ହାଇକୋର୍ଟଙ୍କ ଐତିହାସିକ ରାଏ! ବାପାଙ୍କ ମୃତ୍ୟୁ ପରେ ଏବେ ବିବାହିତ ଝିଅଙ୍କୁ ବି ମିଳିବ ଅନୁକମ୍ପା ମୂଳକ ଚାକିରି… ଦେଖନ୍ତୁ କଣ ରହିଛି HCଙ୍କ ନିର୍ଦେଶ

ନମସ୍କାର ବନ୍ଧୁଗଣ, ଆଜିର ସମୟରେ ଝିଅ ମାନେ ବହୁତ ଆଗକୁ ଗଲେଣି । ଏମିତିକି ଝିଅ ମାନଙ୍କୁ ଭଲ ଚାକିରି ମଧ୍ୟ ମିଳୁଛି । କିନ୍ତୁ ଯେଉଁ ମାନେ ବିବାହ କରି ଯାଉଛନ୍ତି ସେମାନଙ୍କ ପାଇଁ ଚାକିରି ମଳିବା ଏତେ ସହଜ ହେଉ ନାହି । ଯୋଗ୍ୟତା ଥିଲେ ମଧ୍ୟ ବିବାହିତା ମହିଳା ମାନଙ୍କୁ ସରକାରି ଚାକିରି ମିଳିବା କାଠିକର ପାଠ ହୋଇ ଗଲାଣି । ତେବେ ବର୍ତ୍ତମାନ କିଛି ସମୟ ହେବ ଓଡିଶା ହାଇ କୋର୍ଟ କିଛି ଏଭଳି ନିସ୍ପତି ଶୁଣାଇ ଛନ୍ତି ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ଆଉ ଖୁସି ମଧ୍ୟ ହେବେ ।

ଖାସ କରି ବିବାହିତା ଝିଅ ମାନେ ଏହି ଖବର ଶୁଣିବ ପରେ ନିଶ୍ଚୟ ଖୁସି ବ୍ୟକ୍ତ କରିବେ । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର ବିଷୟରେ ବିସ୍ତାର ଭାବେ ।ସୂଚନା ଅନୁଯାୟୀ ବିବାହିତା ଝିଅ ମାନେ ବି ଅନୁକମ୍ପା ମୂଳକ ଚାକିରି ପାଇ ପାରିବେ। ଓଡିଆ ସରକାରି କର୍ମଚାରୀ ଙ୍କ ଚାକିରି ରେ ଥାଇ ମୃତ୍ୟୁ ଘାତିଳେ ତାଙ୍କ ପଦବୀ ରେ ତାଙ୍କ ବିବାହିତ ଝିଅ ଙ୍କୁ ଚାକିରି ମିଳି ପାରିବ । ଏକ ମାମଲାର ବିଚାର କରି ଓଡିଶା ହାଇ କୋର୍ଟ ଏଭଳି ଐତିହାସିକ ରାଏ ଦେଇଛନ୍ତି ।

ପୂର୍ବ ରୁ କେବଳ ପୁଅ ବା ଅବିବାହିତ ଝିଅ ମାନଙ୍କୁ ଏହି କ୍ଷେତ୍ର ରେ ନିଯୁକ୍ତି ମିଳୁଥିଲା । ଏହି କ୍ଷେତ୍ର ରେ ଥିବା ସରକାରୀ ପ୍ରତିବନ୍ଧକ ଆଇନ ଅନୁଯାୟୀ ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଛନ୍ତି । ବିବାହିତା ଝିଅ ମାନଙ୍କୁ ସରାକରି ଚାକିରି କ୍ଷେତ୍ର ରେ ନିଯୁକ୍ତି ନ ଦିଆଯିବା ଏକ ମନ ମୁଖ୍ୟ ନିସ୍ପତି । ଏହା ସମ୍ବିଧାନ ର ଧାରା ୧୪, ୧୫ ଓ ୧୬-୨ ଉଲଂଘନ କରୁଛି ବୋଲି ଓଡିଶା ହାଇ କୋର୍ଟ କହିବା ସହ ଏଭଳି ସରକାରୀ ଇତି କୁ ରଦ୍ଦ କରିଛନ୍ତି ।

ଏଭଳି କ୍ଷେତ୍ର ରେ ବିବାହିତା ମହିଳା ଙ୍କୁ ଅନୁକମ୍ପା ମୂଳକ ନିଯୁକ୍ତି ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଓଡିଶା ହାଇ କୋର୍ଟ ସରକାର ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ କୁ ନେଇ ଗଠିତ ଖଣ୍ଡ ପିଠା ଏଭଳି ରାଏ ଶୁଣାଇଛନ୍ତି । ସୂଚନା ଅନୁଯାୟୀ ପ୍ରାଥମିକ ସ୍କୁଲ ର ଶିକ୍ଷକ ଥିବା ବାପା  ଙ୍କ ମୃତ୍ୟୁ ପରେ ଯୋଗ୍ୟ ବିବେଚିତ ଥିବା ବିବାହିତା ଝିଅ ମାନଙ୍କୁ ସରାକରି ନୀତି ଅନୁଯାୟୀ ଚାକିରି ଏବାକୁ ସରକାର ମନା କରିଥିଲେ ।

ଆଉ ଏହାକୁ ବିରୋଧ କରି ଶିକ୍ଷକ ଙ୍କର ବିବାହିତା ଝିଅ ବାସନ୍ତୀ ନାୟକ ହାଇ କୋର୍ଟ ରେ ଏକ ପିଟିସନ ଦାଖଲ କରିଥିଲେ । ଯାହା ପରେ କୋର୍ଟ ଏଭଳି ନିସ୍ପତି ଶୁଣାଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଓଡିଶା ହାଇ କୋର୍ଟ ନେଇଥିବା ଏଭଳି ନିସ୍ପତି କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *