ବାସ୍ତୁ ଶାସ୍ତ୍ର ର ଆମ ଜୀବନରେ ବିଶେଷ ମହତ୍ଵ ରହିଛି । କାରଣ ଯଦି ଘରର ବାସ୍ତୁ ଦୋଷ ଭୁଲ ରହିଥାଏ ତେବେ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ । ଯାହା ଦ୍ଵାରା ବ୍ୟକ୍ତି ଜୀବନରେ ଅନେକ କ୍ଷତି ହେବା ସହ ଧନ ହାନି, ସ୍ୱାସ୍ଥ୍ୟ ଜନିତ ସମସ୍ୟା ଆଦି ଅନେକ ଦେଖା ଯାଇଥାଏ । ତେଣୁ ନୂଆ ଘର ନିର୍ମାଣ କରିବା ପୂର୍ବ ରୁ ବାସ୍ତୁର ଠିକ ଭାବେ ଅନୁଧ୍ୟାନ କରିବା ଉଚିତ । ଆମ ଜୀବନରେ ଏମିତି କିଛି ଘଟଣା ଘଟିଥାଏ ଯାହା ବାସ୍ତୁ ଦୋଷ ଯୋଗୁ ହୋଇଥାଏ ।
ଏହା ସହ ଘରେ ଏମିତି କିଛି ଜୀବଜନ୍ତୁ ବା ବସ୍ତୁ ଦେଖା ଯାଇଥାନ୍ତି ଯାହା ଆମକୁ ଶୁଭ ଓ ଅଶୁଭ ସଂକେତ ଦେଇଥାନ୍ତି । ବାସ୍ତୁ ଅନୁସାରେ ଘରେ ଯଦି ଏମିତି କିଛି ଦେଖାଯାଏ ଯାହାକୁ ଶୁଭ ସଂକେତ ବୋଲି ମାନାଯାଏ ନାହି । ସେଥିପାଇଁ ସମୟ ଆଗରୁ ଏହି ସବୁ ସଂକେତ ଗୁଡିକ ବିଷୟରେ ଜାଣି ସତରକ ରହିବା ଉଚିତ । ତେବେ ଆସନ୍ତୁ ଜାଣିବା ସେହି ସଂକେତ ଗୁଡିକ ବିଷୟରେ ସଂପୂର୍ଣ୍ଣ ବିବରଣୀ ।
୧- ବାସ୍ତୁ ଅନୁସାରେ ଯଦି ଘରେ କଳା ମୂଷାର ସଂଖ୍ୟା ଅଧିକ ଦେଖାଯାଏ ତେବେ ଆପଣଙ୍କୁ ଏହି ପ୍ରକାରର ସଂକେତ ଦେଇଥାଏ କି ଆପଣଙ୍କ ଘରେ କୌଣସି ବଡ କ୍ଷତି ହେବାକୁ ଯାଉଛି । ତେଣୁ ଯଦି ଘରେ ମୂଷା ଦେଖାଅଯାଉଛି ତେବେ ତୁରନ୍ତ ତାକୁ ଘଉଡାଇ ଦିଅନ୍ତୁ । ନଚେତ ଅନେକ କ୍ଷତି ହୋଇପାରେ ।
୨- ଯଦି ଆପଣଙ୍କ ଘର କବାଟ ବା ଆଲମାରି ରେ ପୋକ ଲାଗି ଯାଇଛି ବା ଆପଣଙ୍କ ଘରେ ମହୁମାଛି ବସା ବାନ୍ଧିଛି ତେବେ ଏହା ଶୁଭ ସଂକେତ ହୋଇ ନ ଥାଏ । ଏପରି ହେବା ଦ୍ଵାରା ଘରର ସଦସ୍ଯଙ୍କୁ ଅନେକ ପ୍ରକାର ର ସମସ୍ୟାର ସାମନା କରିବାକୁ ପଡିଥାଏ । ତେଣୁ ଘରେ ମହୁମାଛି ବସା ବା ପୋକ ଲାଗିବାକୁ ଦିଅନ୍ତୁ ନାହି । ସର୍ବଦା ଘରକୁ ସଫା ସୁତୁରା ରଖନ୍ତୁ ।
୩- ବାସ୍ତୁ ଅନୁସାରେ ଯଦି ଘରକୁ କଳା ପିମ୍ପୁଡି ଆସନ୍ତି ତେବେ ଘରକୁ ସୁଖ ସମୃଦ୍ଧି ଆସିଥାଏ । କିନ୍ତୁ ଯଦି ଘରକୁ ନାଲି ପିମ୍ପୁଡି ଆସନ୍ତି ତେବେ କୌଣସି ହାନି ବା କ୍ଷତି ହେବାର ସୂଚନା ମିଳିଥାଏ । ତେଣୁ ଘରେ ନାଲି ପିମ୍ପୁଡି ଦେଖାଗଲେ ଆପଣ ତୁରନ୍ତ ସତର୍କ ହୋଇ ଯାଆନ୍ତୁ ।
୪- ବାସ୍ତୁ ଶାସ୍ତ୍ର ଅନୁସାରେ ଉତ୍ତର ଦିଗକୁ ଶୁଭ ମାନାଯାଏ । ମାନ୍ୟତା ରହିଛି କି ଘରର ଉତ୍ତର ଦିଗ ଯଦି ସଫା ସୁତୁରା ରହିଛି ତେବେ ଘରକୁ ଧନର ଆଗମନ ହୋଇଥାଏ । ଏହା ସହ ଘରର ଉନ୍ନତି ମଧ୍ୟ ହୋଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।