ଘର କି କର୍ମକ୍ଷେତ୍ରରେ କାହିଁକି ଲଗାଯାଏ ଦୌଡୁଥିବା 7 ଘୋଡା ? ନିହାତି ଜାଣନ୍ତୁ ଶୋଇଥିବା ଭାଗ୍ୟର ଉଦୟ ହୋଇଯିବ…Astrology

ବନ୍ଧୁଗଣ ମଣିଷ ହେଉଛି ଏକ ଏମିତି ପ୍ରାଣୀ ଜିଏକି ନିଜ ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ କିଛି ନା କିଛି ଇଛା ପୂରଣ କରିବାର ଆଶା ରଖିଥାଏ । ଛୋଟ ବେଳ ଠାରୁ ଆରମ୍ଭ କରି ବଡ ହେବା ପର୍ଯ୍ୟନ୍ତ ଅନେକ ଲୋକଙ୍କ ମନରେ ଅନେକ କିଛି ଇଛା ପୂରଣ କରିବାର ଥାଏ । ଯାହା ସବୁ ପୂରଣ କରିବାକୁ ହେଲେ ଆମକୁ ଟଙ୍କାର ମଧ୍ୟ ଦରକାର ପଡିଥାଏ । ତେବେ ଏହି ଟଙ୍କା ପାଇବାକୁ ହେଲେ ଆମକୁ ରୋଜଗାର କରିବାକୁ ପଡିଥାଏ ।

ହେଲେ ଅନେକ ଲୋକ କଠିନ ପରିଶ୍ରମ କରି ମଧ୍ୟ ନିଜର ସବୁ ଇଛା ପୂରଣ କରିବାରେ ସଫଳ ହୋଇପାରିନଥାନ୍ତି । ହେଲେ ଯଦି ନିଜର ପରିଶ୍ରମ ଜାରୀ ରଖିବା ସହ କିଛି ବାସ୍ତୁ ଶାସ୍ତ୍ର ହିସାବରେରେ କାମ କରିବା ତେବେ ବେଳେବେଳେ ଆମ ଜୀବନରେ ବହୁତ ବଡ କିଛି ଭଲ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । କାରଣ ଅନେକ ସମୟରେ ମଣିଷର କଠିନ ପରିଶ୍ରମ ସହିତ ତାର ଭଲ ଭାଗ୍ୟ ରହିବା ମଧ୍ୟ ଦରକାର ହୋଇଥାଏ ।

ସେଥିପାଇଁ ଆମେ ଆଜି ଆପଣଙ୍କୁ ଦୌଡୁଥିବା ଘୋଡା ବିଷୟରେ ଏମିତି କିଛି ଟିପ୍ସ ଦେବାକୁ ଯାଉଛୁ । ଯାହା ଆପଣଙ୍କୁ ସଫଳତାର ମାର୍ଗରେ ଆଗକୁ ନେଇଯିବ । ଯଦି ଆପଣ ଆପଣଙ୍କ ଘରେ ଦୌଡୁ ଥିବା ଘୋଡାର ଫଟୋ ଆଣି ଆପଣଙ୍କ ଘର କାନ୍ଥରେ ଲଗାଇବେ ତାହେଲେ ଆପଣ କରୁଥିବା କାମର ଗତି ବଢିବ । ଦୌଡୁ ଥିବା ଘୋଡାକୁ ସଫଳତା, ତେଜ, ଉନ୍ନତି, ଏବଂ ତାକତର ପ୍ରତୀକ ବୋଲି କୁହାଯାଏ ।

ଶାସ୍ତ୍ର ଅନୁସାରେ ୭ ଅଙ୍କଟି ସାର୍ବଭୋମିକ ଏବଂପ୍ରାକୃତିକ ହୋଇଥାଏ । ଏହା ଛଡା ଇନ୍ଦ୍ରଧନୁରେ ବି ସାତଟି ରଙ୍ଗ ରହିଥାଏ ଏହା ସହିତ ସାତ ରୁଷି, ବିବାହରେ ସାତ ଫେରା ଇତ୍ୟାଦିରେ ସାତ ଅଙ୍କ ରହିଅଛି । ସେଥିପାଇଁ ସାତ ଘୋଡାର ଫଟୋ ଆଣି ଲଗାଇଲେ ବହୁତ ଶୁଭ ହୋଇଥାଏ ।

ଯଦି ଆପଣ ଆପଣଙ୍କ ଅଫିସର ପ୍ରଗତି ବଢାଇବାକୁ ଚାହୁଁଛନ୍ତି । ତାହେଲେ ଆପଣ ଆପଣଙ୍କ ଚାମ୍ବରରେ ଦୌଡୁଥିବା ସାତଟି ଘୋଡାର ଫଟୋ ଆଣି ଲଗାନ୍ତୁ । ଏହି ଫଟୋକୁ ଦକ୍ଷିଣ ଦିଗରେ ହିଁ ଲଗାନ୍ତୁ । ଏହା ଦ୍ଵାରା ନକରାତ୍ମକ ଶକ୍ତି ବି ନାଶ ହୋଇଥାଏ ।

ଏହା ଛଡା ଯଦି ଆପଣ କରଜ ପାଇଁ ଚିନ୍ତିତ ଅଛନ୍ତି । ତେବେ ଘର ବା ଅଫିସର ଉତ୍ତର ପଶ୍ଚିମ ଦିଗରେ ଆର୍ଟିଫିସିଆଲ ଘୋଡାର ଯୋଡା ରଖନ୍ତୁ । ବନ୍ଧୁଗଣ ଆଶା କରୁଛୁ । ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିବ । ତେବେ ଏହିଭଳି ଭଲ ଭଲ ଅପଡେଟ ପାଇବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, ଶେୟାର କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *