ଘରର କେଉଁ ଦିଗରେ ରାସ୍ତା ରହିଲେ ଶୁଭ ଓ କେଉଁ ଦିଗରେ ରହିଲେ ହୁଏ ସର୍ବନାଶ, ଦେଖନ୍ତୁ… Vastu Tips

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘର ତିଆରି କରିବା ସମୟରେ ଭୂ-ଖଣ୍ଡର ଆକାର, ଭୂ-ଖଣ୍ଡରୁ ବାହାରୁଥିବା ମାର୍ଗ ଇତ୍ୟାଦି ବିଷୟରେ ଧ୍ୟାନ ଦେବା ଉଚିତ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯେଉଁ ପ୍ଲଟରେ ଘର ତିଆରି କରିବେ ତାହାର ଆକାର ଚତୁବର୍ଗ ହେବା ଦରକାର । ଘରର ଆଗ କେବେ ଚଉଡା ଓ ପଛ ନିଚ୍ଚ ହେବା ଉଚିତ ନୁହେଁ । ଏହା ରୋଗ ଶୋକର କାରଣ ହୋଇଥାଏ । ଏଭଳି ଘରେ ରହୁଥିବା ବ୍ୟକ୍ତି ରୋଗାଗ୍ରସ୍ତ ହୋଇଥାନ୍ତି । ଘରେ ଥିବା ମାର୍ଗର ପ୍ରଭାବ ପରିବାର ଉପରେ ପଡିଥାଏ । ଗରର କେଉଁ ଦିଗରେ ମାର୍ଗ ରହିଛିଆ ତାର ପ୍ରଭାବ ବାସ୍ତୁ ଊପରେ ପଡିଥାଏ । ଆଜି ଆମେ ଆପଣଙ୍କୁ ଘର କେଉଁ ଦିଗରେ ମାର୍ଗ ରହିଲେ ଶୁଭ ଓ ଅଶୁଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଯଦି ଭୂ-ଖଣ୍ଡର ଗୋଟେ ମାତ୍ର ରାସ୍ତା ରହିଥାଏ ତାହାକୁ ଏକମାତୃ ଭୂ-ଖଣ୍ଡ କୁହାଯାଏ । ଯଦି ଏକ ମାତ୍ର ଭୂଖଣ୍ଡରେ ପୂର୍ବ ଦିଗରେ ରାସ୍ତା ରହିଥାଏ ଓ ବାକି ସବୁ ରାସ୍ତା ବନ୍ଦ ଥାଏ ତେବେ ଶୁଭ ହୋଇଥାଏ । ଏଠାରେ ରହୁଥିବା ବ୍ୟକ୍ତିକୁ କେବେ ଅଭାବ ହୁଏ ନାହି । ଏହି ଭୂଖଣ୍ଡରେ ରହୁଥିବା ବ୍ୟକ୍ତିଙ୍କୁ ନାମ, ପ୍ରତିଷ୍ଠା ଓ ଯଶ ପ୍ରାପ୍ତ ହୋଇଥାଏ ।

୨- ଯଦି କୌଣସି ଭୂଖଣ୍ଡର ପଶ୍ଚିମ ଦିଗରେ ରାସ୍ତା ଥାଏ ଓ ୩ଟି ଦିଶା ବନ୍ଦ ଥାଏ ତେବେ ଏହାକୁ ରହିବା ପାଇଁ ଯୋଗ୍ୟ ମାନାଯାଏ ।

୩- ଯଦି କୌଣସି ଭୂଖଣ୍ଡର ଉତ୍ତର ଦିଗରେ ରାସ୍ତା ଥାଏ ଓ ବାକି ୩ଟି ରାସ୍ତା ବନ୍ଦ ଥାଏ ତେବେ ଏହା ସାମାନ୍ଯ ପ୍ରଭାବ ଦେଇଥାଏ । ଏହି ଘରେ ରହୁଥିବା ଲୋକଙ୍କୁ ସାମାନ୍ଯ ଲାଭ ମିଳିଥାଏ ।

୪- ଯଦି କୌଣସି ଘରର ଦକ୍ଷିଣ ଦିଗରେ ମାର୍ଗ ଥାଏ ଓ ବାକି ୩ଟି ଦିଶା ବନ୍ଦ ହୁଏ ତେବେ ଏହାକୁ ନିମ୍ନ ଶ୍ରେଣୀର ମାନାଯାଇଛି । ଏହି ଦିଗ ଯମଙ୍କ ଦିଗ କୁହାଯାଇଛି । ତେଣୁ ଏଭଳି ଘରେ ଥିବା ଲୋକେ କେବେ ଉନ୍ନତି କରିପାରନ୍ତି ନାହି ।

୫- ଯଦି ଘରର ଦୁଇ ପାର୍ଶ୍ଵରେ ଦୁଇଟି ରାସ୍ତା ଥାଏ ତେବେ ଏହାକୁ ଦ୍ଵି-ମାର୍ଗ କୁହାଯାଏ । ଉତ୍ତର ଓ ପଶ୍ଚିମ ଦିଗରେ ରାସ୍ତା ଆଉ ପୂର୍ବ ଓ ଦକ୍ଷିଣ ଦିଗ ବନ୍ଦ ଥାଏ ଭୂଖଣ୍ଡରେ ରହୁଥିବା ବ୍ୟକ୍ତି ଦୁଖ କଷ୍ଟରେ ରହିଥାନ୍ତି ।

୬- ଯଦି ଘରର ପୂର୍ବ ଓ ଦକ୍ଷିଣ ଦିଗରେ ମାର୍ଗ ଥାଏ ଓ ପଶ୍ଚିମ ଓ ଉତ୍ତର ଦିଗ ବନ୍ଦ ଥାଏ ତେବେ ଏହି ପ୍ରକାରରେ ଭୂଖଣ୍ଡ ନିର୍ମାଣ କରିବା ଅଶୁଭ ତଥା ହାନିକାରକ ହୋଇଥାଏ ।

୭- ଯଦି ଘରର ପଶ୍ଚିମ ଓ ପୁର୍ବ୍ଦ ଦିଗରେ ମାର୍ଗ ଥାଏ ଏବଂ ଉତ୍ତର ଓ ଦକ୍ଷିଣ ଦିଗ ବନ୍ଦ ଥାଏ ତେବେ ଏଭଳି ଭୂଖଣ୍ଡକୁ ମିଲାଜୁଲା ମାନାଯାଇଛି ।

୮- ଯଦି କୌଣସି ଭୂଖଣ୍ଡ ଉତ୍ତର ଓ ଦକ୍ଷିଣ ଦିଗରେ ଥାଏ ଏବଂ ପୂର୍ବ ଓ ପଶ୍ଚିମ ଦିଗ ବନ୍ଦ ଥାଏ ତେବେ ସବୁ ଇଚ୍ଛା ପୂରଣ କରିବାର ସିଧା ଭୂଖଣ୍ଡ ହୋଇଥାଏ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *