ଘରର କେଉଁ ଦିଗ କେଉଁ ରଙ୍ଗ କରିଲେ, ଘରକୁ ମାଡି ଆସିଥାଏ ସୁଖ, ଶାନ୍ତି ଓ ସମୃଦ୍ଧି ! Vastu tips

ବନ୍ଧୁଗଣ ବାସ୍ତୁ ଶାସ୍ତ୍ରରେ ରଙ୍ଗର ବହୁତ ଅଧିକ ମହତ୍ଵ ରହିଛି । ବାସ୍ତୁ ଶାସ୍ତ୍ରର ମୂଳ ଆଧାର ହେଉଛି ପଞ୍ଚତତ୍ଵ । କୌଣସି ଘରକୁ ଠିକ ଭାବେ ରଖିବାକୁ ହେଲେ ତଥା ଘରର ଉନ୍ନତି ଚାହୁଁଥିଲେ । ଘରେ ପଞ୍ଚତତ୍ଵର ସୁବ୍ୟବସ୍ଥା କରାଯିବା ଦରକାର । ଯେଉଁ ଘରେ ପଞ୍ଚତତ୍ଵର ସୁବ୍ୟବସ୍ଥା ଠିକ ଭାବେ ନରହିଥାଏ । ସେହି ଘରେ ରହୁଥିବା ଲୋକଙ୍କର ଉନ୍ନତି ହୋଇପାରିନଥାଏ । ତେଣୁ ବାସ୍ତୁଶାସ୍ତ୍ର ଅନୁଯାଇ ଘରର କେଉଁ ଦିଗକୁ କେଉଁ ରଙ୍ଗ କରିବା ଦରକାର ସେହି ବିଷୟରେ ପ୍ରତ୍ଯେକଟି ବ୍ୟକ୍ତି ଜାଣି ରଖିବାର ଆବଶ୍ୟକତା ରହିଛି ।

ବନ୍ଧୁଗଣ ତେବେ ଘରର କେଉଁ ଦିଗକୁ କେଉଁ ସବୁ ରଙ୍ଗ କରିଲେ ଘରକୁ ସୁଖ, ସମୃଦ୍ଧି ଓ ଉନ୍ନତି ଆସିଥାଏ ଆସନ୍ତୁ ଜାଣିବା । ଜଳ ତତ୍ଵର ରଙ୍ଗ ହେଉଛି ନୀଳ ରଙ୍ଗ । ବାୟୁ ତତ୍ଵର ରଙ୍ଗ ହେଉଛି ସବୁଜ ରଙ୍ଗ । ଅଗ୍ନୀ ତତ୍ଵର ରଙ୍ଗ ହେଉଛି ନାଲି ରଙ୍ଗ । ପୃଥିବୀ ତତ୍ଵର ରଙ୍ଗ ହେଉଛି ହଳଦିଆ ରଙ୍ଗ । ଏହି ସବୁ ତତ୍ଵ ଅନୁସାରେ ଯେଉଁ ସବୁ ରଙ୍ଗ ଯେଉଁ ଦିଗ ପାଇଁ ଶୁଭ ଅଟେ ସେହି ନିୟମ ଅନୁସାରେ ଘରକୁ ରଙ୍ଗ କରିବା ଉଚିତ । ନଚେତ ବାସ୍ତୁଶାସ୍ତ୍ରର ବିପରୀତ ଭାବେ ଯାଇ ଘର ରଙ୍ଗ କରିବା ଦ୍ଵାରା ଘର ଉପରେ ତାହାର କୁ-ପ୍ରଭାବ ପଡିଥାଏ ।

1- ଘରର ଉତ୍ତର ଦିଗ ଜଳ ତତ୍ଵ ଅଟେ । ତେଣୁ ଘରର ଉତ୍ତର ଦିଗକୁ ନୀଳ ରଙ୍ଗ କରିବା ଉଚିତ । ନଚେତ ନୀଳ ରଙ୍ଗ ପରିବର୍ତ୍ତେ ଧଳା କି ଗ୍ରୀନ ରଙ୍ଗ କରିପାରିବେ । ହେଲେ ସେହି ସ୍ଥାନରେ ହଳଦିଆ କି ନାଲି ରଙ୍ଗ ଦିଅନ୍ତୁ ନାହିଁ । 2-ଘରର ପୂର୍ବ ଦିଗ ବାୟୁ ତତ୍ଵ ଅଟେ । ତେଣୁ ଘରର ପୂର୍ବ ଦିଗକୁ ସବୁଜ ରଙ୍ଗ କରିବା ଉଚିତ । ନହେଲେ ଏହି ରଙ୍ଗ ପରିବର୍ତ୍ତେ ଲାଇଟ ନୀଳ ରଙ୍ଗ କି ଅଫ ହ୍ଵାଇଟ ରଙ୍ଗ ମଧ୍ୟ କରିପାରିବେ । ହେଲେ ସେହି ସ୍ଥାନରେ ହଳଦିଆ କି ନାଲି ରଙ୍ଗ ଦିଅନ୍ତୁ ନାହିଁ ।

3- ଘରର ଦକ୍ଷିଣ ଦିଗ ଅଗ୍ନୀ ତତ୍ଵ ଅଟେ । ସେହି ଦିଗରେ ନାଲି ରଙ୍ଗ, ଲାଇଟ ରେଡ, ପିଙ୍କ, ଲାଇଟ ଗ୍ରୀନ, ଅଫ ହ୍ଵାଇଟ କଲର କରାଯିବାକୁ ଶୁଭ ମାନାଯାଇଥାଏ । ଯଦି ଦକ୍ଷିଣ ଦିଗରେ ନୀଳ କି ହଳଦିଆ ରଙ୍ଗ କରିବେ । ତେବେ ଘରକୁ ଆର୍ଥିକ ସଙ୍କଟ ଆସିବା ସହ ରୋଗବେମାରୀ ମଧ୍ୟ ମାଡିଆସେ ।

4- ଘରର ପଶ୍ଚିମ ଦିଗ ପୃଥିବୀ ତତ୍ଵ ହୋଇଥାଏ । ଏହି ଦିଗ ପାଇଁ ହଳଦିଆ ରଙ୍ଗ ଶୁଭ ହୋଇଥାଏ । ଲାଇଟ ପିଙ୍କ କଲର କରିପାରିବେ । ହେଲେ ଗ୍ରୀନ କି ନୀଳ ରଙ୍ଗ ଶୁଭ ହୋଇନଥାଏ । 5- ଘରର ଛାତ ବା ସିଲିଙ୍ଗ ଆକାଶ ତତ୍ଵ ଅଟେ । ତେଣୁ ଛାତକୁ ଧଳା ରଙ୍ଗ କରିବାକୁ ବହୁତ ଶୁଭ ମାନାଯାଇଥାଏ । ନହେଲେ ଅଫ ହ୍ଵାଇଟ ଓ ଲାଇଟ ବ୍ଲୂ କଲର ମଧ୍ୟ କରିପାରିବେ ।

ଆଶା କରୁଛୁ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *