Interesting GK Questions- ଗୋଟିଏ ଓଡିଆ ଶବ୍ଦ କୁହନ୍ତୁ ଯେଉଁଥିରେ ସମସ୍ତ ଓଡିଆ ଅକ୍ଷର ରହିଅଛି ?

ସାଧାରଣ ଜ୍ଞାନ ଆହରଣ କରିବା ଆମ ଜୀବନରେ ଅନେକ କ୍ଷେତ୍ର ରେ କାମରେ ଆସିଥାଏ । ପାଠ ପଢା ଠାରୁ ନେଇ ଚାକିରି ପର୍ଯ୍ୟନ୍ତ ଅନେକ ସମୟରେ ସାଧାରଣ ଜ୍ଞାନ ଆମକୁ ଆଗକୁ ନେବାରେ ସହାୟକ ହୋଇଥାଏ । ସେଥିପାଇଁ ପ୍ରତେକ ବ୍ୟକ୍ତି ଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ଜାଣିବା ନିହାତି ଆବଶ୍ୟକ ଅଟେ । ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ ।

କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ତେବେ ଆପଣଙ୍କ ସାଧାରଣ ଜ୍ଞାନ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ବଛାବଛା ଭାବେ ରହିଛି । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ପୁରୀ ଜଗନ୍ନାଥ ମନ୍ଦିରର ନିରାଣ କାର୍ଯ୍ୟ କିଏ ଆରମ୍ଭ କରିଥିଲେ ?

ଉତ୍ତର- ଚୋଳଗଙ୍ଗ ଦେବ

୨- ପୁରୀ ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ କିଏ ଶେଷ କରିଥିଲେ ?

ଉତ୍ତର- ଅନଙ୍ଗ ଭୀମ ଦେବ

୩- ଲିଙ୍ଗରାଜ ମନ୍ଦିରର ନିର୍ମାଣ କାର୍ଯ୍ୟ କିଏ ଆରମ୍ଭ କରିଥିଲେ ?

ଉତ୍ତର- ଯଯାତୀ କେସରୀ

୪- ଲିଙ୍ଗରାଜ ମନ୍ଦିର ନିର୍ମାଣ କାର୍ଯ୍ୟ କିଏ ଶେଷ କରିଥିଲେ ?

ଉତ୍ତର- ଲଲାଟେନ୍ଦୁ କେସରୀ

୫- କୋଣାର୍କର ବିଶ୍ଵ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର କିଏ ତିଆରି କରିଥିଲେ ?

ଉତ୍ତର- ଲାଙ୍ଗୁଳା ନରସିଂହ ଦେବ

୬- କୋଣାର୍କ ସୂର୍ଯ୍ୟ ମନ୍ଦିରର ଉଚ୍ଚତା କେତେ ?

ଉତ୍ତର- ୧୩୦ ଫୁଟ

୭- ଓଡିଆ ଭାଗବତ ର ରଚୟତା କିଏ ଥିଲେ ?

ଉତ୍ତର- ଜଗନ୍ନାଥ ଦାସ

୮- ସଂସ୍କୃତ ଭାଗବତ ର ରଚୟତା କିଏ ଥିଲେ ?

ଉତ୍ତର- ବ୍ୟାସଦେବ

୯- ସଂସ୍କୃତ ରାମାୟଣ ର ରଚୟତା କିଏ ଥିଲେ ?

ଉତ୍ତର- ବାଲ୍ମୀକି୧୦- ଜଗମୋହନ ଦାଣ୍ଡି ରାମାୟଣ ର ରଚୟତା କିଏ ଥିଲେ ?

ଉତ୍ତର- ବଳରାମ ଦାସ

୧୧- ସଂସ୍କୃତ ମହାଭାରତ ର ରଚୟତା କିଏ ଥିଲେ ?

ଉତ୍ତର- ବ୍ୟାସଦେବ

୧୨- ଓଡିଆ ମହାଭାରତ ର ରଚୟତା କିଏ ଥିଲେ ?

ଉତ୍ତର- ସାରଳା ଦାସ

୧୩- ଗୋଟିଏ ଓଡିଆ ଶବ୍ଦ କୁହନ୍ତୁ ଯେଉଁଥିରେ ସମସ୍ତ ଓଡିଆ ଅକ୍ଷର ରହିଅଛି ?

ଉତ୍ତର- ବର୍ଣ୍ଣମାଳା

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *