ବନ୍ଧୁଗଣ ଗର୍ଭବତୀ ମହିଳା ମାନଙ୍କ ପାଇଁ ରହିଛି କିଛି ଚେତାବନୀ । ତାହା ପୁଣି ଖାଦ୍ୟ ଉପରେ । ଯଦି ଗର୍ଭବତୀ ମହିଳା ମାନେ ଏହି ସବୁ ଖାଦ୍ୟ ଖାଇବେ ତେବେ ହୋଇପାରେ ତାଙ୍କ ଗର୍ଭ ନଷ୍ଟ ହୋଇପାରେ । ତେବେ ଗର୍ଭବତୀ ମହିଳା ମାନେ ସାବଧାନ ରହିବା ଉଚିତ ନଚେତ ଭୋଗିବାକୁ ପଡିପାରେ ଭୟଙ୍କର ପରିମାଣ । ଗର୍ଭ ଅବସ୍ଥାରେ ଖାଇବା ପିଇବା ଠାରୁ ବସିବା ଓ ଉଠିବ ଯାଏଁ ଅନେକ ଯତ୍ନ ନେବାକୁ ପଡିଥାଏ । ବିଶେଷ କରି ପ୍ରଥମ ୩ ମାସ ଓ ଶେଷ ୩ ମାସରେ ଅଧିକ ସତର୍କ ରହିବା ଉଚିତ ।
କାରଣ ଏହି ମାସରେ ମିସକ୍ୟାରେଜ ହେବାର ସମ୍ଭାବନା ଅଧିକ ରହିଥାଏ । ଗର୍ଭ ଅବସ୍ଥାରେ କିଛି ଖାଦ୍ଯ ଦ୍ଵାରା ଜନ୍ମିତ ଶିଶୁ ପାଇଁ ଅନେକ କ୍ଷତି ହୋଇଥାଏ । ଯଦି ଗର୍ଭ ଧାରଣ ସମୟରେ ଏହି ଜିନିଷ ସବୁକୁ ଏଡାଇ ଦିଆଯାଏ ତେବେ ଭଲ ହେବ । କିନ୍ତୁ ଯଦି ଏମିତି ନ ହୁଏ ତେବେ ଅବସ୍ଥା ଖରାପ ହୋଇପାରେ । ତେବେ ସେହି ସବୁ ଖାଦ୍ଯ ଗୁଡିକ ହେଉଛି-
୧- କଫି : ଯଦି ଗର୍ଭବତୀ ମହିଳା କଫି ସେବନ କରିଥାନ୍ତି ବହୁତ ହାଲକା ଅନୁଭବ କରିଥାନ୍ତି । କିନ୍ତୁ ଗର୍ଭ ଅବସ୍ଥାରେ ଏହା ସେବନ କରିବା ଠିକ ନୁହେଁ । କାରଣ ଏହି ସମୟରେ ମହିଳାଙ୍କର ସାଧାରଣ ରକ୍ତଚାପ ଉଚ୍ଚ ରହିଥାଏ । ଏଭଳି ସ୍ଥିତିରେ କଫି ପିଇବା ଠାରୁ ଦୂରେଇ ରୁହନ୍ତୁ ।
୨- ଅମୃତଭଣ୍ଡା : ଯଦି ଗର୍ଭବତୀ ମହିଳା ପ୍ରେଗନେଣ୍ଟ ସମୟରେ ଅମୃତଭଣ୍ଡା ଖାଇଥାନ୍ତି ତେବେ ମିସ କ୍ୟାରେଜ ହେବାର ସମ୍ଭାବନା ଅଧିକ ରହିଥାଏ । ଏହାର ଚୋପା ଓ ମଞ୍ଜି ଗର୍ଭସ୍ଥ ଶିଶୁ ପାଇଁ କ୍ଷତିକାରକ ହୋଇଥାଏ । ଏହାର ପ୍ରଭାବରେ ଗରମ ହେବ ସହ ଏଥିରେ ଲ୍ୟାଟେକ୍ସ ର ପରିଣାମ ବହୁତ ଅଧିକ ହୋଇଥାଏ । ଯେଉଁ କାରଣରୁ ଗର୍ଭାଶୟ ଛୋଟ ହୋଇଯାଏ । ଯାହା ଶିଶୁ ପାଇଁ ବିପଦଜନକ ହୋଇପାରେ ।
୩- ଗୁଡ : ଗର୍ଭବତୀ ମହିଳା ମାନେ ଗର୍ଭବତୀ ହେବାର ପ୍ରଥମ ୩ ମାସ ଓ ଶେଷ ୩ ମାସ ଗୁଡ ଖାଇବା ଠାରୁ ଦୂରେଇ ରହିବା ଉଚିତ । କାରଣ ଗୁଡ ବହୁତ ଗରମ ହୋଇଥାଏ । ଆଦି ଶରୀରରେ ଏହା ଅଧିକ ପରିମାଣରେ ରହିଥାଏ ତେବେ ଗର୍ଭ ନଷ୍ଟ ହେବାର କାରଣ ହୋଇଥାଏ ।
୪- ସାଲାଟ : ଗର୍ଭବତୀ ମହିଳା ମାନେ କଞ୍ଚା ପତ୍ର କୁ ସାଲାଟ କରି ଖାଇବା ଠାରୁ ଦୂରେଇ ରହିବା ଉଚିତ । କାରଣ ଏଥିରେ ଥିବା ଅଦୃଶ୍ୟ କୀଟ ଆପଣଙ୍କ ଜନ୍ମିତ ଶିଶୁ ପାଇଁ କ୍ଷତିକାରକ ହୋଇପାରେ । ଯଦି ଗର୍ଭ ଅବସ୍ଥା ସମୟରେ ଆପଣ ଏହି ସବୁ ଜିନିଷ ଠାରୁ ଦୂରେଇ ନ ରହିବେ ତେବେ ଭୟଙ୍କର ପରିଣାମ ଭୋଗିବାକୁ ପଡିପାରେ । ଗର୍ଭ ଅବସ୍ଥାରେ ଯାହା ବି ମହିଳା ମାନେ ଖାଇବେ ଡାକ୍ତର ଙ୍କ ପରାମର୍ଶ ନେଇ ଖାଇବା ଉଚିତ । ତେଣୁ ଆପଣ ମାନେ ବି ଏହି ସବୁ କଥା ପ୍ରତି ବିଶେଷ ଭାବେ ଧ୍ୟାନ ଦେବା ଉଚିତ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ହେଲଥ ଟିପ୍ସଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।