ଘର ଦେଲେନି ବୋଲି ଜିଦ୍ ରେ ହେଲେ ସରପଞ୍ଚ, ସମ୍ପୁର୍ଣ୍ଣ ଘଟଣା ଜାଣି ବିଶ୍ଵାସ ହେବନି… ଦେଖନ୍ତୁ Video କଣ କହୁଛନ୍ତି ମହିଳା ଜଣଙ୍କ

ଘର ପାଇଁ ଲଢେଇ କରିଥିଲେ ବର୍ଷ ବର୍ଷ ଧରି । ମାତ୍ର ମିଳି ନଥିଲା ତାଙ୍କୁ ଘର । କେନ୍ଦୁଝର ସଦର ବ୍ଲକ ପଦ୍ମପୁର ପଞ୍ଚାୟତର ଦେବଶ୍ରୀ ନାୟକ । ସ୍ଵାମୀ ଦେବାକାନ୍ତ ପାତ୍ର, ଶ୍ଵଶୁର ଈଶ୍ଵରୀ ପାତ୍ର, ସାସୁ ଯାତ୍ରୀ ପାତ୍ର ଙ୍କ ସହିତ ଦୁଇ ଝିଅଙ୍କୁ ଚଳନ୍ତି । ସ୍ଵାମୀ ଅଟୋ ଚଳାଇ ଘରକୁ ଯାହା ଆଣନ୍ତି ତାହା ଘରକୁ ଅଣ୍ଟେନି । ଘର ପାଇଁ ତାଙ୍କ ଶ୍ଵଶୁର ଦଶ ବର୍ଷ ଯାଏ ଗୁହାରି କରିଥିଲେ । ଏହା ପରେ ସେ ମଧ୍ୟ ପାଞ୍ଚ ବର୍ଷ ଯାଏ ନିଜର ଏକ ଚାଲ କୁଡିଆ ପାଇଁ ଅନୁଗ୍ରହ କରିଥିଲେ ।

ଅନେକ କାକୁତି ମିନତୀ ପରେ ମଧ୍ୟ କେହି ଶୁଣି ନଥିଲେ ତାଙ୍କ ଗୁହାରି । ସରପଞ୍ଚ ଠାରୁ ଆରମ୍ଭ କରି ଅନ୍ଯାନ୍ଯ ସରକାରୀ କର୍ମଚାରୀ ମାନେ ଦୁର୍ନୀତି ରେ ଲିପ୍ତ । ସବୁ ପଡିଛନ୍ତି ଭେଡିଆ ଭଳି ପଇସା ପାଇଁ । ମାତ୍ର ଦେବଶ୍ରୀ କହିଛନ୍ତି ଯେଉଁ ପରିବାର ସାମାନ୍ଯ ପେଟ ପୋଷିବା ପାଇଁ ଏତେ କଷ୍ଟ କରୁଛି ସେ କେଉଁ ଠାରୁ ଘର କରିବା ।

ଆର୍ଥିକ ସାହାଜ୍ଯ ଦେବା ଭଳି ଲୋକମଧ୍ୟ କେହି ନାହାଁନ୍ତି । ତାଙ୍କ ଆକ୍ଷାର ଲୁହ ତାଙ୍କ ଆଖିରେ ରହୁଛି । ଘର ଜଣେ ବ୍ଯକ୍ତିର ସବୁ କିଛି ହୋଇ ଥାଏ ଯଦି ତାହା ନାହିଁ ତେବେ ସେ କେଉଁ ଭଳି ଭାବେ ଜୀବନ ଜାପାନ କରିବ । ଏହି ଭଳି ଜୀବନ ଠାରୁ ଯାଯାବବାର ଜୀବନ ଜାପାନ ମଧ୍ୟ ଭଲ ।

ତେବେ ଦେବଶ୍ରୀ ଙ୍କ ପରିବାରର ଅହରହ ଚେଷ୍ଟା ଦେଖିକି ସେହି ଗ୍ରାମର ଲୋକମାନେ ଏବେ ଦେବଶ୍ରୀ ଙ୍କୁ ପଞ୍ଚାୟତ ଇଲେକ୍ସନ ରେ ଠିଆ ହେବା ପାଇଁ ପ୍ରୋସ୍ଛାହିତ କରିଛନ୍ତି । ଦେବଶ୍ରୀ ମଧ୍ୟ ଚାହାଁନ୍ତି କି ସେ ନିଜ ପରିବାର ଭଳି ଆଉ କାହାର ଅସୁବିଧା ହେବା ପାଇଁ ଦେବେନି । ସେ ଏହା ମଧ୍ୟ କହିଛନ୍ତି କି ସେ ନିଜ ପରିବାର ଭଳି ଥିବା ଅନ୍ୟ ପରିବାର ଙ୍କୁ ମଧ୍ୟ ଘର ଦେବେ ।

ସ୍ଥାଇ ଭାବେ ବଞ୍ଚିବାର ସୁଯୋଗ ଦେବେ । ତାଙ୍କ ସ୍ଵାମୀ କହିଛନ୍ତି କି ଦୁର୍ନ୍ନିତି ସବୁ ଆଡେ ଚାଲିଛି । ତାଙ୍କ ଗ୍ରାମରେ ଭଲ ରାସ୍ତା ନାଇ କିମ୍ବା ପିବା ପାଣି ମଧ୍ୟ ଭଲ ନାଇ । ସେ କହିଛନ୍ତି ସରକାର ଏହି ଜାଗର ଉର୍ନତି ପାଇଁ ଅନେକ ଅନୁଦାନ ଦେଇ ଥିଲେ ମାତ୍ର ଏହା ଅକାର୍ଯ୍ୟ କରି ହେଉନି ।

କହିବାର ମାନେ ହେଉଛି କି ସେ କହିଛନ୍ତି କି ଯେଉଁ ମାନେ ଗରିବ ଅଛନ୍ତି ସେମାନେ ବଞ୍ଚିବା ଅସହହୟ ହୋଇ ଯାଇଛି । ଏହା ସହ ତାଙ୍କ ନାମ ଏସସି ରୁ ମଧ୍ୟ କାଟି ଦେଇଛନ୍ତି । ସରକାର ଦେଉଥିବା ପଇସା ଯାହା ପାର୍କ କିମ୍ବା ପୋଖରୀ ପାଇଁ ଆସିଥିଲା।

ସବୁ କୁ ଏହି ପଞ୍ଚାୟତ ର ଲୋକମାନେ ମାରିକି ରାଖୀ ଦେଇଛନ୍ତି କିନ୍ତୁ ଗ୍ରାମର ଉର୍ନତି ନାହିଁ । ସେ କହିଛନ୍ତି ସେ ନିଜ ସ୍ତ୍ରୀ ଙ୍କୁ ଇଲେକ୍ସନ ରେ ଠିଆ କରି ସବୁ କଷ୍ଟ କୁ ଦୂରେଇବେ । ସେ ନିଜ ପାଇଁ ମାଛ ଚିହ୍ନ ବାଛିଛନ୍ତି ନିଜ ଲଢେଇ ପାଇଁ ।

Leave a Reply

Your email address will not be published. Required fields are marked *