ଘରର କେଉଁ ଦିଗରେ ଜଳର ସବୁ ଉତ୍ସ ନଳକୂପ, ପାଣିଟାଙ୍କି ଆଦି ରହିବା ଉଚିତ – Vastu tips for home

ବନ୍ଧୁଗଣ ଜଳ ହେଉଛି ଆମ ଜୀବନ । ଏହି କଥା ତ ସମସ୍ତେ ଜାଣିଥିବେ । କାରଣ ସଂସାରର ସବୁ ପ୍ରାଣୀଙ୍କ ପାଇଁ ଜଳର ଆବଶ୍ୟକତା ରହିଛି । ପ୍ରତ୍ଯେକ ଦିନ ଜଣେ ବ୍ୟକ୍ତି ଦୈନିକ 3 ରୁ 4 ଲିଟର ଜଳ ପିଇବା ଉଚିତ ଯାହା ଡାକ୍ତରଙ୍କ ମତ ରହିଛି । ଯାହା ଦ୍ଵାରା ଶରୀର ସୁସ୍ଥ ଓ ନୀରୋଗ ରହିଥାଏ । ତେବେ ବନ୍ଧୁଗଣ ଜଳ ସହ ବାସ୍ତୁ ମଧ୍ୟ ଜଡିତ ହୋଇଥାଏ । କାରଣ ଘରର ସୁଖ ଓ ସମୃଦ୍ଧି ପାଇଁ ଯେଉଁ ପଞ୍ଚତତ୍ଵର ଆବଶ୍ୟକତା ରହିଛି । ସେହି ପଞ୍ଚତତ୍ଵ ମଧ୍ୟରୁ ଜଳ ତତ୍ଵ ଏକ ଅଟେ ।

ତେବେ ବନ୍ଧୁଗଣ ଘରର କେଉଁ ଦିଗରେ ସବୁ ଜଳର ଉତ୍ସ ରଖିବାକୁ ବହୁତ ଶୁଭ ମାନାଯାଇଥାଏ ଆସନ୍ତୁ ଜାଣିବା । ତେବେ ପ୍ରତ୍ଯେକଙ୍କ ଘରେ ଘରେ ଜଳର ଉତ୍ସ ରହିବା ନିହାତି ଦରକାର । ନଚେତ ଏହା ସ୍ଵାସ୍ଥହାନୀର କାରଣ ପାଲଟିଥାଏ । ତେଣୁ ଘର ମଧ୍ୟରେ ହେଉ କି ଘର ବାହାରେ ଯେଉଁ ସ୍ଥାନରେ ସୁବିଧା ହୋଇପାରୁଥିବ । ସେହି ସ୍ଥାନରୁ ଜଳ ଆଣିବା ପାଇଁ ଜଳର ଏକ ଉତ୍ସ ଯେପରି ନଳକୂପ, କୂଅ, ଟ୍ୟାପ ଆଦି ରଖନ୍ତୁ । ନଚେତ ଅନ୍ୟ କୌଣସି ସ୍ଥାନରୁ ପାଣି ଆଣୁଥିଲେ । ଘରର ଠିକ ସ୍ଥାନରେ ପାତ୍ରରେ ଜଳ ଭର୍ତ୍ତି କରି ରଖନ୍ତୁ ।

1- ରୋଷେଇ ଘରର ଉତ୍ତର ପୂର୍ବ ଦିଗରେ ପାଣି ରଖନ୍ତୁ । ଏହା ସ୍ଵାସ୍ଥ ପାଇଁ ବହୁତ ଭଲ ହୋଇଥାଏ । ଘରକୁ ସବୁବେଳେ ରୋଗବେମାରୀ ଆସିପାରିନଥାଏ । 2- ଜଳର ସ୍ଥାନ ହେଉଛି ଉତ୍ତର ପୂର୍ବ ଦିଗ । ପାଣିଟାଙ୍କି, ନଳକୂପ ଆଦି ଜଳର ଉତ୍ସ ଘରର ଏହି ଦକ୍ଷିଣ ପୂର୍ବ ଦିଗରେ ରଖନ୍ତୁ । 3- ପୂର୍ବ କି ଉତ୍ତର ଦିଗରେ ଅଥବା ଉତ୍ତର ପୂର୍ବ ଦିଗରେ ପାଣି ପମ୍ପ ବସାଇବାକୁ ବାସ୍ତୁ ଶାସ୍ତ୍ର ଅନୁସାରେ ଶୁଭ ବୋଲି ମାନାଯାଇଥାଏ ।

4- ଦକ୍ଷିଣ ପୂର୍ବ, ଉତ୍ତର ପଶ୍ଚିମ, ଅଥବା ଦକ୍ଷିଣ ପଶ୍ଚିମ ଦିଗରେ କୂଅ ନଳକୂପ ଆଦି ଖୋଳନ୍ତୁ ନାହିଁ । ଏଥିପାଇଁ ପୂର୍ବ, ଉତ୍ତର କୋଣ ହିଁ ସବୁଠାରୁ ଭଲ ଅଟେ । 5- ବର୍ତ୍ତମାନ ସମୟରେ ପ୍ରାୟ ଅଧିକାଂଶ ଲୋକ ନିଜ ଛାତ ଉପରେ ପାଣିଟାଙ୍କି କରୁଛନ୍ତି ।

ଏହି ପାଣି ଟାଙ୍କିକୁ ଉତ୍ତର ପଶ୍ଚିମ କୋଣରେ ବସାଇବାକୁ ଅତି ଶୁଭ ବୋଲି ବାସ୍ତୁ ଶାସ୍ତ୍ରରେ ମାନାଯାଇଛି । ଏଥିସହ ପାଣିଟାଙ୍କିର ଉପର ଭାଗ ଗୋଲାକାର ଯେପରି ହୋଇଥିବ ସେଥିପ୍ରତି ମଧ୍ୟ ଧ୍ୟାନ ରଖିବାକୁ ପଡିବ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ନିହାତି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ବହୁ ମାତ୍ରାରେ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *