୨୬ ତାରିଖରେ ଲାଗିବାକୁ ଯାଉଥିବା ଚନ୍ଦ୍ର ଗ୍ରହଣ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । କିନ୍ତୁ ଏହି ଚନ୍ଦ୍ର ଗ୍ରହଣର ପ୍ରଭାବ ଭାରତର କିଛି ଅଂସରେ ପଡିବ । କିନ୍ତୁ ଚନ୍ଦ୍ର ଗ୍ରହଣ ପୂର୍ବରୁ ମହାକାଶରେ ଗୋଟିଏ ଅଦ୍ଭୂତ ଓ ବିରଳ ଜିନିଷ ଦୃଶ୍ୟମାନ ହେବାକୁ ଯାଉଛି ।ଏହି ଦୃଶ୍ୟ ଏହା ପୂର୍ବରୁ କେବେ ବି ଦୃଶ୍ୟମାନ ହୋଇ ନାହିଁ ।
ଏହା ପ୍ରଥମ ଥର ପାଇଁ ୨୫ ତାରିଖରେ ଦୃଶ୍ୟମାନ ହେବ । ଆଜି ଆପଣ ଏହି ଦୃଶ୍ୟକୁ ଆକାଶରେ ଖାଲି ଆଖିରେ ବି ଦେଖିବାକୁ ପାରିବେ ଓ ଏହି ଦୃଶ୍ୟ ଏହି ମାସର ୨୫ ତାରିଖ ପର୍ଯ୍ୟନ୍ତ ସବୁଦିନ ରାତିରେ ଦେଖାଯିବ । ତେବେ ଚାଳନ୍ତୁ ସମ୍ପୂର୍ଣ ବିଷୟଟି କଣ । ବର୍ତ୍ତମାନ ୨୫ ତାରିଖ ପର୍ଯ୍ୟନ୍ତ ଆପଣମାନଙ୍କୁ ରାତିରେ ୫ ଟି ଗ୍ରହ ଏକତ୍ରିତ ଦେଖିବାକୁ ମିଳିବ । କହିଦେଉଛୁ କି ଆମର ସୌର ମଣ୍ଡଲରେ ପୃଥିବୀ ଚାରିପଟେ ବିଭିନ୍ନ ଗ୍ରହ ଅଛନ୍ତି ।
କିନ୍ତୁ ସୂଚନା ଅନୁସାରେ ଆମର ସୌର ମଣ୍ଡଲରେ ପୃଥିବୀ ସହିତ ୮ ଟି ଗ୍ରହ ଘୁରି ବୁଲୁଛନ୍ତି ଓ ଏହି ସମସ୍ତ ଗ୍ରହ ମଧ୍ୟରୁ କିଛି ଗ୍ରହକୁ ଆମେ ଖାଲି ଆଖିରେ ରାତିରେ ବେଳେ ବେଳେ ଦେଖି ପାରି ଥାଉ । କିନ୍ତୁ ଗୋଟିଏ ରାତିରେ ଏକତ୍ରିତ ୫ ଟି ଗ୍ରହ କେବେ ବି ଦେଖିବାକୁ ମିଳି ନ ଥାଏ । କିନ୍ତୁ ବର୍ତ୍ତମାନ ସମୟରେ ଏହି ୫ ଟି ଗ୍ରହକୁ ଏକତ୍ରିତ ଖାଲି ଆଖିରେ ଦେଖିବା ବହୁତ ବିରଳ ଦୃଶ୍ୟ ଅଟେ ।
ଏହା ସହିତ କହିଦେଉଛୁ କି ବୁଧ ଗ୍ରହକୁ ଖାଲି ଆଖିରେ ଦୃଶ୍ୟମାନ ହେବା ବହୁତ କଷ୍ଟକର ଅଟେ । କିନ୍ତୁ ବର୍ତ୍ତମାନ ସମୟରେ ବୁଧ ଗ୍ରହ ଆକାଶରେ ବହୁତ ଉଜ୍ଵଳ ରୂପରେ ଦୃଶ୍ୟମାନେ ହେଉଛନ୍ତି । ଏହା ମହାକାଶର ଇତିହାସରେ ପ୍ରଥମ ଥର ଅଟେ ଓ ପ୍ରଥମ ଥର ପାଇଁ ୫ ଟି ଗ୍ରହ ଏକତ୍ରିତ ନଜର ଆସୁଛନ୍ତି । ସେହି ୫ ଟି ଗ୍ରହ ହେଉଛନ୍ତି ବୁଧ, ଶୁକ୍ର, ମଙ୍ଗଲ, ବୃହସ୍ପତି ଓ ଶନି ଗ୍ରହ ।
ସୂର୍ଯ୍ୟାସ୍ତର ଏକ ଘଣ୍ଟା ପରେ ଉତ୍ତର ପଶ୍ଚିମ ଆକାଶରେ ଆପଣମାନେ ଏହି ଗ୍ରହକୁ ଦେଖି ପାରିବେ । ପ୍ରଥମେ ବୁଧ ଗ୍ରହ ଦେଖାଯିବେ । ଏହା ପରେ ବୁଧ ଗ୍ରହ ତଳେ ଶୁକ୍ର ଗ୍ରହ ଓ ଉପରକୁ ମଙ୍ଗଲ ଗ୍ରହ ନଜର ଆସିବ । ଏହା ପରେ ରାତି ୧୨ ଟା ପରେ ବୃହସ୍ପତି ଗ୍ରହ ଓ ଶନି ଗ୍ରହକୁ ଦେଖି ପାରିବେ । ଏହି ଦୃଶ୍ୟ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ନଜର ଆସିବ ।
କିନ୍ତୁ ଏହିଭଳି ଦୃଶ୍ୟ ନଜର ହେବାର ଅସଲ କାରଣ କଣ ବର୍ତ୍ତମାନ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ଜାଣି ନାହାନ୍ତି । ଅନ୍ୟ ପଟେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହିଭଳି ଦୃଶ୍ୟ ବହୁତ ବିରଳ ଅଟେ । ସେଥିପାଇଁ ଏହାର ପ୍ରଭାବ ନିଶ୍ଚିତ ରୂପରେ ଶୁଭ ହେବ । ଏହା ସହିତ ଏହା ସମସ୍ତ ରାଶି ଉପରେ ବି ଶୁଭ ପ୍ରଭାବ ପକାଇବ । ଯେଉଁ କାରଣରୁ କେତେକେ ରାଶିର ବ୍ୟକ୍ତିମାନେ ଏହା ଦ୍ଵାରା ଉପକୃତ ହେବେ ।