ଘରେ କଳି ଦୂର କରିବେ କିପରି ? ଏହା ସହ 10+ ଆଜିର ଅନୁଚିନ୍ତା

ବନ୍ଧୁଗଣ ଦୈନନ୍ଦିନ ଜୀବନରେ କିଛି ନା କିଛି ଘଟଣାମାନ ଘଟିଥାଏ । ଯାହା ଘରର ବାସ୍ତୁ ଦୋଷ ବା ଅନ୍ୟ କେଉଁ କାରଣରୁ ହୋଇଥାଏ । ଏହାକୁ ଦୂର କରିବାକୁ ଆଜି ଆମେ ଆପଣଙ୍କୁ କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ୧- ଘରର ମୁଖ୍ୟଦ୍ଵାର ସାମନାରେ ମନ୍ଦିର ଥିଲେ ଦଇବି ଶକ୍ତି ପ୍ରବେଶ କରନ୍ତି ନାହିଁ । ଏହା ପରିବାର ପାଇଁ ରୋଗ, ଦୁଖ ଓ ଦାରିଦ୍ରତାର କାରଣ ହୋଇଥାଏ ।

୨- ଘର ସାମନାରେ ବଡଗଛ ବା ଖୁମ୍ବ ଥିଲେ ପିଲାଙ୍କ ପାଇଁ ଅଶୁଭ ହୋଇଥାଏ । ତେଣୁ ଘର ସାମନାରେ ସ୍ଵସ୍ତିକ ଚିହ୍ନ ବା ଓମ ଲେଖିବା ଉଚିତ ।

୩- ଘରକୁ ଶୁଭତ୍ଵ ଆଣିବାକୁ ମୁଖ୍ୟଦ୍ଵାରରେ ମୁରୁଜ ପକାଇବା ସହ ଫୁଲରେ ସଜାଇବା ଉଚିତ । ଏହା ସହ ଛୋଟ ଘଣ୍ଟି ଲଗାଇବା ଭଲ ହୋଇଥାଏ ।

୪- ଘରର ମୁଖ୍ୟଦ୍ଵାର ସାମନାରେ ଜୋତା ଚପଲ ରଖିବା ଦ୍ଵାରା ଅଶାନ୍ତି ସୃଷ୍ଟି ହୋଇଥାଏ । ଯେଉଁ ଘରେ କଳହ ଲାଗି ରହୁଥାଏ ଶନିବାରରେ ଅଟା ପେଶୀ ବୁଟ ଚୂନା ମିଶାଇ ରୁଟି ଖାଇଲେ ତାହା ଦୂର ହୋଇଥାଏ ।

୫- ଯଦି ସ୍ଵାମୀ-ସ୍ତ୍ରୀ ମଧ୍ୟରେ କଳହ ଲାଗୁଥାଏ ତେବେ ମଙ୍ଗଳବାରରେ ହନୁମାନ ମନ୍ଦିର ଯାଇ ସିନ୍ଦୁର ଓ ବସ୍ତ୍ର ଚଢାଇଲେ ତାହା ଦୂର ହୋଇଥାଏ ।

୬- ଶୋଇବା ଘରେ ଭଙ୍ଗା ଆଇନା, ଜିନିଷ କିମ୍ବା ଖରାପ ହୋଇଥିବା ବିଦ୍ୟୁତ ଉପକରଣ ରଖିବା ଅନୁଚିତ । ଏହାଦ୍ବାରା ଘରେ କଳହ ଓ ଅସାନ୍ତି ବଢିଥାଏ ।

୭- ଘର ଭିତରେ ତାଜ ମହଲର ଚିତ୍ର ରଖିବା ଅନୁଚିତ । ଏହାଦ୍ବାରା କଳହ ସୃଷ୍ଟି ହୁଏ । ସ୍ଵାମୀ-ସ୍ତ୍ରୀ ଶୋଇବା ଘରେ ଫାଟି ଯାଇଥିବା ପର୍ସ ବା ଭାଙ୍ଗି ଯାଇଥିବା ଆଲମାରି ରଖିବା ଭଲ ନୁହେଁ ।

୮- ଠାକୁର ଘରେ ଭାଙ୍ଗି ବା ଫାଟି ଯାଇଥିବା ଫୋଟୋ ବା ମୂର୍ତ୍ତି ରଖିବା ଅନୁଚିତ । ଏହାଦ୍ବାରା ଧନ କ୍ଷୟ ବୃଦ୍ଧି ହେବା ସହ ଅଶାନ୍ତିର କାରଣ ହୋଇଥାଏ ।

୯- ପରିବାର ଲୋକଙ୍କ ମଧ୍ୟରେ ସମ୍ପର୍କ ଖରାପ ହେବାର କାରଣ ଘରର ବାସ୍ତୁ ଦୋଷ ହୋଇପାରେ । ତେଣୁ ଏହାକୁ ଠିକ କରିବା ଉଚିତ ।

୧୦- ଘରର ନାରିଙ୍କ ଦୁଇଟି ସୁନାର ଚୁଡି ବା ହଳଦିଆ ରଙ୍ଗର ଚୁଡି ବ୍ୟବହାର କରନ୍ତି ତେବେ ଏହା ପରିବାରରେ ସୁଖ ଶାନ୍ତିର କାରଣ ହୋଇଥାଏ ।

୧୧- ପରିବାରରେ ସ୍ତ୍ରୀ ଲୋକଙ୍କ ଦ୍ଵାରା ଯଦି ସକାଳୁ କ୍ଷୀରରେ କେସର ଓ ଚିନୀ ମିଶାଇ ଖାଇବାକୁ ଦିଆଯାଏ ତେବେ ପରିବାରରେ କଳହ ଦୂର ହୁଏ ।

୧୨- ସ୍ଵାମୀ-ସ୍ତ୍ରୀ ମଧ୍ୟରେ କଳହ ଦୂର କରିବା ପାଇଁ ସ୍ତ୍ରୀ ତକିଆ ତଳେ କର୍ପୁର ଓ ସ୍ଵାମୀ ତକିଆ ତଳେ ସିନ୍ଦୁର ରଖି ସକାଳେ ବାହାରେ ପକାଇ ଦେଲେ ତାହା ଦୂର ହୋଇଥାଏ ।

୧୩- ଘରେ ଗଣେଶଙ୍କର ଚାନ୍ଦିର ପ୍ରତିମା ରଖାଯାଏ ତେବେ ପରିବାର ଲୋକଙ୍କ ମଧ୍ୟରେ କଳହ ଦୂର ହେବା ସହ ପରସ୍ପର ପ୍ରତି ସ୍ନେହ ଶ୍ରଦ୍ଧା ବଢିଥାଏ । ଠାକୁରଙ୍କୁ ଗେଣ୍ଡୁ ଫୁଲରେ କୁଙ୍କୁମ ଲଗାଇ ଚଢାଗଲେ ପରିବାରରେ କଳହ ଦୂର ହୋଇ ସ୍ନେହ ଶ୍ରଦ୍ଧା ବୃଦ୍ଧି ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *