ଦର୍ଶକ ବନ୍ଧୁ ଭୋ ଭୋ ହୋଇ କାନ୍ଦିଲେ ଗ୍ରାଜୁଏଟ ଚାହା ବାଲି । ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଏହି ଭିଡିଓରେ ସେ କେବଳ କାନ୍ଦୁ ନାହାନ୍ତି ବରଂ ନିଜର ଦୁଖ ଜଣାଉ ଛନ୍ତି । ବିହାର ର ବାସିନ୍ଦା ପ୍ରିୟଙ୍କା ଗୁପ୍ତା । ଯିଏ କି କିଛି ଦିନ ପୂର୍ବେ ଚାହା ଷ୍ଟଲ ଖୋଲିଥିଲେ । ଆଉ ଏହି ଚାହା ଷ୍ଟଲ ର ନାଁ ରଖିଥିଲେ ଗ୍ରାଜୁଏଟ ଚାହା ବାଲି । କିଛି ଦିନ ପୂର୍ବରୁ ପାଟନା ନଗର ନିଗମ ତାଙ୍କ ଠେଲା କୁ ହଟାଇ ଦେଇଥିଲା । ଠେଲା କୁ ହଟାଇବା ପୂର୍ବରୁ ପ୍ରିୟଙ୍କା କାନ୍ଦିବାକୁ ଲାଗିଥିଲେ ।
ଏହା ପରେ ସେ ଲାଲୁ ପ୍ରସାଦ ଯାଦବ ଙ୍କ ନିକଟରେ ପହଞ୍ଚି ଥିଲେ । ଅନୁମତି ପରେ ସେ ପୁଣି ଦୋକାନ ଖୋଲି ଥିଲେ । କିନ୍ତୁ ପୁଣି ଥରେ ମ୍ଯୁନିସିପାଲିଟି କର୍ପୋରେସନ ତାଙ୍କ ଦୋକାନ ବନ୍ଦ କରି ଦେଇଛି । ଆଉ ଦୋକାନ ଭାଙ୍ଗି ଯିବା ପରେ ପ୍ରିୟଙ୍କା ଦୁଖରେ ଭୋ ଭୋ କାନ୍ଦି ବାରେ ଲାଗିଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ଭାଇରାଲ ହେଉଥିବା ଭିଡିଓ ରେ ସେ କହୁଛନ୍ତି କି “ଆପଣ ସାମସ୍ତେ ମୋତେ ଗ୍ରାଜ୍ୟୁଏଟ ଚାହା ବାଲି ଭାବରେ ଜାଣିଥିବେ । ସୋ କଲଡ ଗ୍ରାଜ୍ୟୁଏଟ ଚାହା ବାଲି ।
ମୁଁ ବୋଧେ ମୋର ସୀମା ଭୁଲି ଯାଇଥିଲି । ମୁଁ ଭାବୁଥିଲି ବିହାର ରେ କିଛି ଭିନ୍ନ କରୁଛି । ଆପଣ ମାନେ ତ ମୋତେ ସହଯୋଗ କରୁଥିଲେ କିନ୍ତୁ ମୁଁ ମୋ ସୀମା ଭୁଲି ଯାଇଥିଲି ଯେ ଏଟା ହେଉଛି ବିହାର । ଏଠି ଝିଅ ମାନେ କେବଳ ରୋଷେଇ ଘରେ ସୀମିତ ରାଇବେ । ଝିଅଙ୍କୁ ଆଗକୁ ଯିବାର କୌଣସି ଅଧିକାର ନାହି” । ବାସ ଏତିକି କହି ଭୋ ଭୋ ହୋଇ କାନ୍ଦୁ ଛନ୍ତି ପ୍ରିୟଙ୍କା । ଖାଲି ଏତିକି ନୁହେଁ ସେ ଆଗକୁ କହିଛନ୍ତି “ପାଟନା ରେ ବହୁତ ଠେଲା ଲାଗେ । ବେଆଇନ ଭାବେ ବହୁତ କାମ ହୁଏ ।
ମଦ ବିକ୍ରି ହେଉଛି କିନ୍ତୁ ସେଠାରେ ପ୍ରଶାସନ ତତ୍ପର ହେଉ ନାହି । ଯଦି କୌଣସି ଝିଅ କୌଣସି ବେପାର କରୁଛି ତାଙ୍କୁ ବାରମ୍ବାର ହଇରାଣ କରା ଯାଉଛି ” । ଏମିତି କହି କାନ୍ଦି ପକାଇଛନ୍ତି ପ୍ରିୟାଙ୍କା । ତାଙ୍କର ଏହି ଭିଡିଓ କୁ ଅନେକ ନିୟୁଜ ଏଜେନ୍ସି ସେୟାର ବି କରିଛନ୍ତି । ଏହା ସହ ଟାଙ୍କ ସମର୍ଥନ ରେ ଅନେକ ଲୋକ ବି ଆସିଛନ୍ତି । ସେ କହିଛନ୍ତି କି ବିହାର ରେ ଝିଅ ହେବା ଏକ ଅପରାଧ । ଝିଅ ହୋଇ ସେ ବଡ ଭୁଲ କରି ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ପ୍ରିୟଙ୍କା ଙ୍କ ଭାଇରାଲ ଭିଡିଓ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।