର୍ଚ୍ଚ କରୁଥିଲେ । କିନ୍ତୁ ଏବେ ଆଉ ଏହା ଚାଲିବ ନାହିଁ । ଏବେ ଗାଡି ପମ୍ପଚର ସଜାଡିବା ପାଇଁ ଦେବାକୁ ପଡିବ ୧୫୦ ଟଙ୍କା । ଦେଶରେ ସବୁ ଦର ବଢିବା ଯୋଗୁ ପମ୍ପଚର କରିବା ପାଇଁ ଦାମ ବୃଦ୍ଧି କରା ଯାଇଛି ।

ଏହା ବହୁତ ଜଲ୍ଦି ଲାଗୁ ହେବ ବୋଲି ଜାତୀୟ ବ୍ୟବସାୟ ସଂଘ ପକ୍ଷରୁ ସୂଚନା ଦିଆ ଯାଇଛି । ଦୀପାବଳିରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର କମାଇଛନ୍ତି ଯାହାକୁ ନେଇ ଗ୍ରାହକ ମାନେ ଆଶ୍ଵସ୍ତିକର ହୋଇଛନ୍ତି । ଏହା ସହ ଓଡିଶା ସରାକର ତେଲ ଉପରୁ ଭାଟ ହ୍ରାସ କରିଛନ୍ତି । ବର୍ତ୍ତମାନ ସବୁ ଜିନିଷରେ ଦାମ ବଢିବା କାରଣରୁ ଆଗମୟ ଦିନରେ ପମ୍ପଚର ମାରିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି କୁହା ଯାଇଛି । ଯାହାକୁ ନେଇ ଏବେ ଗାଡି ଚାଳକ ଚିନ୍ତା ପ୍ରାକାଶ କରିଛନ୍ତି ।

ଗାଡିର ପାର୍ଟ ଗୁଡିକର ଦର ବୃଦ୍ଧି ପାଇବା ହେତୁ ପମ୍ପଚର ଦର ବୃଦ୍ଧି କରିବା ପାଇଁ ସ୍ଥିର ହୋଇଛି । ତେବେ ମହାସଂଘ ପକ୍ଷରୁ କୁହା ଯାଇଛି ୬ରୁ ୮ମାସ ତଳେ ତେଲର ଦାମ ଯେତିକି ଥିଲା ବର୍ତ୍ତମାନ ତା ତହରୁ ଅଧିକ ରହିଛି । ପେଟ୍ରୋଲ ଦର ୪୦ଟଙ୍କା ବଢିଥିବା ବେଳେ ମାତ୍ର ୧୦ଟଙ୍କା କମିଛି । ପୂର୍ବରୁ ଗାଡି ପମ୍ପଚର ମାରିବା ପାଇଁ ଯେଉଁ ଅଠା ବ୍ୟବହାର କରା ଯାଇଥିଲା ତାହାର ଦାମ ୩୦୦ଟଙ୍କା ଥିବା ବେଳେ ବର୍ତ୍ତମାନ ଅଠାର ଦାମ ୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ଏହି ଅଠା ଗୁଡିକ ୮ ଦିନରେ ସୁଖୀ ଯାଉଛି । ଅନ୍ୟ କ୍ଷେତ୍ରରେ ଟ୍ଯୁ ଟାୟାର ଦର କମ୍ପାନୀ ମାନେ ବଢିବାରେ ଲାଗିଛନ୍ତି ।

ଏହି ସବୁକୁ ଦ୍ରୁଷ୍ଟିରେ ରଖି ପମ୍ପଚର ଦାମ ବୃଦ୍ଧି କରା ଯାଇଛି । ଜାତୀୟ ସ୍ତରର ଜଣେ ଅଟୋ ମୋବାଇଲ ଅପରେଟର ମୁଲାକରାଜ ଶର୍ମା କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେତୁ ପରିବହନ ବୃଦ୍ଧି ପାଇବାରେ ଲାଗିଛି । ଅତିରିକ୍ତ ଅଂଶ ୩୦ରୁ ୪୦ ପ୍ରତିଶତ ବୃଦ୍ଧି ପାଇଛି । ଟିକସରେ ମଧ୍ୟ ୩୦ରୁ ୪୦ ପ୍ରତିଶତ ବୃଦ୍ଧି ପାଇବାରେ ଲାଗିଛି । କେବଳ ଏତିକି ନୁହେଁ ଯଦି ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ନ ପାଏ ତେବେ ପମ୍ପଚର ଦର ବୃଦ୍ଧି ପାଇବା ସହ ଅନ୍ୟାନ୍ୟ ଜିନିଷ ଗୁଡିକର ଦର ଭୟଙ୍କର ମାତ୍ରା ରେ ବୃଦ୍ଧି ପାଇବାରେ ଲାଗିବ ।

ବନ୍ଧୁଗଣ ଆପଣଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *