ହକି ବିଶ୍ୱ କପ ଗୀତ ଗାଇ ଓଡିଶା ପାଇଁ ଗୌରବ ଆଣିଲେ ଏହି ଓଡିଆ ଝିଅ, କହିଲେ “ମୋ ଜୀବନର ଇତିହାସ ହୋଇ…” ଦେଖନ୍ତୁ Video

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ନମୀତା ଙ୍କ ବିଷୟରେ ଯିଏ କି ହକି ବିଶ୍ଵ କପ ଗୀତ ଗାଇବାକୁ ଅଫର ପାଇଥିଲେ ଆଉ ଗୀତ ଗାଈ ମଧ୍ୟ ସାରିଛନ୍ତି । ଆଉ ଏହି ହକି ବିଶ୍ଵକପ ଯାହା ହେବାକାଉ ଅଛି ମହାକୁମ୍ଭ ରେ ତାଙ୍କର ଗୀତ ହକି ସାଙ୍ଗ ଭାବେ ରିଲିଜ ହେବ । ନମୀତା ହେଉଛନ୍ତି କୋରାପୁଟ ର ବାସିନ୍ଦା ଆଉ ଓଡିଆ ଝିଅ । ପରିବାରରେ ଅନେକ ସମସ୍ଯା ରହିଛି ତାହା ଭିତରେ ତାଙ୍କୁ ଏଭଳି ଅଫର ମିଳିଛି ଯାହା ଦ୍ଵାରା ତାଙ୍କ ପରିବାରରେ ସୁଧାର ଆସିପାରିବ ।

ତେବେ ଗୀତ ଗାଇବାକୁ ନେଇ ନମୀତା ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ” ଯାତ୍ରା ବହୁତ ଭଲ ଥିଲା । ମୁଁ ଜୀବନରେ ପ୍ରଥମ ଥର ପାଇଁ ଫ୍ଲାଇଟ ଚଢିଲି । ଯାହା ମୋ ଜୀବନରେ ଘଟୁଛି ତାହା ମୁଁ କେବେ ଭବାଇ ନ ଥିଲି । ହକି ୱାର୍ଲ୍ଡ କପ ଟିମରୁ ମୋତେ ଅଫର ଆସିଥିଲା ସେଥିପାଇଁ ମୁଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି । ଏହି ଗୀତ ଗାଈ ମୁଁ ବହୁତ ଖୁସି ମୁଁ ଯେଉଁ ଗୀତା ଗାଇବାକୁ ଭଲ ପାଏ ସେ ଗୀତ ଗାଇଛି । ଆଉ ସେଠାରେ ବହୁତ ଏଞ୍ଜୋଏ କରିଲି । ଘରର ପରିବେଶ ସେଠାରେ ମୁଁ ଅନୁଭବ କରିଛି ।

ନିହାତି ଭାବେ ମୁଁ ଗର୍ବ ଅନୁଭବ କରୁଛି । ମୋତେ ଏତେ ବଡ ଅଫର ମିଳିଛି ମୁମ୍ବାଇରୁ ହକି କପ ରେ ଗୀତ ଗାଇବା ପାଇଁ । ଗୀତ ଓଡିଆରେ ଅଛି ଆଉ ବାକି ଯେତିକି ପାର୍ଟ ହିନ୍ଦୀରେ ଅଛି ତାକୁ ସାରା ମ୍ୟାମ ମାନେ ଗାଇଛନ୍ତି । ହକି ର ପ୍ଲେୟର ମାନଙ୍କ ପାଇଁ ଏହି ଗୀତ ଟି ସରପ୍ରାଇଜ ରହିଛି । ଗୀତ ରେକର୍ଡ ସରିଯାଇଛି ମୁମ୍ବାଇ ରେ । ଆସନ୍ତା କାଲି ଭୁବନେଶ୍ଵର ଆଉ ଗୀତ ରେକର୍ଡ ହେବାର ଅଛି । ମୁଁ ଏବେ ଯୁକ୍ତ ୨ ପଡୁଛି ରମାଦେବୀ ହାୟର ସେକେଣ୍ଡାରି କଲେଜ ରେ ।

କଲେଜରେ ବହୁତ ବଡ ଇଭେଣ୍ଟ ହୁଏ ସେଥିରେ ଭାଗ ମଧ୍ୟ ନିଏ । ମୋ ବାପା ଜଣେ ଚାଷୀ ଆଉ ଯାହା ରୋଜଗାର ହୁଏ ସେଥିରେ ପରିବାର ଚାଲେ । ମୋର ଭଉଣୀ ମାନେ ବାହା ହୋଇ ଯାଇଛନ୍ତି । ମୋ ପରିବାରର ଆର୍ଥିକ ସ୍ଥିତି ଖରାପ ଥିଲେ ମଧ୍ୟ ମୁଁ ଆଜି ହକି ୱାର୍ଲ୍ଡ କପ ଗୀତ ଗାଇ ପାରିଛି ସେଥିପାଇଁ ନିଜକୁ ଧନ୍ୟବାଦ ମନେ କରୁଛି ।

ଭଗବାନ ମୋତେ ଯେଉଁ ସ୍କୋପ ଦେଇଛନ୍ତି ତାହାକୁ ମୁଁ ଆଗକୁ ନେଇ ଯିବାକୁ ଚାହିଁବି । ମୁଁ ମୋ ସ୍ଵପ୍ନ କୁ ସାକାର କରିବାକୁ ଚାହେଁ । ମୋ ବାପା ମା ଙ୍କ ନାଁ ଆହୁରି ଉଚ୍ଚ କରିବାକୁ ଚାହେଁ ” ।  ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ନମୀତା ଙ୍କ ଗୀତ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *