କଥାରେ ଅଛି ରଖେ ହରି ତ ମାରେ କିଏ । ଆମର ଏହି ବିଶ୍ଵାଶ ଆମ ପାଇଁ ଏକ ବରଦାନ ହୋଇ ପାରେ । କଥାରେ ଅଛି କି ମାରେ ହରି ମାନେ ହେଉଛି ଯେଉଁ ଜାଗାରେ ଭଗବାନ ନିଜେ ଆମକୁ କଷ୍ଟ ଦେବାରେ ଲାଗିବେ କିମ୍ବା ଆମର କ୍ଷତି କିମ୍ବା ଆମକୁ ମାରିବା ପାଇଁ ଚାହିବେ ତେବେ ଏହାକୁ କେହି ଅଟକାଇ ପାରିବେ ନି । କିନ୍ତୁ ଯଦି ସେହି ଭଗବାନ ଆମର ଶକ୍ତି ହୋଇ ଆମ ଆଗରେ ଠିଆ ହୋଇଯିବେ ଓ ଆମକୁ ସେ ଶକ୍ତି ପ୍ରଦାନ କରିବେ ।
କିମ୍ବା ନିଜେ ଆମ ସୁରକ୍ଷା କରିବେ ତେବେ ଆମକୁ କେହି ମାରି ପରିବେନି କିମ୍ବା ଆମର କ୍ଷତି ମଧ୍ୟ କେହି କରି ପରିବେନି । ଆଜି ଆମେ କହିବା ପାଇଁ ଯାଉଛୁ ଏହି ଭଳି ଏକ କାହାଣୀ ଯାହାକୂ ଆପଣ ଶୁଣିବା ପରେ ଆପଣଙ୍କ ବିଶ୍ବାଶ ଆହୁରି ନିବିଡ ହୋଇଯିବ ଭଗବାନ ଙ୍କ ଉପରେ । ଏହି ଘଟଣା ହେଉଛି ନୟାଗଡ ଜିଲ୍ଲାରେ ରଣପୁର ଗ୍ରାମର ମଣିନାଗ ପାହାଡର ।
ଏହି ପାହାଡର ଉପରେ ମଣିନାଗେଶ୍ଵରୀ ମନ୍ଦିର ଅଛି ଯେଉଁ ଠାରେ ମା ପୂଜା ପାଉଛନ୍ତି । ଏହି ମନ୍ଦିର କୁ ଦର୍ଶନ ପାଇଁ ଆସିଥିଲେ ଖୋର୍ଦ୍ଧା ର ଟାଙ୍ଗିରୁ ଏକ ପରିବାର । ଜନଶୂନ୍ୟ ଏହି ରାସ୍ତାରେ କେହି ଭି ନଥାନ୍ତି ମାତ୍ର କୁହାଯାଏ ନା ମା ଙ୍କର କୃପା ପାଇବା ପରେ କାହାର ଅନିଷ୍ଟ ହୋଇ ନଥାଏ ।
ସବୁ ମୋଡ ଟପିବା ପରେ ଶେଷ ମୋଡ 15 ନମ୍ବର ମୋଡ ରେ ଗାଡି ବୁଲିବା ବେଳେ ହଠାତ ତଳକୁ ଖଶୀ ପଡିଥିଲା ଓ ଏହା ଆସି ଅଟକି ଥିଲା 10 ନାମାବର ମୋଡରେ । ଯେଉଁ ଜାଗାରେ କେହି ନଥାନ୍ତି ଭାଗ୍ୟ ବଶତଃ ସେହି ଜାଗାରେ ଅନେକ ଯାତ୍ରୀ ସେହି ସମୟରେ ଯାତା ଆତ କରୁଥିଲେ ।
ସେମାନେ ଏହି ଦ୍ରୁଶ୍ଯ ଦେଖିବା ପରେ ସାଙ୍ଗେ ସାଙ୍ଗେ ଉଧାର କାମ ଆରମ୍ଭ କରି ଦେଇ ଥିଲେ । ସଭିଏଁ ସଠିକ ଭାବେ ବାହାରକୁ ବାହାରି ଆସିଲେ । ଗାଡିର ଅବସ୍ଥା ଆପଣ ଦେଖିଲେ ଜାଣି ପାରିବେ କି ଏହା କେଉଁ ଭଳି ଭାବେ ପଡିଥିବ ଉପରରୁ ।
ଯାତ୍ରୀ ମାନେ ଜୟା ଜଗନ୍ନାଥ କହିକି ସଭିଙ୍କୁ ବାହାର କରି ଆଣିଲେ ଛୋଟ ପିଲାଙ୍କର କିଛି ନହୋଇ ଥିବା କଥା ସୂତ୍ରରୁ ଜଣା ପଡିଛି । ମୋଟ 6 ଜଣ ଯାତ୍ରୀ ଥିଲେ ତାହା ମଧ୍ୟରେ କାହାର ମଧ୍ୟ ଜୀବନ ହାନି ହୋଇନି ।
ଏହା ପରେ ଡ୍ରାଇଭର କୁ କାଢିବ୍ବା କଷ୍ଟ ହୋଇ ଯାଇଥିଲା । ତାହା ପରେ ଗାଡିକୁ ଓଲଟାଇ ଓଲଟାଇ ଶିଧା କରିବା ପରେ ଯାଇକି ଡ୍ରାଇଭର ଙ୍କୁ ସଠିକ ଭାବରେ ବାହହର କରାଯାଇଥିଲା । ସଭିଙ୍କୁ ସାମାନ୍ଯତମ ଆଘାତ ଲାଗିଛି ଭଗବାନ କାରନ୍ତରୁ ସଭିଏଁ ସପରିବାର ସହ ଜଲ୍ଦି ନିଜ ଘରକୁ ଫେରି ଆସନ୍ତୁ ।